ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାବ୍ଲକ୍ ର ବିଭିନ୍ନ ସ୍ଥାନରେ ୭୭ତମ ସ୍ଵାଧୀନତା ଦିବସ ପାଳିତ

ନର୍ଲା (ମସିହା)ନର୍ଲାବ୍ଳକ୍ର ର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟ ଲୟ ମାନଙ୍କ ରେ ୭୭ତମ ସ୍ଵାଧୀନତା ଦିବସ ପାଳନ  ହୋଇଯାଇଛି। ନର୍ଲା ଓ ଜେ ୟୁ ଶାଖା ପକ୍ଷରୁ ନର୍ଲା ସଭାପତି ଦୀପକ ଠାକୁର ଙ୍କ ନେତୃତ୍ୱରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି ଏଥିରେ ମୂଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବୀ ଶ୍ରୀ କୁମୁଦ ଚନ୍ଦ୍ର ନାଏକ ଯୋଗ ଦେଇ ପତାକା ଉତୋଳନ କରିଥିଲେ। ଏଥିରେ ନର୍ଲା କେନ୍ଦ୍ର ସ୍କୁଲ୍ ର ଛାତ୍ର ଛାତ୍ରୀ, ମିଶନ ଶକ୍ତି ର ନାରୀ ସଙ୍ଘ ତଥା ଅବସର ପ୍ରାପ୍ତ ଶିକ୍ଷକ ବୁଦ୍ଧି ଜିବୀ ଓ ଗଣ ମାଧ୍ୟମ ମଧ୍ୟରୁ ସାମ୍ବାଦିକ ତ୍ରିଲୋଚନ ଗଉଡ, ଅଭିମହାନଦ, ପ୍ରଦୀପଗଉଡ଼ ବାବୁଲାଲ ବାଗ, ତପନ କୁମାର ସାହୁ, ଗଣେଶ ଭୋଇ, ପୁର୍ବତନ ସାମ୍ବାଦିକ ଯୁଗେଶ ଚାନ୍ଦ, ସି ପି ଆଇ ଏମ୍ ର ବରିଷ୍ଠ ନେତା ନରସିଂହ ଥାପା, ଉପସ୍ଥିତ ଥିଲେ। ସେହିପରି ନର୍ଲା ବ୍ଳକ୍ ପରିସର ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି ପତାକା ଉତ୍ତୋଳନ କରିଥିବା ବେଳେ, ନର୍ଲା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଅକ୍ଷୟ କୁମାର ଗୋଛାୟତ, ନର୍ଲା ଥାନା ପରିସରରେ ଆଇ ଆଇ ସି ଶ୍ରୀ ଗଙ୍ଗା ଧର ମେହେର, ଶିଶୁମନ୍ଦିର ପ୍ରାଙ୍ଗଣରେ ଯୁଗ୍ମ ସମ୍ପାଦକ ଅଜୟ ନାଏକ, ପ୍ରାଣୀ ଚିକିତ୍ସାଲୟରେ ଡାକ୍ତର ସୁଶ୍ରି ସଂଗୀତା ବୈପାଇ, ନାର୍ଲା ତହସିଲ କାର୍ଯ୍ୟଲୟରେ ତହସିଲଦାର ଶଙ୍କର ବାଗ ,ଯୁକ୍ତ ଦୁଇ କଲେଜ୍ ରେ ଅଧ୍ୟକ୍ଷ ରାମ ଚନ୍ଦ୍ର ସାହୁ, ବିଦୁତ୍ କାର୍ଯ୍ୟଲୟ ଠାରେ SDO କମଲେସ ପ୍ରଧାନ, ନର୍ଲା ମିଶନ ଶକ୍ତି ଠାରେ ଅଧିକାରୀ ରୋହିତ ବିଶ୍ବାଳ , ନର୍ଲା SBI ରେ ଅବସର ପ୍ରାପ୍ତ ଶିକ୍ଷକ ବଦ୍ରୀ ପ୍ରସାଦ ମିଶ୍ର,, ନର୍ଲା BOI , ନର୍ଲା ଦମକଳ ବିଭାଗ, ଜୟଦୁର୍ଗା ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ବିସମ୍ବର୍ ଭୋଇ, ବାଗପୂର୍ ପଞ୍ଚାୟତ, ବାଗପୂର୍ ହାଇସ୍କୁଲ, ଏମ୍ ଇ ସ୍କୁଲ୍ ତଥା ବାଗପୁର୍ SGI ରେ ପତାକା ଉତ୍ତୋଳନ ହୋଇଥିଲା ।ସର୍ବ ଶେଷରେ ନର୍ଲା ହାଇସ୍କୁଲ ଖେଳ ପଡିଆ ଠାରେ ସର୍ବ ସାଧାରଣ ୭୭ତମ ସ୍ଵାଧୀନତା ଦିବସ ରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଳକ୍ ଅଧକ୍ଷା ମୋନୋରମା ମହାନ୍ତି ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ। ଏଥିରେ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବି ଡି ଓ ବାସନ୍ତୀ ସେଠୀ, ନର୍ଲା ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସ , ଏ ବି ଇ ଓ ଗୋବର୍ଦ୍ଧନ ମାଝୀ, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବି ଗୌଡିଆ, ଆଦି ମଞ୍ଚାସିନ ଥିଲେ। ବିଭିନ୍ନ ସ୍କୁଲ ଓ କଲେଜ୍ ର ଛାତ୍ର ଛାତ୍ରୀ ମାନେ ସଙ୍ଗୀତ, ବ୍ରକୃତା , ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଉତ୍ତିର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା ।

ଦୀପକ ଠାକୁର ଙ୍କ ରିପୋର୍ଟ ନର୍ଲା

Related posts

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର … ଓଡିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ ଥିଲେ ସଚ୍ଚି ରାଉତରାୟ

ଖୁର୍ସେଲଗୁଡା ଗ୍ରାମ୍ୟ ଜଙ୍ଗଲ ରେ ନିଆଁ,  ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

ଜିଲ୍ଲା ସ୍ତରୀୟ ୭୭ ତମ ବନ ମହୋତ୍ସବ ସପ୍ତାହ ଦିବସ ପାଳନl

Leave a Comment

error: Content is protected !!