ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାରୁଦ୍ର ଯୁବକ ସଂଘର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁସୁର୍ଲା ହଜାରୀପଡା ଗ୍ରାମରେ କଳାରୁଦ୍ର ଯୁବକ ସଂଘର ୧୮ତମ ପ୍ରତିଷ୍ଠା ଦିବସ ବୁଧବାର ପାଳିତ ହୋଇ ଯାଇଛି l ଦିନ ତମାମ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଗ୍ରାମ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ପରେ ସଡ଼କ ସୁରକ୍ଷା ପଦଯାତ୍ରା, ମାଗଣା ସ୍ବାସ୍ଥ୍ୟ ଶିବିର, କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ଦ୍ୱିତୀୟ ପର୍ଯ୍ୟାୟ ତଥା ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ମାନିତ କାର୍ଯ୍ୟକ୍ରମ କରାଯାଇଥିଲା l ଏଥିରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା l ସଂଘର କୈଳାଶ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ମୁଖ୍ୟବକ୍ତା ଭାବରେ ଆଇନଜୀବୀ ସତ୍ୟ ନାରାୟଣ ସାହୁ, ସମ୍ମାନିତ ଅତିଥି ଭାବରେ କର୍ଲାମୁଣ୍ଡା ବ୍ଲକ ଖ ଜୋନ ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚୌଧୁରୀ, ଯୁବ ସମାଜସେବୀ ଧନେଶ୍ୱର ସାହୁ, ସମବାୟ ସମିତି ଲିଃ ଯୋରାଡବ୍ରା ସଭାପତି ଦେବରାଜ ରଣା, ପଶ୍ଚିମ ଓଡିଶା କିନ୍ନର ସଂଘ ସଭାପତି କାମିନୀ କିନ୍ନର, ବୋରାପଦର ଗ୍ରା.ପ. ସରପଞ୍ଚ ସୁବାଷ ସାହୁ, ଯୁବ ସ୍ଵେଚ୍ଛାସେବୀ ଚନ୍ଦ୍ରହାସ୍ୟ ସାହୁ, ୱାର୍ଡ ସଭ୍ୟା ବନିତା ସାହୁ, ତୁଳସୀ ବିଶି, ଶ୍ୟାମରାଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ତ୍ରିଲୋଚନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କଳାରୁଦ୍ର ଯୁବକ ସଂଘର ପୂର୍ବତନ ସଭାପତି ତଥା ଜାତୀୟ ଯୁବ ସ୍ଵେଚ୍ଛାସେବୀ ସନତ କୁମାର ସାହୁ ମଞ୍ଚପରିଚାଳନା କରିଥିଲେ l ସମ୍ମାନିତ କାର୍ଯ୍ୟକ୍ରମରେ ଯୁବକ ସଂଘର ସମ୍ପାଦକ ରେଶବ ସାହୁ, ପୂର୍ବତନ ସମ୍ପାଦକ ସଂଜୀବ ସାହୁ, ତୁଷ୍ମନ୍ତ ସାହୁ, ରଞ୍ଜୁ ସାହୁ ପ୍ରମୁଖ ମାନପତ୍ର ପଠନ କରିଥିଲେ l ଏହି କାର୍ଯ୍ୟକ୍ରମରେ ନୃତ୍ୟ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଅନେକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ଦୁର୍ଗା ବାହିନୀର ଭଉଣୀ ମାନେ ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମଟିକୁ କଳାରୁଦ୍ର ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ଗ୍ରାମବାସୀ ସହ ଯୋଗ କରିଥିବା ବେଳେ ଅନୁଷ୍ଠାନର ମାର୍ଗଦର୍ଶକ ରୋମାଞ୍ଚ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାଇରଙ୍ଗପୁର ବାଇଦାପୋଷୀ ଗ୍ରାମର ୨୬ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ଧୂମଧାମରେ ଅନୁଷ୍ଠିତ

masiha

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଜଗଦା ରେ ନୂତନ ପ୍ରଧାନ ଆଚାର୍ଯ୍ୟ ଙ୍କ ଦାୟିତ୍ଵ ଗ୍ରହଣ

“ମୋହନ ସରକାରକୁ ଡ଼ିଡ଼ିସିଏ କଲା ବଦନାମ”ଟ୍ରେ ନମ୍ବର ଚୋରୀରେ ରାଜସ୍ୱହ୍ରାସକୁ ନୂତନ ନିର୍ଦ୍ଧେଶକ ଙ୍କୁ ବଡ ଚାଲେଞ୍ଜ

masiha

Leave a Comment

error: Content is protected !!