ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡ଼ା ବ୍ଲକରେ ଜାତୀୟ ପଂଚାୟତ ରାଜ ଦିବସ ମହାସମାରୋହରେ ପାଳିତ 

କୋଇଡ଼ା ବ୍ଲକରେ ଜାତୀୟ ପଂଚାୟତ ରାଜ ଦିବସ ମହାସମାରୋହରେ ପାଳିତ 

କୋଇଡ଼ା : – ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ କୋଇଡ଼ା ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଶ୍ରୀମତୀ ରଶ୍ମିରେଖା ପାତ୍ର ଙ୍କ ତତ୍ୱାବଧାନ ଏବଂ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମିଳିତ ସହଯୋଗରେ ଆଜି ଜାତୀୟ ପଂଚାୟତରାଜ ଦିବସ ୨୦୨୫ ଆଭାସୀ ମାଧ୍ୟମରେ ମହା ସମାରୋହରେ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କୁ ଦୀପ ଅର୍ଘ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ସୁଭାରମ୍ଭ କରାଯାଇଥିଲା l ଆଭାସୀର କିଛିସମୟ ପୂର୍ବରୁ କାର୍ଯ୍ୟକ୍ରମର ଉଦେଶ୍ୟ ତଥା ପଂଚାୟତ ରାଜ ଦିବସ ପାଳନ ତାତ୍ପର୍ଯ୍ୟ ଉପରେ ଶ୍ରୀମତୀ ରଶ୍ମିରେଖା ପାତ୍ର ସଂକ୍ଷେପରେ ବିଭିର୍ଣ୍ଣ ଜନକଲ୍ୟାଣ ଯୋଜନାର ସୁ ପରିଚାଳନା ଯୋଗୁ ଜନସାଧାରଣ ତଥା ଯୋଗ୍ୟ ହିତାଧିକାରୀ କିପରି ଉପକୃତ ହୋଇପାରିଛନ୍ତି ଏବଂ ଆଗକୁ ମଧ୍ୟ୍ୟ ଲାଭବାନ ହୋଇ ପ୍ରଗତିରେ ଉର୍ନ୍ନତି ହୋଇପାରିବେ ବୋଲି ଆଲୋକପାତ କରିଥିଲେ l ଏଥିରେ ବଣାଇ ସମନ୍ୱିତ ଆଦିବାସୀ ପ୍ରକଳ୍ପ ଅଧିକାରୀ ସମନିତ୍ୱ ଆଦିବାସୀ ଉର୍ନୟନ ସଂସ୍ଥା ର ସ୍ୱଦେଶ ତପୋ , କୋଇଡ଼ା ବ୍ଲକ ଚେୟାରମେନ ସୁରେଶ କୁମାର ନାୟକ, କୋଇଡା ପଂଚାୟତର ସରପଞ୍ଚ ହୃଷିକେଶ ଦେହୁରୀ,କାଶିରା ପଂଚାୟତ ସରପଞ୍ଚ ଶ୍ରୀମତୀ ରାଣୀ ଲୋହାର ,ଗୋପନା , ରେଲ୍ହା ଟୁ , ସୋୟାମ୍ଭା, ଚୋରଧରା ଓ ଟେନେସା ର ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ ଏବଂ ନୂତନ ରାସନ କାର୍ଡଧାରୀ ମାନଙ୍କ ମଧ୍ୟରୁ ୫୦ଗୋଟି ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା l ଏଥିରେ ଗୋପନା ପଂଚାୟତ କୁ ବର୍ଯ୍ୟବସ୍ତୁ ପରିଚାଳନା ପାଇଁ , ରେଲ୍ହା ଟୁ କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଏବଂ (ଗ୍ରାମୀଣ )ଆର୍ଥିକ ବର୍ଷର ୨୧/’୨୨ କୋଇଡ଼ା ପଂଚାୟତ ପାଇଁ ନିଜସ୍ୱ ରାଜସ୍ୱ ଆଦାୟ ପାଇଁ ଏବଂ କେ ବଲାଙ୍ଗ ପଞ୍ଚାୟତ ପାଇଁ ମହାତ୍ମା ଗାନ୍ଧୀ ନରେଗା ଯୋଜନା ସର୍ବାଧିକ ଶ୍ରମ ଦିବସ ସୃଷ୍ଟି କରିଥିବାରୁ ଆର୍ଥିକ ବର୍ଷ ୨୪’ /୨୫ ପାଇଁ ଅତିଥି ଗଣଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା lଏହି କାର୍ଯ୍ୟକ୍ରମରେ ଶତାଧିକ ସ୍ଵୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ବୃନ୍ଦ ସାମିଲ ହୋଇଥିଲେ ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ ଓ ଗୀତିକବି ସମାଜର ବାର୍ଷିକୋତ୍ସବ

Sunil Chandra Nayak

ରାଇରଙ୍ଗପୁରର ଲୋକପ୍ରିୟ ରାଜ ସାର୍ ଙ୍କ ଦେହାନ୍ତରେ ଶୋକରେ ଛାୟା

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ପିଆଇ ସର୍କଲ ଦୁଇ ନମ୍ବର ଜଳବିଭାଜିକା ବିଭାଗରେ କମ କାମକରି ଅର୍ଥ ହଡପ ଅଭିଯୋଗ

masiha

Leave a Comment

error: Content is protected !!