ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀ ନାଁ ରେ ଦୁର୍ନୀତି:ନିର୍ମାଣର ମାସେ ନ ପୁରୁଣୁ ବାହାରି ପଡ଼ିଲାଣି ପ୍ଲେଟ:ତଦନ୍ତ କରିବାକୁ ଦାବୀ କଲେ ଦୁଇ ଗ୍ରାମବାସୀ 

ଲକ୍ଷ୍ମୀ ନାଁ ରେ ଦୁର୍ନୀତି:ନିର୍ମାଣର ମାସେ ନ ପୁରୁଣୁ ବାହାରି ପଡ଼ିଲାଣି ପ୍ଲେଟ:ତଦନ୍ତ କରିବାକୁ ଦାବୀ କଲେ ଦୁଇ ଗ୍ରାମବାସୀ 

ନବରଙ୍ଗପୁର:(୨୦|୭)-ଲକ୍ଷ୍ମୀ ନାଁ ରେ ପୁଣି ଦୁର୍ନୀତି!ମାସେ ନ ଯାଉଣୁ ଭାଙ୍ଗି ଚୁରମାର ହେଲା ଲକ୍ଷ୍ମୀ ବସ ଷ୍ଟାଣ୍ଡ !ନିମ୍ନମାନର କାମକୁ ନେଇ ଏବେ ଉଠିଲା ପ୍ରଶ୍ନ?ନିମ୍ନ ମାନର କାମ କରି ରାତି ପାହିଲେ ବାବୁଙ୍କ କୋଟିପତି ହେବାର ସ୍ବପ୍ନ। ତତ୍କାଳୀନ ସରକାରରେ ଠିକାଦାର ସାଜିଥିଲେକି ବାହୁବଳୀ ନେତାଙ୍କ ଆନୁଗତ୍ୟ, ରାତି ପାହିଲେ କୋଟିପତି ହେବାର ସ୍ବପ୍ନ ର ପରିଣାମ କି ଏହି ଲକ୍ଷ୍ମୀ ବସ ଷ୍ଟାଣ୍ଡ।ପାଞ୍ଚ ଲକ୍ଷ ତେସ୍ତରୀ ହଜାର ଟଙ୍କାରେ ଠିକାଦାର ମଦନ ସାମଲ ନିର୍ମାଣ କରିଥିଲେ ଏହି ଲକ୍ଷ୍ମୀ ବସଷ୍ଟାଣ୍ଡ ଯାହାଏବେ ମାସେ ନ ପୂରୁଣୁ ମାଟିରେ ମିଶିବାକୁ ଯାଉଛି, ଲୋକଙ୍କ ଲାଗି ନିର୍ମାଣ କରାଯାଇଥିବା ଏହି ଯାତ୍ରୀ ପ୍ରତୀକ୍ଷାଳୟ ଏବେ ଆଉ ଲୋକଙ୍କ କାମରେ ଆସୁନି। ଥରେ ନଜର ପକାନ୍ତୁ ଏହି ଲକ୍ଷ୍ମୀ ବସ ଷ୍ଟାଣ୍ଡ ଉପରେ, ଝରୀଗାଁ ବ୍ଲକ ଫୁପୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାୱେରବେଲି ଗ୍ରାମ ର ଏହି ଲକ୍ଷ୍ମୀ ବସଷ୍ଟାଣ୍ଡ , ଗାଁ ଠାରୁ ଦୁଇ କିଲୋମିଟର ଦୂର ରେ ନିର୍ମାଣଧୀନ ଏହି ଲକ୍ଷ୍ମୀ ବସଷ୍ଟାଣ୍ଡ କାହା ସ୍ୱାର୍ଥ ପାଇଁ ନିର୍ମାଣ କରାଯାଇଛି, ତତ୍କାଳୀନ 5ଟି ସରକାର ରେ ଲୋକଙ୍କ ଯାତାୟାତ ପାଇଁ ଲକ୍ଷ୍ମୀ ବସ ଏବଂ ଲକ୍ଷ୍ମୀବସ ସକାଶେ ଲକ୍ଷ୍ମୀ ବସଷ୍ଟାଣ୍ଡ ର ପରିକଳ୍ପନା କରାଯାଇ ଥିଲା, ହେଲେ ନିମ୍ନମାନର କାମ ସକାଶେ ପାୱେରବେଲି ଠାରେ ନିର୍ମିତ ଏହି ଲକ୍ଷ୍ମୀ ବସଷ୍ଟାଣ୍ଡ ଟି କାମ ସାରିବାର ମାସେ ନ ଯାଉଣୁ ବର୍ତ୍ତମାନ ଭୁଶୁଡିବାକୁ ଆରମ୍ଭ କଲାଣି । ନିମ୍ନ ମାନର କାମ ଲାଗି ପ୍ଲେଟ ଗୁଡିକ ମଧ୍ୟ ବାହାରି ଗଲାଣି , ନା ମେଟାଲ ଦେଖାଯାଉଛି ନା କଂକ୍ରିଟ ଏହି ବସଷ୍ଟାଣ୍ଡଟି ଏବେ ଚାରିଆଡେ ଫାଟି ଆଁ କଲାଣି, ଏହା କେତେବେଳେ ଯେ କାହା ଉପରେ ମାଡ଼ିବସିବ କୁହାଯାଇ ନପାରେ ଏହା କେବଳ ଗୋଟିଏ ନୁହେଁ ଏମିତି ଫୁପୁଗାଁ କନ୍ଧଗୁଡା ଠାରେ ନିର୍ମାଣ କରାଯାଇଥିବା ବସ ଷ୍ଟାଣ୍ଡ ସମ୍ମୁଖ ରେ ମଧ୍ୟ ମାଟି ପଡ଼ିନଥିବା ହେତୁ ଏହା ବ୍ୟବହାର ରେ ଆସିପାରୁନାହିଁ। ଅପରପକ୍ଷେ ପ୍ରତ୍ୟେକ ଗାଁ କୁ ଲକ୍ଷ୍ମୀ ବସ ସେବା ଯୋଗେଇ ଦିଆଯାଇଥିବା ବେଳେ ଏହି ଲକ୍ଷ୍ମୀ ବସ ଷ୍ଟାଣ୍ଡ ଗାଁ ଠାରୁ କେଉଁଠି ଦୁଇ କିଲୋମିଟର ତ କେଉଁଠି ଏକ କିଲୋମିଟର ଦୂରରେ କାହିଁକି ଏହି ଲକ୍ଷ୍ମୀବସ ଷ୍ଟପ ନିର୍ମାଣ କରାଯାଇଛି ବୁଝିପାରୁନଥିବା କହିଛନ୍ତି ଜନତା,ବିଜେଡି ର ଗଡ଼ କୁହାଯାଉଥିବା ଝରୀଗାଁ ନିର୍ବାଚନ ମଣ୍ଡଳୀ ରେ ବିଜେଡି ତାର ଏକଛତ୍ରବାଦ ଶାସନ ଏବଂ କ୍ଷମତାର ଅହଂକାର ରେ କିଭଳି ଦୁର୍ନୀତି କରିଆସିଚି ଏଇ ବସ ଷ୍ଟାଣ୍ଡ ହେଉଛି ଏହାର ଏକ ନିଛକ ସତ, ଯାହାକୁ ନେଇ ଗ୍ରାମବାସୀ ଖୁବ ନିନ୍ଦା କରିବା ସହିତ ଏହାର ତଦନ୍ତ ଦାବି କରିଛନ୍ତି ଜନତା ବୁଝିସାରିବା ପରେ ବିଜେଡି କୁ କ୍ଷମତାସୀନ କରିବା ସହିତ ଭାରତୀୟ ଜନତା ପାର୍ଟି ଉପରେ ଆସ୍ଥା ପ୍ରକଟ କରିଛନ୍ତି, ଯାହାକୁ ନେଇ ବିଜେପି ବିଧାୟକ ନରସିଂହ ଭତରା ନିଜ ପ୍ରତିକ୍ରିୟାରେ ଏଭଳି ଦୁର୍ନୀତିକୁ ନିନ୍ଦା କରିବା ସହିତ ବିଜେଡି ତାର ଶାସନ କାଳରେ ଉନ୍ନୟନ କାର୍ଯ୍ୟ ନାମରେ କେବଳ ସରକାରୀ ବାବୁ ଏବଂ ଦଳୀୟ ଠିକାଦାର ଙ୍କୁ ପୋଷିବା ସହିତ ବିଜୁ ଜନତା ଦଳ ନେତାଙ୍କ ସମ୍ପତ୍ତି ବଢେଇବା ପାଇଁ କରାଯାଉଥିଲା ବୋଲି ପ୍ରକାଶ କରିଛନ୍ତି।

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ଠାରେ ନିଖିଳ ଓଡିଶା ଏମଡିଏମ ପାଚିକା ଓ ସହାୟିକା ସଙ୍ଘ ର ବୈଠକ

Sunil Chandra Nayak

୧୩ଟି ଦାବିକୁ ନେଇ ୫ମ ଦିନରେ ପହଞ୍ଚିଲା ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ଆନ୍ଦୋଳନ

Sunil Chandra Nayak

ବାଣପୁର ବଜାରରେ ବାଇକି କୁ ପିଟିଲା ବାଇକ: ଜଣେ ଗୁରୁତର !!!

Sunil Chandra Nayak

Leave a Comment

error: Content is protected !!