ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାନ୍ଥ ରେ ଝଲମଲ, ସରକାରଙ୍କ ବିକାଶ ର ନଗ୍ନ ଚିତ୍ର

କାନ୍ଥ ରେ ଝଲମଲ, ସରକାରଙ୍କ ବିକାଶ ର ନଗ୍ନ ଚିତ୍ର

ନବରଙ୍ଗପୁର (୨୮/୧) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଜନତା ଙ୍କ ହାତ ପାହାନ୍ତା ରେ ପହଂଚି ପାରୁନି। କେନ୍ଦ୍ର ରାଜ୍ୟ ବିକାଶ କରୁଥିବା କେବଳ ଢୋଲ ବଜାଉଥିବା ଦେଖିବାକୁ ମିଳୁଛି। ଆଗକୁ ୨୦୨୪ ନିର୍ବାଚନ ପ୍ରସ୍ତୁତି ପାଇଁ ବ୍ଲକର ପ୍ରତ୍ୟେକ ଗ୍ରାମ ର କାନ୍ଥ ବାଡରେ ଶଙ୍ଖ ଚିହ୍ନ ସହ ଆମ ଓଡିଶା ନବୀନ ଓଡିଶା ଲେଖିବା ରେ ରାଜ୍ଯ ରେ ଶାସକ ଦଳ ବ୍ୟସ୍ତ । କିନ୍ତୁ ଦୁଃଖ ର କଥା ସାଧାରଣ ଜନତା ଙ୍କ ଦୁଃଖ ବୁଝିବା ପାଇଁ କାହାପାଖେ ସମୟ ଟିକିଏ ନାହିଁ। ବାରମ୍ବାର ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ବ୍ଲକ ଓ ଜିଲ୍ଲା ପ୍ରଶାସନ ର ନଜର ପଡୁନାହିଁ ଅପହଞ୍ଚ ବାଲେଙ୍ଗା ପଞ୍ଚାୟତ ଅନ୍ତର୍ଗତ ଚିତାବେଡା ଗ୍ରାମ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ। ରାସ୍ତା ର ମୁଖ୍ୟ କଲଭର୍ଟଟି ଭାଙ୍ଗି ପଡି ଗର୍ତ୍ତରେ ପରିଣତ ହୋଇଛି।ଏହି ରାସ୍ତା ଦେଇ କୁନି କୁନି ପିଲା ମାନେ ବିଦ୍ୟାଳୟ ଯାଉଛନ୍ତି। ଗ୍ରାମବାସୀ ମାସିକ ସରକାରଙ୍କ ଭତ୍ତା ଓ ମାସିକ ଚାଉଳ ଆଣିବାକୁ ଗଲା ବେଳେ କାଳେ ଗୋଡ ଖସିଗଲେ ଜୀବନ ଚାଲିଯିବ ତା ଛଡା ଆଉ କୌଣସି ଉପାୟ ନାହିଁ।କୌଣସି ଜରୁରୀ କାଳୀନ ସେବା ପାଇଁ ଗର୍ଭବତୀ ମାଁ କିମ୍ବା ତାଙ୍କ ଆତ୍ମୀୟ ଲୋକ ୧୦୮ କିମ୍ବା ୧୦୨ ଫୋନ୍ କଲେ ତୁମ ରାସ୍ତା ରେ ଆମ୍ବୁଲାନ୍ସ ଆସିବ ନାହିଁ ବୋଲି ଚରମ ବାଣୀ ଶୁଣାଇ ଦେଇଛନ୍ତି ଆମ୍ବୁଲାନ୍ସ ସେବା କର୍ମ ଚାରି ବୃନ୍ଦ। ତାଙ୍କ ଚରମ ବାଣୀ ଶୁଣି ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ନରମି ଯିବା ଛଡ଼ା ଅନ୍ୟ କୌଣସି ପନ୍ଥା ନାହିଁ।ଏହି ରାସ୍ତା ନିର୍ମାଣ କରିବା କୁ ଗ୍ରାମବାସୀ ଜନ ପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଯାଏ ବାରମ୍ବାର ଅଭିଯୋଗ କରି କରି ହାଲିଆ ହୋଇ ଗଲେଣି, ତଥାପି ରାସ୍ତା ଅବସ୍ଥା ଯେମିତି କୁ ସେମିତି ରହିଛି।ଏହି ରାସ୍ତା ଦେଇ ସାଂସଦ, ବିଧାୟକ ଆଗାମୀ ସାଧାରଣ ନିର୍ବାଚନ ରେ ଭୋଟ ଭିକ୍ଷା କରିବାକୁ ଆସିବେ, ଆସିଲେ ଉଚିତ୍ ଜବାବ୍ ଦେବାକୁ ଗ୍ରାମରେ ଏବେ ଠାରୁ ସମର ସଜା ରେ ସଜବାଜ ହେଉଛନ୍ତି ଗ୍ରାମ ବାସୀ। ଏଣୁ ବେଳ ଥାଉ ଥାଉ ସୁଧରିବାକୁ ଗ୍ରାମବାସୀ ସାଂସଦ ଓ ବିଧାୟକ ଙ୍କୁ ଚରମ ବାଣୀ ଶୁଣାଇ ଦେଇଛନ୍ତି।ଏ ନେଇ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଡାବୁଗାଁ ଲୋକ ପ୍ରିୟ ବିଧାୟକ ମନୋହର ରନ୍ଧାରୀ ଙ୍କୁ ଯୋଗା ଯୋଗ କରିବାରୁ କଲଭର୍ଟ ପାଇଁ ଓ ଗ୍ରାମ ଯାଏ ପିଚୁ ରାସ୍ତା ନିର୍ମାଣ ପାଇଁ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା କିମ୍ବା ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନା ରେ ଯୁଦ୍ଧ କାଳୀନ ରାସ୍ତା ନିର୍ମାଣ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଆଗକୁ ଦେଖିବାର ବାକି ରହିଲା ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସରକାରୀ ବାବୁ ଓ ଜନ ପ୍ରତିନିଧି କେତେ ତତ୍ପରତା ପ୍ରକାଶ କରିଛନ୍ତି, ତାହା ଦେଖିବାକୁ ବାକି ରହିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଓ ସୁଧ ଫେରସ୍ତ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଅଜଣା ଗାଡ଼ି ଧକ୍କାରେ ପରିବା ବିକାଳି ମୃତ

Sunil Chandra Nayak

ଆଉ କିଛି ସମୟର ଅପେକ୍ଷା ପରେ ପ୍ରଭୁ ଯୀଶୁ ଧରାବତରଣ କରିବେ – ଚଳ ଚଞ୍ଚଳ କନ୍ଧମାଳ

Sunil Chandra Nayak

Leave a Comment

error: Content is protected !!