ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାନୀୟ ଜଳ ସଂକଟ ପାଇଁ ଗ୍ରାମବାସୀ ଙ୍କ ନିଦ ହଜିଯାଉଛି /୨ମାସ ରୁ ଅଧିକ ହେବ ବସୁଧା ଯୋଜନା ରୁ ପାଉନାହାନ୍ତି ପାନୀୟ ଜଳ /ସାପଘରା ଗାଁରେ ପାନୀୟ ଜଳ ସମସ୍ୟା

ପାନୀୟ ଜଳ ସଂକଟ ପାଇଁ ଗ୍ରାମବାସୀ ଙ୍କ ନିଦ ହଜିଯାଉଛି /୨ମାସ ରୁ ଅଧିକ ହେବ ବସୁଧା ଯୋଜନା ରୁ ପାଉନାହାନ୍ତି ପାନୀୟ ଜଳ /ସାପଘରା ଗାଁରେ ପାନୀୟ ଜଳ ସମସ୍ୟା

 ମୟୂରଭଂଜ- ୨୦/୯ —  ମୟୂରଭଞ୍ଜ ଜିଲ୍ଲାର ଅନେକ ଆଦିବାସୀ ଗାଁ ରେ ମୌଳିକ ସୁବିଧା ପହଞ୍ଚି ପାରୁନି। କେଉଁଠି ରାସ୍ତା ଓ ପୋଲ ନ ଥିବାରୁ ରୋଗୀ ଖଟିଆରେ ବୁହା ହେଉଛନ୍ତି ତ କେଉଁଠି ଲୋକଙ୍କୁ ମିଳିପାରିନି ପାନୀୟଜଳ ଏବଂ ବାସଗୃହ ଭଳି ମୌଳିକ ସୁବିଧା। ମୟୂରଭଞ୍ଜ ର ଆଦିବାସୀ ଗାଁ ରେ ୫ଜି ଟାୱର୍ ଲାଗୁଛି ସତ ହେଲେ ବାସ୍ତବରେ ନିରୀହ ଆଦିବାସୀ ମାନେ ଆଜି ବି ଅବହେଳିତ ହୋଇ ଦୁର୍ବିସହ ଜୀବନ କାଟୁଛନ୍ତି। ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ସୁରୁଦା ଯଶିପୁର ପଞ୍ଚାୟତ ଅଧୀନସ୍ଥ ସାପଘରା ଗାଁ ରେ ଆଦିବାସୀ ମାନେ ଆଜି ବି ଅବହେଳିତ ହୋଇ ଦୁର୍ବିସହ ଜୀବନ କାଟୁଛନ୍ତି। ସମସ୍ତେ ଦାରିଦ୍ର୍ୟତ ସୀମାରେଖା ତଳେ ରହିଛନ୍ତି। ଏମାନଙ୍କ ମୂଖ୍ୟ ଜୀବିକା ଚାଷ। ଲୋକଙ୍କର କିଛି କିଛି ଚାଷଜମି ରହିଥିଲେ ମଧ୍ୟ ଅନେକ ସମୟରେ ହାତୀ ଫସଲ ନଷ୍ଟ କରିଦେଉଥିବା ରୁ ସଠିକ ଭାବେ ଅମଳ ହୁଏନି କି କ୍ଷତି ପୂରଣ ବି ଏମାନଙ୍କୁ ମିଳୁନଥିବାର ଗ୍ରାମବାସୀ କହିଛନ୍ତି। ଫଳରେ ରୋଜଗାର ନ ଥିବାରୁ ଗାଁ ଯୁବକ ମାନେ ଅନେକ ସମୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଆନ୍ତି। ପାନୀୟ ଜଳ ପାଇବା ପାଇଁ ସାପଘରା ଗାଁ ରେ ବସୁଧା ଟାଙ୍କି ଅଛି l ଏହି ଟାଙ୍କି ରୁ ଗ୍ରାମବାସୀ ପାନୀୟ ଜଳ ବ୍ୟବହାର କରୁଥିଲେ l ପ୍ରାୟ ୨ମାସ ରୁ ଅଧିକ ହେବ ପାଇବ ଫାଟିଯିବାରୁ ପାନୀୟ ଜଳ ପାଇପାରୁନାହାନ୍ତି ଗ୍ରାମବାସୀ lଏହି ବିଷୟରେ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କୁ ବାରମ୍ବାର ଦାବି, ଗୁହାରି ପରେବି ବିଫଳ l

ମୟୂରଭଂଜରୁ ଅକ୍ଷୟ ବିଶ଼୍ବାଳ ମସିହା ନିଊଜ

Related posts

କେସିଙ୍ଗା ଏସଡିପିଓଙ୍କୁ ସାକ୍ଷାତ କଲେ ଅଞ୍ଚଳବାସୀ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା

masiha

କୋଇଡା – ଚୁନାଘାଟି- କେ ବଲାଙ୍ଗ ଜାତୀୟ ରାଜପଥ ୫୨୦ ନମ୍ବର ମରଣଯନ୍ତା !

Sunil Chandra Nayak

ମିଶନ ଶକ୍ତି ମାଧ୍ୟମ ରେ ଲିଙ୍ଗ ଭିତ୍ତିକ ପରୀସମାପ୍ତି କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!