ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଠାରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ସୁନ୍ଦରଗଡ଼ ଠାରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ସୁନ୍ଦରଗଡ଼, ୨୧/୦୬/୨୫: ଚଳିତ ରଥଯାତ୍ରା ନିମନ୍ତେ ଆଜି ସଦର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି, ରାସ୍ତା ମରାମତି ଏବଂ ସଫେଇ, ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ପରିଚାଳନା ଆଦି ଉପରେ ଆଲୋଚନା କରାଯାଇଥିଲା।

     ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକ ରେ ସଦର ତହସିଲଦାର ଶ୍ରୀ କୁଳମଣି ରଣବିଡ଼ା, ଏସ ଡି ପି ଓ ଶ୍ରୀ ନିର୍ମଳ ମହାପାତ୍ର, ଟାଉନ ଥାନା ଆ ଆଇ ସି ଶ୍ରୀମତୀ ପ୍ରୀତି ମଞ୍ଜରୀ ମେଣ୍ଡୁଳି, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ରାଜବାଟି, ସୁନାରିପଡ଼ା, ମହେଶଡିହି ଏବଂ ଶଙ୍କରାର ରଥଯାତ୍ରା କମିଟିର କର୍ମକର୍ତ୍ତା ଏବଂ ସଭ୍ୟମାନେ ଯୋଗ ଦେଇଥିଲେ । 

    ବୈଠକରେ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା କୁ କିଭଳି ଭାବେ ଶାନ୍ତି ଶୃଙ୍ଖଳା ରକ୍ଷା କରି ହର୍ଷ ଉଲ୍ଲାସ ର ସହ ପାଳନ କରାଯିବ ତାହା ଉପରେ ଉପଜିଲ୍ଲାପାଳ ଶ୍ରୀ ସରାବୁ ଗୁରୁତ୍ଵାରୋପ କରିଥିଲେ। ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ସମୟରେ ଟ୍ରାଫିକ ପରିଚାଳନା ତଥା ଭିଡ ନିୟନ୍ତ୍ରଣ ନିମନ୍ତେ ଆବଶ୍ୟକୀୟ ପୋଲିସ ମୁତୟନ କରିବା ଉପରେ ଆଲୋଚନା କରାଯାଇଥିଲା। ସେହିଭଳି ସମୟରେ ଅସାମାଜିକ ଲୋକ ତଥା ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ଏବଂ ଦ୍ରୁତ ବେଗରେ ଗାଡ଼ି ଚାଳନା ରୋକିବା ନିମନ୍ତେ ପୋଲିସ ବିଭାଗ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଯୁଗ୍ମ ଏନଫର୍ସମେଣ୍ଟ କରାଯିବା ଉପରେ ଆଲୋଚନା କରାଯାଇଥିଲା। 

ସେହିଭଳି ରଥ ଯାଉଥିବା ଅଞ୍ଚଳ ମାନଙ୍କରେ ସମସ୍ତ ଡ୍ରେନ ଓ ରାସ୍ତା ଗୁଡିକର ସଫେଇ, ବ୍ଲିଚିଂ ପକାଇବା,ରାସ୍ତା ରେ ଇଟା ବାଲି ଆଦି ଗଦା ହୋଇଥିଲେ ତାହାକୁ ମଧ୍ୟ ସଫା କରିବାକୁ ସୁନ୍ଦରଗଡ଼ ପୌରାଞ୍ଚଳ କୁ କୁହାଯାଇଥିଲା। ରାସ୍ତା ରେ ଖାଲ ଆଦି ଥିଲେ ମରାମତି କରାଯିବା ନିମନ୍ତେ ଆଲୋଚନା କରାଯାଇଥିଲା। ସେହିଭଳି ରଥ ଗୁଡ଼ିକ ଯାଉଥିବା ବାଟରେ ଝୁଲି ପଡ଼ିଥିବା ସମସ୍ତ ବିଦ୍ୟୁତ୍ ତାର, ଟେଲିଫୋନ ତାର ଏବଂ କେବୁଲ ତାର ଗୁଡ଼ିକ ପ୍ରତି ଦୃଷ୍ଟି ଦେବାକୁ ବିଦ୍ୟୁତ୍ ବିଭାଗ ଏବଂ ଅନ୍ୟାନ୍ୟ ବିଭାଗୀୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ରଥଯାତ୍ରା ନିମନ୍ତେ ଜନସମାଗମ ହେଉଥିବା ସ୍ଥାନ ମାନଙ୍କ ରେ ୱାଟକୋ ଦ୍ଵାରା ଷ୍ଟାଣ୍ଡ ମାଧ୍ୟମରେ ପାଣି ଟାଙ୍କି ଯୋଗାଣ ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ସେହିଭଳି ସ୍ବାସ୍ଥ୍ୟ ବିଭାଗ ପକ୍ଷ ରୁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବା ନେଇ ଆଲୋଚନା କରାଯାଇଥିଲା।

ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା କୁ ଭଲରେ ସମାପନ କରିବା ଏବଂ ଜନସାଧାରଣଙ୍କର ସୁରକ୍ଷା ଏବଂ ନିରାପତ୍ତା ଉପରେ ଉପଜିଲ୍ଲାପାଳ ଶ୍ରୀ ସରାବୁ ଗୁରୁତ୍ଵାରୋପ କରିଥିଲେ। ପବିତ୍ର ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ଉପ ଜିଲ୍ଲାପାଳ ଶ୍ରୀ ସରାବୁ ସମସ୍ତ କମିଟି ଏବଂ ଜନସାଧାରଣଙ୍କର ସହଯୋଗ କାମନା କରିଥିଲେ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଙ୍କଡ଼ାହାଡ଼ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିନା ସୂଚନା ଫଳକରେ କାର୍ଯ୍ୟ

Sunil Chandra Nayak

ତୁମକୁ ପାରୁନି ତ ଭୁଲି : ସଙ୍ଗୀତର ଅନ୍ଯନ୍ଯ କାର୍ଯ୍ୟକ୍ରମ ଆସନ୍ତା ମଇ ୨୪ରେ …..

କୁସୁମୀ ବ୍ଲକର ନୂତନ ବିଡ଼ିଓ ଶିବ ଶଙ୍କର ମୁର୍ମୁ ଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!