ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ପୁଣ୍ୟ ତିଥିରେ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ରକ୍ତ ଦାନ ଶିବିର

ରାଉରକେଲା  // ପ୍ରତିବର୍ଷ ପରି ରାଉରକେଲାର ଅଗ୍ରଣୀ ସାହିତ୍ୟ- ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ପୁଣ୍ୟ ତିଥି ପାଳନ ସହ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳେ ଷ୍ଟେସନ ସମ୍ମୁଖରେ ସଂଘ ଦ୍ୱାରା ସ୍ଥାପିତ ମଧୁସୂଦନଙ୍କ ପ୍ରତିମୂର୍ତ୍ତିରେ ସଂଘର ଉପସଭାପତି ରଶ୍ମି ରଞ୍ଜନ ବୋଇତାଇଙ୍କ ନେତୃତ୍ୱରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ସଂଘର ସଦସ୍ୟମାନଙ୍କ ସହ ସହରର ଅନ୍ୟାନ୍ୟ ବହୁ ସାହିତ୍ୟ- ସଂସ୍କୃତି ଅନୁଷ୍ଠାନର ସଦସ୍ୟମାନେ ମଧ୍ୟ ମାଲ୍ୟାର୍ପଣ କରିଥିଲେ।

 ସକାଳ ୯.୩୦ ସମୟରେ ଇସ୍ପାତ ଜେନେରାଲ ହସପିଟାଲରେ ସଂଘ ଦ୍ଵାରା ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହାକୁ ଉଦ୍ଘାଟନ କରି ହସ୍ପିଟାଲର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଡାକ୍ତର ବି.କେ.ହୋତା ସଂଘର ଏହି ମହତ୍ କାର୍ଯ୍ୟକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ଏହିପରି ଜନହିତକର କାର୍ଯ୍ୟ ଜାରି ରଖିବାକୁ ଉତ୍ସାହିତ କରିଥିଲେ। ସଂଘର ସଭାପତି ଅଜୟ କୁମାର ନାୟକ ସଂଘ କିପରି ସାହିତ୍ୟ – ସଂସ୍କୃତି କାର୍ଯ୍ୟକ୍ରମ ସହ ରକ୍ତଦାନ ପରି ଏକ ମହତ୍ କାର୍ଯ୍ୟକୁ ଆପଣେଇ ନେଇଛି ତାହା ବର୍ଣ୍ଣନା କରିଥିଲେ। ଶ୍ରଦ୍ଧାଞ୍ଜଳି ସଭା ଓ ରକ୍ତ ଦାନ କାର୍ଯ୍ୟକ୍ରମରେ ଆଇ.ଜି.ଏଚ୍. ର ଡାକ୍ତର ଏଲ.କେ.ବିଶ୍ବାଳ, ଡାକ୍ତର ଦଉଲତ ସରାଫ, ଡାକ୍ତର ପ୍ରତିଭା କୁମାରୀ ବେହେରା, ଡାକ୍ତର ଅରୁଣା ମୁଖୀ ମିଞ୍ଜ, ଡାକ୍ତର ପଙ୍କଜ କୁମାର ଦାସ, ଲାବ ଟେକ୍ନିସିଆନ ଅଥାର ଇକବାଲ, ଅଭିଜିତ ପାଲ, ସୁରେନ୍ଦ୍ର କୁମାର ସ୍ବାଇଁ, ସିଷ୍ଟର ଚମ୍ପାବତୀ କିସାନ, ଲଳିତା କାଣ୍ଡୁଲନା, କଉଶଲ୍ୟା ତନ୍ତୀ ପ୍ରମୁଖ ରକ୍ତ ଦାନ ପରିଚାଳନା କରିଥିଲେ। ସାଧାରଣ ସମ୍ପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବଶ୍ରୀ ଅଶୋକ ଦାସ, ପୁଷ୍ପା ରାଣୀ ପଟେଲ, ଡାକ୍ତର ସାମର୍ଥ ମିଶ୍ର, ସ୍ମିତା ମିଶ୍ର, ପ୍ରକାଶ କୁକୁର, ପ୍ରସନ୍ନ କୁମାର ମହାନ୍ତି, ବେଣୁଧର ମହନ୍ତ, ଏ.କର୍ମକାର, ପି.କେ.ପରିଡା, କେ.ଶ୍ରୀନିବାସ ରାଓ, ଭଗବାନ ବିଶ୍ବାଳ, ବରୁଣ କୁମାର ନାହାକ ପ୍ରମୁଖ ସତରରୁ ଅଧିକ ସ୍ବେଚ୍ଛାସେବୀ ରକ୍ତ ଦାନ କରିଥିବାବେଳେ ଏହି ସମସ୍ତ କାର୍ଯ୍ୟ କ୍ରମରେ ଘନଶ୍ୟାମ ଦଳ, ଅଶୋକ କୁମାର ପଟ୍ଟନାୟକ, ଲକ୍ଷ୍ମଣ ନାଥ ଦାସ, ଅରବିନ୍ଦ ପାତ୍ର, ଆଲୋକ ବୋଷ, ଇନ୍ଦ୍ରମଣି ମହାପାତ୍ର, ସତ୍ୟ ନାରାୟଣ ଦାସ, ରତିକାନ୍ତ ମିଶ୍ର, ପ୍ରଦୀପ କୁମାର ପଟ୍ଟନାୟକ, ରଶ୍ମି ସାହୁ, ଡାକ୍ତର ଜ୍ଞାନରଞ୍ଜନ ଗିରି, ଶାନ୍ତନୁ କୁମାର ମହାନ୍ତି, ମହମ୍ମଦ ଖୁର୍ସିଦ ଆଲାମ୍, ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଆର୍ତ୍ତତ୍ରାଣ ମହାପାତ୍ର, କୁଞ୍ଜବିହାରୀ ରାଉତ,ଅନନ୍ତ ପଟ୍ଟନାୟକ, ଉତ୍କଳ ସମ୍ମିଳନୀ ର ସୁଦାମ ଦାଶ,ଡଃ କିଶୋରୀ ଦାଶ, ତପସ୍ୱିନୀ ବହିଦାର, ଅକ୍ଷୟ କୁମାର ଦାସ, ଭଗବାନ ମହାପାତ୍ର, ଅଭୟ ନାୟକ ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥିଲେ। ସେହିପରି ସମ୍ବାଦ ସାହିତ୍ୟ ଘର ତରଫରୁ ପି ଦାସ , ଆଲୋକ ମଲ୍ଲିକ, ବିଭୁ ନାୟକ, ମଳୟ ସାହୁ ପ୍ରମୁଖ ମଧୁସୂଦନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ୱାଇ ଏମ୍ ସାଇନ୍ସ ଏକାଡେମୀ ଉଦଘାଟିତ 

Sunil Chandra Nayak

କୋମନା ଡିଗ୍ରୀ କଲେଜରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ

Sunil Chandra Nayak

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରାରେ ୩୬ତମ ବିଶ୍ୱ ଏଡସ୍ ଦିବସ ପାଳନ

masiha

Leave a Comment

error: Content is protected !!