ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋରାଡୁଵୁରା ବୈଦିକ ବ୍ରାହ୍ମଣ ସମାଜ ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ପାଳିତ

ମ.ରାମପୁର,୧୫/୦୮( ମସୀହା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡୁରା ବୈଦିକ ବ୍ରାହ୍ମଣ ସମାଜ ତରଫରୁ ବ୍ରାହ୍ମଣ ସମାଜ ର କାର୍ଯ୍ୟାଳୟ ରେ ୭୭ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏଥିରେ ବୈଦିକ ବ୍ରାହ୍ମଣ ସମାଜ ଯୋରାଡୁବୁରା ର ଉପଦେଷ୍ଟା ତଥା ବରିଷ୍ଠ ନାଗରିକ ବସନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଉତ୍ତୋଳନ କରିଥିବା ବେଳେ ବ୍ରାହ୍ମଣ ସମାଜ ର ସଭାପତି ଅରୁଣ ଦାଶ, ସମ୍ପାଦକ ସୁବାସ ଚନ୍ଦ୍ର ଦାଶ, କୋଷାଧ୍ୟକ୍ଷ ଛନ୍ଦା ଚରଣ ନାୟକ ପ୍ରମୁଖ ସହଯୋଗ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଡୋଳାମଣି ରଥ, ସୁବ୍ରତ ରଥ,ବିଜୟ କୁମାର ଦାଶ , ସୁଦାମ ଦାଶ, କୁଳମଣି ନାୟକ, ମୋତିରାମ ମହାପାତ୍ର ଉପସ୍ଥିତ ରହିଥିଲେ । ଆଜି ର ଏହି ଜାତୀୟ ଦିବସ ପାଳନ ଅବସରରେ ଯେଉଁ ମହାତ୍ମାମାନେ କି ଦେଶ ସ୍ଵାଧୀନ ପାଇଁ ନିଜ ଜୀବନ କୁ ବଳିଦାନ ଦେଇଥିଲେ ସେହି ମହାପୁରୁଷଙ୍କ ସୃତି ଚାରଣ କରାଯାଇଥିଲା l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

 

Related posts

ରାଇରଙ୍ଗପୁରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ

masiha

ତେନ୍ତୁଳିପଡାକୁ ସବୁଦିନିଆ ରାସ୍ତା ନିର୍ମାଣ କେବେ? ୬୫ ପରିବାରଙ୍କ ଯାତାୟତ ବାଧାପ୍ରାପ୍ତ , ବର୍ଷା ଦିନେ ଅଧାବାଟରେ ଅଟକୁଛି ଯାନବାହନ, ଅପହଞ୍ଚ ଆମ୍ବୁଲାନ୍ସ

Sunil Chandra Nayak

ସେକ୍ଟର ୧୯ ଥାନାର ଆମ ପୁଲିସ ବୈଠକ 

masiha

Leave a Comment

error: Content is protected !!