ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ମହୋତ୍ସବ ଉଦଯାପିତ  (ଜୁନାଗଡ଼ କଳାହାଣ୍ଡି ଜିଲ୍ଲାକୁ ଦିଶା ଦେଖାଉଛି)

ଜୁନାଗଡ଼ ମହୋତ୍ସବ ଉଦଯାପିତ 

(ଜୁନାଗଡ଼ କଳାହାଣ୍ଡି ଜିଲ୍ଲାକୁ ଦିଶା ଦେଖାଉଛି)

ଜୁନାଗଡ଼,(ମନୀସ)କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଠାରେ ତିନିଦିନ ଧରି ଚାଲିଥିବା ଜୁନାଗଡ଼ ମହୋତ୍ସବ ଉଦଯାପିତ ହୋଇଯାଇଛି । ଜୁନାଗଡ଼ ସବୁବେଳେ ଏକତା ଦେଖାଇଥାଏ । ଯିଏ ଯେଉଁ ଦଳର ଥିଲେ ମଧ୍ୟ ଜୁନାଗଡ଼ର ବିକାଶ ପାଇଁ ସମସ୍ତେ ଏକ ହୋଇ ଛିଡା ହୁଅନ୍ତି । ଜୁନାଗଡ଼ ମହୋତ୍ସବ ଏକ ଉତ୍ସବ ନୁହେଁ ,ଏହି ଉତ୍ସବ ମଧ୍ୟରେ ଜୁନାଗଡ଼ ର କଳା, ସଂସ୍କୃତି, ପରମ୍ପରା କୁ ଆଗାମୀ ପିଢ଼ି କିଭଳି ଆଗକୁ ନେବ ସେନେଇ ଏହି ମହୋତ୍ସବର ମୁଖ୍ୟ ଭୂମିକା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଜୁନାଗଡ଼ ମହୋତ୍ସବ କମିଟିର ଅଧ୍ୟକ୍ଷ ଦୁର୍ଗାପ୍ରସାଦ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟବକ୍ତା ବିଶିଷ୍ଟ ଶିକ୍ଷାବିତ ଡ଼ଃ ଉମେଶ ଚନ୍ଦ୍ର ସତପଥୀ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, କଳାହାଣ୍ଡି ଡିଏଫଓ ପ୍ରଭାକର ବର୍ମା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ୍ୟା ସବିତା ମେହେର, ବିସିସି ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା, କଳାହାଣ୍ଡି ଡିସିଓ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ପୂର୍ଵ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭଵସିନ୍ଧୁ ମଙ୍ଗରାଜ,ରଂଜନ ଜାଲ ଜିଲ୍ଲାପରିଷଦ ସଭ୍ୟ ସଂଗୀତା ଖରସେଲ, ଜୁନାଗଡ଼ ବ୍ଲକ ଅଧକ୍ଷ୍ୟା ସବିତା ମେହେର, ଏନଏସି ଅଧ୍ୟକ୍ଷ୍ୟା ହିମାଦ୍ରୀ ନାଏକ, ଜୁନାଗଡ଼ ବ୍ଲକ ସରପଞ୍ଚ ସଙ୍ଘ ସଭାପତି ତାରାଶଙ୍କର ରାୟଗୁରୁ, ଜୁନାଗଡ଼ ମହୋତ୍ସବ କମିଟିର ଉପସଭାପତି ଆଶିଷ ଗୋଏଲ, ସନ୍ତୋଷ ସାହୁ,କାଉନସିଲର ଗୋପାଳ ଚନ୍ଦନ, ସଚିନ ଆନ୍ଦାନି, କାହ୍ନୁ ବୈଠାରୁ, ହିମାଦ୍ରୀ ସିନ୍ଦୁର, ପୁଷ୍ପାଞ୍ଜଳି ଦଣ୍ଡସେନା, ମାଧବୀ ବାଗ,ମଞ୍ଜୁଲତା ସେଠି, କୁନି ଶବର, ଭୂପେନ୍ଦ୍ର ଦଣ୍ଡସେନା, ମିନତୀ ମାଝୀ, ଚକ୍ରଧର ବାଗ ପ୍ରମୁଖ ଉଦବୋଧନ ଦେଇଥିଲେ । ଜୁନାଗଡ଼ ମହୋତ୍ସବ କମିଟିର ସମ୍ପାଦକ ହିମାଂଶୁ ଶେଖର ବରାଡ଼ ମଞ୍ଚ ପରିଚଳନା କରିଥିଲେ ।ଭବାନୀପାଟଣା ର ପ୍ରତିଭା ଅନୁଷ୍ଠାନ,ଜୁନାଗଡ଼ ର କଳାବିକାଶ କେନ୍ଦ୍ର ଏବଂ ସମ୍ବଲପୁର ରଉମାକାନ୍ତ ବାରିକ ଏବଂ ସାଥିଙ୍କ ଦ୍ଵାରା ସମ୍ବଲପୁରି ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ସାରା ରାତି ଦର୍ଶକଙ୍କୁ ବାନ୍ଧି ରଖିଥିଲା । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରେଳବାଇ ବୋର୍ଡ଼ର ସଦସ୍ୟ ଡ଼ଃ ସୁବାସ ଲେଙ୍କା ଙ୍କ ଝାରସୁଗୁଡ଼ା ରେଳ ଷ୍ଟେସନ ନୀରିକ୍ଷଣ

Sunil Chandra Nayak

ନଶା ମୁକ୍ତ ଭାରତ ଅଭିଯାନ

masiha

ଲାଇଟ ହାଉସ ଅଙ୍ଗନୱାଡି କେନ୍ଦ୍ର ଉଦଘାଟିତ

masiha

Leave a Comment

error: Content is protected !!