ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଇୱାନରେ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ ଭାରତରୁ ପ୍ରତିନିଧିତ୍ୱ କରିବେ ଶିଳ୍ପୀ ଓମପ୍ରକାଶ ସାହୁ

ତାଇୱାନରେ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ

ଭାରତରୁ ପ୍ରତିନିଧିତ୍ୱ କରିବେ ଶିଳ୍ପୀ ଓମପ୍ରକାଶ ସାହୁ

କର୍ଲାମୁଣ୍ଡା/(ସୁଶାନ୍ତ ରଣା): ଆସନ୍ତା ୦୧ ଜୁନ ରୁ ୧୫ ଦିନବ୍ୟାପି ତାଇୱାନରେ ହେବାକୁ ଥିବା “ଟଙ୍ଗକ୍ସଇଆଓ” ଆନ୍ତର୍ଜାତିକ ବାଲୁକା ଭାସ୍କର୍ଯ୍ୟ କଳା କର୍ମଶାଳାରେ ଭାଗ ନେବାପାଇଁ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମ ପଂଚାୟତ ଡ଼ଙ୍ଗରମୁଣ୍ଡ ଗ୍ରାମର ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ ବାଲୁକା ଶିଳ୍ପୀ ଡ଼ଃ ଓମ ପ୍ରକାଶ ସାହୁ ନିମନ୍ତ୍ରିତ ହୋଇଛନ୍ତି l ଏହି ପ୍ରଦର୍ଶନୀ ର ବିଷୟ ବସ୍ତୁ ହେଉଛି “The little world in my heart”(ମୋ ହୃଦୟର ଛୋଟ ପୃଥିବୀ) l ଉକ୍ତ ପ୍ରଦର୍ଶନୀରେ ସେ ପ୍ରଦର୍ଶନ କରିବାକୁ ଥିବା ଜଙ୍ଗଲ ପ୍ରକୃତି ସାଙ୍ଗରେ ଜଡିତ ଆଦିମ ଜନଜାତି ର ଜୀବନ ଶୈଳୀର ଏକ ସ୍କେଚ ପଠାଇ ଥିଲେ l ଏହା ସେଠିକାର କମିଟି ଦ୍ୱାରା ମନୋନୀତ ହୋଇଛି l ପାଶ୍ଚାତ୍ୟ ଶୈଳୀରେ ଓଡ଼ିଶାର ଆଦିମ ସଂସ୍କୃତିକୁ ଉପସ୍ଥାପନ କରିବାପାଇଁ ସେ ଅଭ୍ୟାସ କାର୍ଯ୍ୟ ଜାରି ରଖିଛନ୍ତି l ଉକ୍ତ ପ୍ରଦର୍ଶନୀ ର କର୍ମଶାଳା ଆସନ୍ତା ୦୧ ଜୁନ ରୁ ଆରମ୍ଭ ହୋଇ ୧୫ ଜୁନ ରେ ଶେଷହେବ ଓ ୫ ଜୁଲାଇ ରୁ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ l ଉକ୍ତ ମହୋତ୍ସବରେ ସାଉଥକୋରିଆ, ଜାପାନ, ଚୀନ, ମାଲେସିଆର ଶିଳ୍ପୀ ମାନଙ୍କ ସମେତ ଭାରତରୁ ଶ୍ରୀ ସାହୁ ପ୍ରତିନିଧିତ୍ୱ କରିବେ l ପୂର୍ବରୁ ସେ ଚନ୍ଦ୍ରଭାଗା ବେଳାଭୂମିରେ ଅନୁଷ୍ଠିତ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବରେ ଆଠ ଥର ଭାଗନେଇଛନ୍ତି l କଳାହାଣ୍ଡି-ବଲାଙ୍ଗୀରର ସୀମାନ୍ତବର୍ତ୍ତୀ ଅଞ୍ଚଳ ତେଲନଦୀର ପେନ୍ଦିମୁଣ୍ଡା ଘାଟରେ ଭାରତର ଐତିହ୍ୟ, ନେତାଜୀ ଓ ଓଡ଼ିଶାର ଐତିହ୍ୟ-ସଂସ୍କୃତି ଉପରେ ଆଧାରିତ ତାଙ୍କର ତିନୋଟି ସର୍ବୋଚ୍ଚ ବାଲୁକା କଳାକୃତି ଏସିଆ ଵୁକ୍ ଅଫ ରେକର୍ଡ୍ସ, ଏକ୍ସକ୍ଲୁସିଭ ୱାର୍ଲଡ ରେକର୍ଡ୍ସ, କିଙ୍ଗସ ବୁକ୍ ଅଫ ୱାର୍ଲଡ ରେକର୍ଡ୍ସ ଓ ଲଣ୍ଡନ ଵୁକ୍ ଅଫ ରେକର୍ଡ୍ସରେ ସ୍ଥାନ ପାଇଛି l ଏହା ବ୍ୟତୀତ ସେ ହାଇଦ୍ରାବାଦ ସ୍ଥିତ ଶ୍ରୀରାମୁଲ୍ଲୁ ତେଲୁଗୁ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ସ୍ୱତନ୍ତ୍ର ତାରକା ସମ୍ମାନ, ୱେବିକ ୟୁନିଭର୍ସିଟି ଘାନା ଠାରୁ ସମ୍ମାନଜନକ ଡକ୍ଟୋରେଟ ଉପାଧି ପାଇବା ସହ ବିଭିନ୍ନ ସରକାରୀ, ବେସରକାରୀ ଆନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି l ଉକ୍ତ ବାଲୁକା କଳାରେ ଭାଗନେବାକୁ ଥିବାରୁ ବିଭିନ୍ନ ଅନୁଷ୍ଠାନରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି l

Related posts

ନୂଆପଡାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ

masiha

ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ଉତ୍ସବ ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଏନ ଏସ ଏସ ବ୍ୟୁରୋର ସଫଳତା

Leave a Comment

error: Content is protected !!