ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଦଲ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୫୩ ତମ ବାର୍ଷିକ ଉତ୍ସବ ପାଳିତ 

ବନ୍ଦଲ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୫୩ ତମ ବାର୍ଷିକ ଉତ୍ସବ ପାଳିତ 

କୋଇଡ଼ା. ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅନ୍ତର୍ଗତ ବନ୍ଦଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୩ ତମ ବାର୍ଷିକ ଉତ୍ସବ ଧୁମଧାମର ସହି ପାଳିତ ହୋଇଯାଇଛି। ଏହି ଅବସରରେ ବନ୍ଦଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହିତ ବାହାମ୍ବା, ଗୀତାରାଣୀ, ତେନ୍ତୁଡ଼ିହି, ରେଙ୍ଗମା, କୁଲ୍ଲା, ରାଇକେଲା ଓ ଟେନସା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଯୋଗ ଦେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରେସ କ୍ଲବ ସଭାପତି ସଂଗ୍ରାମ କେଶରୀ ନାୟକ ଯୋଗ ଦେଇଥିଲେ l ଅନ୍ୟ ଅତିଥିମାନଙ୍କ ମଧ୍ୟରୁ କୋଇଡ଼ା ମଣ୍ଡଳ ଶିକ୍ଷା ଅଧିକାରୀ ଅଭିମନ୍ୟୁ ବେହେରା, ବ୍ଲକ ଅଧିକାରୀ ସମରେନ୍ଦ୍ର ସର, ଜିନ୍ଦଲ ଖଣି ପ୍ରବନ୍ଧକ ଭରତ୍ୱରାଜ ରାଉତ, ଡେଙ୍ଗୁଳା ସରପଞ୍ଚ ବାବୁଲି ମୁଣ୍ଡା, ଜିନ୍ଦଲ ଖଣି ସିଏସଆର ଅଧିକାରୀ ରାଜେଶ ଲେଙ୍କା, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମଲ୍ଲିକ, ସୁଦର୍ଶନ ପାତ୍ର, ସମୀର କୁମାର ପାଢ଼ୀ, ଗୁରା ମୁଣ୍ଡା, ବିଜୟନନ୍ଦ ଜେନା, ଦାମୁ ପାତ୍ର ପ୍ରମୁଖ ଅତିଥିମାନେ ଉପସ୍ଥିତ ଥିଲେ।

ଅତିଥିମାନେ ପହଞ୍ଚିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲ । ପରେ ଶିକ୍ଷକ-ଶିକ୍ଷୟତ୍ରୀମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ।

 ଆଠଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ହୋଇଥିଲା l 

ଛାତ୍ରଛାତ୍ରୀମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କ ମନ ମୋହିଥିଲେ। ଉତ୍କୃଷ୍ଟ ପରିବେଷଣ ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଚାରକମଣ୍ଡଳୀ ଦ୍ୱାରା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ବିଭକ୍ତ କରାଯାଇ ପୁରସ୍କୃତ କରାଯାଇଥିଲା। ସେମାନଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା। ଉତ୍ସବରେ ଅଭିଭାବକ, ଗ୍ରାମବାସୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଉତ୍ସବମୟ ହୋଇଯାଇଥିଲା। 

କୋଇଡା ରୁ ବନମାଳୀ ବାରିକଙ୍କ ରିପୋର୍ଟ୍  

Related posts

ପ୍ରଗତି ଉତ୍କଳ ସଂଘରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ରାଇରଙ୍ଗପୁରରେ ବଜ୍ରପାତରେ ବୃଦ୍ଧଙ୍କ ମୁଣ୍ଡ ଗଡିଲା

masiha

ସଫ୍ଟବଲ ପ୍ରତିଯୋଗୀତାରେ ବିଜୟୀ ବାକିକା ଦଳକୁ ସ୍ୱାଗତ ସମ୍ବର୍ଦ୍ଦନା

masiha

Leave a Comment

error: Content is protected !!