ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାଦବ ମହାସଭା ପକ୍ଷରୁ ସେବାକାର୍ଯ୍ଯ 

ଯାଦବ ମହାସଭା ପକ୍ଷରୁ ସେବାକାର୍ଯ୍ଯ 

କଟକ : ବୟାଳିଶ ମୌଜା ଯାଦବ ମହାସଭାର ପ୍ରତିଷ୍ଠାତା ତଥା ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ୪୨ ମୌଜା ଯାଦବ ମହାସଭା ପକ୍ଷରୁ ଝାରକଟା ନିବାସୀ ଶିବ ବେହେରାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଶିବଙ୍କର ଏକ ଦୁର୍ଘଟଣା ହେତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡ଼ିକାଲରେ ଡାହାଣ ଗୋଡ ଆଣ୍ଠୁ ତଳକୁ କଟା ଯାଇଛି । ସେ ଥିଲେ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ଘରେ ତାଙ୍କ ଉପରେ ନିର୍ଭରଶୀଳ ବୃଦ୍ଧା ମାତା, ସହଧର୍ମିଣୀ ଓ ତିନି ନାବାଳିକା କନ୍ୟା । ସେ ଅତି ଗରିବ ପରିବାର । ୪୨ମୌଜା ଯାଦବ ମହାସଭା ପକ୍ଷରୁ ଶିବଙ୍କ ପରିବାରକୁ ଦଶ ହଜାର ଟଙ୍କା ଆର୍ଥିକ ସହାୟତା ତାଙ୍କ ସହଧର୍ମିଣୀଙ୍କ ହସ୍ତରେ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୪୨ ମୌଜା ଯାଦବ ମହାସଭା ସଭାପତି ବରିଷ୍ଠ ସାମ୍ୱାଦିକ ବୁଲେଇ ବେହେରା,ସମ୍ପାଦକ ପ୍ରସନ୍ନ କୁମାର ବେହେରା,ଟୁଟନ୍ ବେହେରା, ଆଶିଷ ବେହେରା, କଦମପଡ଼ା (ଖରିପଡ଼ିଆ) ଅଧିକାରୀ ପ୍ରଶାନ୍ତ ପଲେଇ,ନବୀନ ପଲେଇ ଓ ସ୍ଵପ୍ନେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅସହାୟ ପରିବାରକୁ ସହାୟତା ପ୍ରଦାନ କରିବାକୁ ଯାଦବ ମହାସଭା ପକ୍ଷରୁ ଅନୁରୋଧ କରାଯାଇଛି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ାରେ କୃଷି ବିଭାଗ ସମୀକ୍ଷା ବୈଠକ: ସାର କଳାବଜାରୀ ପ୍ରତି ଶୂନ୍ୟ ସହନଶୀଳତା; ଚାଷୀଙ୍କ ସ୍ୱାର୍ଥ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା: ଜିଲ୍ଲାପାଳ

Sunil Chandra Nayak

ଶିଶୁଙ୍କ ପାଇଁ ଦିନଟିଏ , ବାଲ୍ୟ ବିବାହ ନିରୋଧ ଓ ବେଟି ବଚାଓ ବେଟି ପଢ଼ାଓ ର ଟାସ୍କ ଫୋର୍ସ ବୈଠକ

masiha

ରାସୋଳରେ ପଞ୍ଚାୟତ ସ୍ତରୀୟ ଆଲୋକୀକରଣ ବ୍ୟବସ୍ଥା ର ନଗ୍ନ ଚିତ୍ର।ରାସ୍ତା ଘାଟ ରେ ବିଜେ କରୁଛି ଅନ୍ଧକାର

Leave a Comment

error: Content is protected !!