ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ କାମୁଡା ରେ ମହିଳା ଗୁରୁତର

ଭାଲୁ କାମୁଡା ରେ ମହିଳା ଗୁରୁତର

ପାପଡାହାଣ୍ଡି,08/11, ମନିସ –ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ପଞ୍ଚାୟତ ସିଲକଗୁଡା ଜଙ୍ଗଳ ଠାରେ ବୁଧବାର ଭାଲୁ କାମୁଡାରେ ଗଂଗେଇ ଗୌଡ଼ (45) ନାମକ ମହିଳା ଗୁରୁତର ହୋଇଛନ୍ତି | ତାଙ୍କୁ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଭର୍ତ୍ତି କରାଯାଇଛି | ଦିନ 2 ଟା ସମୟରେ ଗାଁ ଜଙ୍ଗଲ କୁ ଦାନ୍ତକାଠି ପାଇଁ ସେ ଯାଇଥିଲେ | 4 ଘଣ୍ଟା ସମୟରେ ଦାନ୍ତ କାଠି ଭାଙ୍ଗି ଘରକୁ ଫେରିବା ବେଳେ ଭାଲୁ ତାଙ୍କୁ ଅତର୍କିତ ଭାବେ ଆକ୍ରର୍ମଣ କରିଥିଲା | ସେ ନିଜ ବୁଦ୍ଧିବଳ ଓ କୌଶଳ ରେ ଭାଲୁ ଠୁ ରକ୍ଷା ପାଇଁ ଗାଁ ଭିତରେ ଦୌଡ଼ି ଦୌଡ଼ି ଆସିଥିଲେ | ସ୍ଥାନୀୟ ଲୋକ ଉଦ୍ଧାର କରି ଗଂଗେଇ କୁ ତାଙ୍କ ଘର କୁ ପହଞ୍ଚାଇଥିଲେ | ସ୍ଥାନୀୟ ସରପଞ୍ଚ ଜଗତ ଜୀବନ ନାୟକ ଓ ପୂର୍ବତନ ସମିତି ସଭ୍ୟ ଯୁଗଳ ବିଶୋଇ ଖବର ପାଇଁ ଗଂଗେଇଙ୍କ ଘରେ ପହଞ୍ଚି ଅମ୍ବୁଲାଂସ ଯୋଗେ ତାଙ୍କୁ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ ଗଂଗେଇ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୀତିଆୟୋଗ ତରଫରୁ ଲକ୍ଷ୍ମୀପୁର ବ୍ଲକ ରେ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ

masiha

ଅନୁଷ୍ଠିତ ହେଲା ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ

masiha

ପ୍ଲାଷ୍ଟିକ ମୁକ୍ତ ନୂଆପଡା ନିର୍ମାଣ ଦିଗରେ ଆଉ ଏକ ପଦକ୍ଷେପ l ଜିଲ୍ଲାର ଦ୍ଵିତୀୟ ଶିଆଳି ଖଲି ଦନା ନିର୍ମାଣ ୟୁନିଟ୍ କୁ ଉଦ୍ଘାଟନ କଲେ ଜିଲ୍ଲାପାଳ l ପ୍ରତି ପଞ୍ଚାୟତରେ ଏଭଳି କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ହେବ – ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!