ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମସ୍ତ ଙ୍କୁ ଶିକ୍ଷା ବାର୍ତ୍ତା ନେଇ ମିନି ମାରାଥନ ଆୟୋଜିତ

ସମସ୍ତ ଙ୍କୁ ଶିକ୍ଷା ବାର୍ତ୍ତା ନେଇ ମିନି ମାରାଥନ ଆୟୋଜିତ

ରାଉରକେଲା/ସମସ୍ତ ଙ୍କୁ ଶିକ୍ଷା ପ୍ରଦାନ ର ସଚେତନତା ବାର୍ତ୍ତା ନେଇ ଆଜି ରାଜ୍ୟ ର ୫୫ଟି ସ୍ଥାନ ରେ କିସ୍ ଆଣ୍ଡ କିଟ୍ ଆନୁକୁଲ୍ୟରେ ମାରାଥନ ଆୟୋଜିତ ହୋଇଥିଲା। ଏହି କ୍ରମରେ ରାଉରକେଲା ଠାରେ ଏକ ମିନି ମାରାଥନ ବିଶ୍ରା ଛକ ଠାରୁ ସେକ୍ଟର ୩ ଦୁର୍ଗାପୂଜା ପଡ଼ିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏହି ମିନି ମାରାଥନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଙ୍କ ଶ୍ରମ ଓ ଇଏସ୍ଆଇ ବିଭାଗୀୟ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତ୍ତକା ଦେଖାଇ ଏହା ର ଶୁଭାରମ୍ଭ କରିଥିଲେ। ଏହି ମାରାଥନ ରେ ବିଭିନ୍ନ ସ୍ପୋର୍ଟସ ହଷ୍ଟେଲ ସହ କ୍ରୀଡାବୀତ ଯୁବବର୍ଗ ଶତାଧିକ ସଂଖ୍ୟା ରେ ସାମିଲ ହୋଇଥିଲେ। ମାରାଥନ ସେକ୍ଟର ୨ ଦୁର୍ଗାପୂଜା ପଡ଼ିଆ ରେ ପହଞ୍ଚିବା ପରେ ସେଠାରେ ଏକ ସଭାର ଆୟୋଜନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ନାୟକ ଯୋଗ ଦେଇ ନିଜ ଅଭିଭାଷଣରେ ଉପସ୍ଥିତ ସମସ୍ତ ଙ୍କୁ ଶିକ୍ଷା ର ପ୍ରସାର ଦିଗରେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ବିଶେଷ କରି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନେଇ ପାଠ ପଢ଼ାଇବା ର ସଂକଳ୍ପ ଆଜି ଓଡିଆ ପୁଅ ଶ୍ରୀ ସାମନ୍ତ ଙ୍କୁ ବିଶ୍ବ ରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। କେବଳ ଶିକ୍ଷା ନୁହେଁ କ୍ରୀଡ଼ା କ୍ଷେତ୍ର ରେ ଯୁବ କ୍ରୀଡାବିତ ଙ୍କୁ ପ୍ରୋତ୍ସାହନ ଦେଇ ଆନ୍ତର୍ଜାତିକ ସ୍ତର ରେ ପହଞ୍ଚାଇ ପାରିଛନ୍ତି। ତେଣୁ ତାଙ୍କ ର ପ୍ରୟାସ ରେ ଆୟୋଜିତ ଆଜି ର ମାରାଥନ୍ ରେ ଆମେ ଶପଥ ନେବା ଜଣେ ଜଣେ ଭଲ ମଣିଷ ହେବା ଓ ନିଜ ପରିବାର ସହ ସମାଜ ର ପ୍ରଗତି ରେ ସହାୟକ ହେବା। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଅରବିନ୍ଦ ଦାସ ଶ୍ରୀ ସାମନ୍ତ ଯେଉଁ ମୂଳମନ୍ତ୍ର ରଖିଥିଲେ ଯେ ଶିକ୍ଷା ମାଧ୍ଯମରେ ସମାଜ ରୁ ଦାରିଦ୍ର୍ୟ ଦୂରୀକରଣ ତାହା ଅନେକାଂଶରେ ସଫଳ ହେବା ରେ ଲାଗିଛି। ସବୁବେଳେ କିଛି ନୂଆ କରିବାର ପ୍ରୟାସ ରେ ଲିପ୍ତ ଶ୍ରୀ ସାମନ୍ତ ସର୍ବଦା ସମସ୍ତ ଙ୍କ ପାଇଁ ପ୍ରେରଣା ଦାୟୀ ହୋଇ ରହିବେ ବୋଲି ମତ ରଖିଥିଲେ । ଏହି ଅବସରରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାଉରକେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ର ଅଧ୍ଯକ୍ଷ ଡ଼ ବିଜୟ କୁମାର ବେହେରା ଏନ୍ଆଇଟି ର ଇଲେକ୍ଟ୍ରିକାଲ ବିଭାଗ ର ଅଧ୍ଯାପକ ତନ୍ମୟ ରାୟଚୌଧୁରୀ ନିଜ ବକ୍ତବ୍ୟରେ ଶ୍ରୀ ସାମନ୍ତ ଙ୍କ ପ୍ରଚେଷ୍ଟା କୁ ଭୂୟସୀ ପ୍ରଶଂସା କରିଥିଲେ। କଳିଙ୍ଗ ଟିଭିର ସ୍ଥାନୀୟ ପ୍ରତିନିଧି ଅନୀଲ ମାହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଭୁବନେଶ୍ବର ରୁ ଆସିଥିବା କିଟ୍ ର କାର୍ଯ୍ୟକ୍ରମ ସଂଯୋଜକ ସନ୍ତୋଷ ନାୟକ ଓ ସୁବ୍ରତ ମହାପାତ୍ର କାର୍ଯ୍ୟକ୍ରମ କୁ ସଫଳ ଆୟୋଜନ ରେ ସମସ୍ତ ସହଯୋଗ କରିଥିଲେ। ଏହି ଅବସରରେ ମାରାଥନ ରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ଙ୍କୁ ଉଭୟ ଅନୁଷ୍ଠାନ ପକ୍ଷରୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଜି ସମଗ୍ର ବିଶ୍ବ ପାଳନ କରୁଅଛି ବିଶ୍ୱଏଡସ୍ ଦିବସ -2024.

masiha

ବାଘ ଆତଙ୍କରେ ଛାନିଆ ନୂଆପଡ଼ା ବାସୀ: ପୁଣି ଜଣେ ନାବାଳକକୁ ଝାମ୍ପିଲା ବାଘ ଗ୍ରାମ ବାସୀ ଉଦ୍ଧାର

masiha

ଥମୁନି ସ୍ୱାଧୀନ’ର ଟ୍ରେ ଚୋରି-ଡ଼ିଡ଼ିଏମ’ର ପରିଶ୍ରମ ବୃଥା

masiha

Leave a Comment

error: Content is protected !!