ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇ ଆର ବି ଯବାନଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ଯବହାର, ପ୍ରେସକ୍ଳବ ପକ୍ଷ୍ୟରୁ ଏସପିଙ୍କୁ ଦାବି ପତ୍ର

ଫୁଲବାଣୀ ୩୦।୧୨ :ଆଜି ଜିଲ୍ଲା ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ବରେ ଏକ ଲିଖିତ ଅଭିଯୋଗ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି। ଯାହା ଲିଖିତ ଅଭିଯୋଗ ରହିଛି ଗତ ୨୮/୧୨/ ୨୦୨୨ ତାରିଖ (ବୁଧବାର) ଦିନ ଫୁଲବାଣୀରେ ବିଶ୍ଵ ପୁରୁଷ ହକି କପକୁ ସ୍ଵାଗତ ଏବଂ ଏହାର ପ୍ରଦର୍ଶନୀ ଶୋଭାଯାତ୍ର ବେଳେ, ସ୍ଥାନୀୟ ମାଦିକୁନ୍ଦା ଛକଠାରେ ଶୋଭାଯାତ୍ରାର ଖବର ସଂଗ୍ରହ କରୁଥିବା ବେଳେ ଫୁଲବାଣୀ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କୁ ସଭାଯାତ୍ରା ଡିୟୁଟିରେ ନିୟୋଜିତ ଥିବା ଜଣେ ଆଇଆରବି ଜବାନ ଅଶାଳୀନ ବ୍ୟବହାର କରିବା ସହିତ ସମଗ୍ର ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ମଧ୍ୟ ଅଶାଳୀନ ଭାଷା ପ୍ରୟୋଗ କରିଥିଲେ । ଏହାକୁ ବିରୋଧ କରି ସେହି ଆଇ ଆର ବି ଯବାନ ଙ୍କୁ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ପୋଲିସ ବିଭାଗର ଉପରିସ୍ତ ଅଧିକାରୀଙ୍କୁ ଅଭିଯୋଗ କରିବାକୁ କହିବାରୁ ତୁମେ ମୋ ନାରେ ଏସପିଙ୍କୁ ମଧ୍ୟ ଅଭିଯୋଗ କର ମୋର କେହି କିଛି କରିପାରିବେ ନାହିଁ ବୋଲି କହିଥିଲେ । ଫଳରେ ସେଠାରେ ଥିବା ଜନ ଗହଳି ମଧ୍ୟରେ କାର୍ଯ୍ୟରତ ସାମ୍ବାଦିକ ଆଦିତ୍ୟଙ୍କ ଅସମ୍ମାନ ହେବା ସହିତ ସମସ୍ତ ସାମ୍ବାଦିକ ମାନଙ୍କର ମଧ୍ୟ ଅସମ୍ମାନ ହୋଇଥିବା ନେଇ ଜିଲ୍ଲା ର ସମସ୍ତ ସାମ୍ବାଦିକ ଯାଇ ଏସପିଙ୍କୁ ଅଭିଯୋଗ କରିଥିଲେ । ପୋଲିସ ଓ ଗଣମାଧ୍ୟମ ମଧ୍ୟରେ ସେତୁ ସ୍ଥାପନ ଭଳି ସମ୍ପର୍କ । ପୋଲିସ ବିଭାଗ ଜନତାଙ୍କ ନିକଟତର ହେବାକୁ ଏବଂ ସେମାନଙ୍କ ସେବା କରିବା ଦିଗରେ ପ୍ରଚେଷ୍ଟା ଚଳାଇଥିବା ବେଳେ ଜବାନ ଜଣଙ୍କର ଏତାଦୃଶ ଅଶାଳୀନ ବ୍ୟବହାର ସହ ଆଇ ଆର ବି ଜଣଙ୍କ ପୋଷାକରେ ନାମ ଫଳକ ନଥିବା,ଏବଂ ଜଣେ ଯବାନର କଥା ବାର୍ତ୍ତା ସଞ୍ଜମତା ଯେପରି ରହିବା କଥା ତାହା ତାଙ୍କ ବ୍ଯବହାର ରେ ପରିଲକ୍ଷିତ ହୋଇ ନ ଥିଲା । ଯଦି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରତି ଜବାନଙ୍କ ଏହିଭଳି ଆଚରଣ, ତେବେ ସାଧାରଣ ଜନତାଙ୍କ ଉପରେ କିପରି ବ୍ୟବହାର କରୁଥିବେ ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ବୋଲି ସାମ୍ବାଦିକ ମହଲରେ ଆଲୋଚନା ହେଉଛି । ଏ ନେଇ ଜିଲ୍ଲା ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଓ ସମ୍ପାଦକ ପ୍ରଶାନ୍ତ ବେହେରାଙ୍କୁ ଅବଗତ କରାଇବା ପରେ ଆଜି ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଏକ ଲିଖିତ ଅଭିଯୋଗ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲଙ୍କୁ ପ୍ରଦାନ କରାଯାଇଛି । ସାମ୍ବାଦିକ ମାନଙ୍କର ଲିଖିତ ଅଭିଯୋଗ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଏସ ପି ଶ୍ରୀ ଅଗରୱାଲ ଏକ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି। ଏହି ଘଟଣା ଜାଣିବା ପରେ ବରିଷ୍ଠ ସାମ୍ବାଦିକ ତଥା କେ ଡି ଜେ ଏ ସଭାପତି ଡଃ ଅରୂପ କୁମାର ଜେନା, ଶିବାନନ୍ଦ ପଟ୍ଟନାୟକ, ଜୟସେନ ପରିଡା, ସାମାଜ ସେବୀ ଅଶୋକ କୁମାର ପରିଡା, ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ତଥା ଆଇନଜୀବୀ ସତ୍ୟ ନାରାୟଣ ବେହେରା, ଜିଲ୍ଲା ଓକିଲ ସଂଘ ସଭାପତି ବିଜୟ କୁମାର ମହାନ୍ତି ଓ ସମ୍ପାଦକ ଦୂର୍ଗା ଶଙ୍କର ପଟ୍ଟନାୟକ,ବାର ୱେଲଫେଆର ଅଧ୍ୟକ୍ଷ ହରିଶ୍ଚନ୍ଦ୍ର ମହାରଣା, ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ବିଜେପି ରାଜ୍ଯ କାର୍ଯ୍ୟ କାରିଣୀ ସଦସ୍ୟ ଭଗବାନ ମହାନ୍ତି,କନ୍ଧମାଳ ପିପୁଲ୍ସ ଫୋରମର ସଭାପତି ରାଧା ମୋହନ ମହାପାତ୍ର, କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ସଭାପତି ସୁନୀଲ ବିଶ୍ଵାଳ ଓ ସମ୍ପାଦକ ଡଃ ସୂର୍ଯ୍ୟ ନାରାୟଣ ବେହେରା, ପ୍ରମୂଖ ଘୋର ନିନ୍ଦା କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ, ବିରେନ୍ଦ୍ର ସୁବୁଦ୍ଧି,ସନ୍ତୋଷ ମିଶ୍ର, ଶିବ ବିଶ୍ଵାଳ, ପ୍ରଶାନ୍ତ କୁମାର ଜେନା, ରମେଶ ଚନ୍ଦ୍ର ପ୍ରଧାନ, ବୈଦ୍ଯ ନାଥ ବେହେରା, ଶିବ ପ୍ରସାଦ ନାୟକ, ପ୍ରତାପ ଦିଗାଲ, କ୍ଷିତିଶ ମଲିକ , ଅଚ୍ୟୁତାନନ୍ଦ ସେଠୀ, ଲଲିତ ମଲିକଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ବୀର ବଜରଙ୍ଗୀ ଯୁବକ ସଂଘ ତରଫରୁ ରକ୍ତଦାନ ଶିବିର 

Sunil Chandra Nayak

ଡାବୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦାବିପତ୍ର ପ୍ରଦାନ

Sunil Chandra Nayak

ପରିବେଶର ସୁରକ୍ଷା ଓ ପ୍ଲାଷ୍ଟିକ ବର୍ଜନ ନେଇ ଉତ୍କଳ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!