ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳନ 

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳନ 

ନବରଙ୍ଗପୁର:( ୦୧/୧୦)( ରବି ନାରାୟଣ ମହାନ୍ତି) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ନିର୍ମଳ ଆକାଶ ବୃଦ୍ଧାଶ୍ରମ, ତେନ୍ତୁଳିଖୁଣ୍ଟିଠାରେ ବରିଷ୍ଠ ନାଗରୀକ ମାନଙ୍କୁ ନେଇ “ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳନ” ଉପରେ ଏକ ଆଈନ ସଚେତନତା ଶିବିର ଏବଂ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠୀତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିସ୍ପା ଗୋଛାୟତ ଯୋଗ ଦେଇଥିଲେ ଏବଂ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଥିବା ବିଭିନ୍ନ ଅଧିକାର ତଥା ନାଲସା ଆଇନ ସେବା ବରିଷ୍ଟ ନାଗରିକ ସ୍କୀମ-୨୦୧୬, ପିତାମାତା ଓ ବରିଷ୍ଟ ନାଗରିକମାନଙ୍କର ରକ୍ଷଣାବେକ୍ଷଣ ଏବଂ କଲ୍ୟାଣ କାର୍ଯ୍ୟ-୨୦୦୭, ବିଭିନ୍ନ ସରକାରୀ ସ୍କୀମ ବିଷୟରେ ଆଲୋକୋପାତ କରିଥିଲେ । ଅନ୍ୟାନ୍ୟ ଅତିଥି ରୂପେ ଡକ୍ଟର ଅମରେଶ ପ୍ରସାଦ ମହାନ୍ତି, ଡକ୍ଟର ସମଲାଇ ପ୍ରସାଦ ପଣ୍ଡା, ସି. ଏଚ. ସି ତେନ୍ତୁଳିଖୁଣ୍ଟି, ତନୁଶ୍ରୀ ମିଶ୍ର, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ନବରଙ୍ଗପୁର, ବିନତା ଯେଠି, ଶିଶୁ ବିକାଶ କାଜ୍ୟକ୍ରମ ଅଧିକାରୀ, ତେନ୍ତୁଳିଖୁଣ୍ଟି ଏବଂ ସୌମ୍ୟ ରଞ୍ଜନ ନାୟକ, ବ୍ଲକ ସାମାଜିକ ସୁରକ୍ଷ୍ୟ। ଅଧିକାରୀ, ତେନ୍ତୁଳିଖୁଣ୍ଟି ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ ଅତିଥିମାନେ ବରିଷ୍ଟ ନାଗରିକ ମାନଙ୍କ ପାଇଁ ସମ୍ବିଧାନରେ ଥିବା ବିଭିନ୍ନ ଆଈନ ବିଷୟ ନେଇ ସଚେତନ କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ନବରଙ୍ଗପୁର ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ନବରଙ୍ଗପୁର ର ମିଳିତ ଆନୁକୁଲ୍ୟ ରେ ପରିଚାଳିତ ହୋଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗୃହପାଳିତ ପ୍ରାଣୀ ମାନଙ୍କ ଟୀକାକରଣ ଶିବିର ଅନୁଷ୍ଠିତ

Sunil Chandra Nayak

ଜୟପାଟଣାରେ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ-୨୦୨୬ର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!