ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେହେରା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ 

ବେହେରା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ 

  ମହିଳାଙ୍କୁ ଭୟ ମୁକ୍ତ କରି ସାହାସୀ କରେ ଆତ୍ମ ସୁରକ୍ଷା ତାଲିମ ପ୍ରଶିକ୍ଷଣ

ସ୍ଥାନୀୟ ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ମହିଳାମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି। ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅଧ୍ୟାପକ ରଂଜନ କୁମାର ପଣ୍ଡା, ନିକୁଞ୍ଜ ବିହାରୀ ସାହୁ,ମୋହନ ଚରଣ ବିଷି ମଞ୍ଚାସୀନ ଥିଲେ। ପ୍ରଶିକ୍ଷୀକା ଭାବେ ମାଳତୀ ପଟେଲ, କୁସୁମା ଗହୀର ଯୋଗଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିର ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ନିର୍ଦ୍ଦେଶକ ଉଚ୍ଚମାଧ୍ୟମିକ ଶିକ୍ଷାଙ୍କ ନିର୍ଦ୍ଦେଶ କ୍ରମେ ଆଠଦିନ ଚାଲିବ। କାର୍ଯ୍ୟକ୍ରମ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଫକିର ଚଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ। ଅଶୋକ ଚଣ୍ଡି ଓ ସାନୁର୍ଯ୍ୟ ଗୋପାଳ ପରିଚାଳନାରେ ସହଯୋଗ କରିଥିଲାବେଳେ ଏକାଦଶ ଶ୍ରେଣୀର ୮୯ଜଣ ଛାତ୍ରୀ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଭବ୍ଯ କଳସ ଯାତ୍ରା ସହ ସିନାପାଲିରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ 

Sunil Chandra Nayak

ଜି-୨୦ ଜନଭାଗିଦାରୀ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା

ପୁଅକୁ ପାଇବା ପାଇଁ ଥାନାରେ ଅଭିଯୋଗ କଲା ଜନ୍ମଦାତ୍ରୀ ମା’

Sunil Chandra Nayak

Leave a Comment

error: Content is protected !!