ଭାଲୁ କାମୁଡା ରେ ମହିଳା ଗୁରୁତର
ପାପଡାହାଣ୍ଡି,08/11, ମନିସ –ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ପଞ୍ଚାୟତ ସିଲକଗୁଡା ଜଙ୍ଗଳ ଠାରେ ବୁଧବାର ଭାଲୁ କାମୁଡାରେ ଗଂଗେଇ ଗୌଡ଼ (45) ନାମକ ମହିଳା ଗୁରୁତର ହୋଇଛନ୍ତି | ତାଙ୍କୁ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଭର୍ତ୍ତି କରାଯାଇଛି | ଦିନ 2 ଟା ସମୟରେ ଗାଁ ଜଙ୍ଗଲ କୁ ଦାନ୍ତକାଠି ପାଇଁ ସେ ଯାଇଥିଲେ | 4 ଘଣ୍ଟା ସମୟରେ ଦାନ୍ତ କାଠି ଭାଙ୍ଗି ଘରକୁ ଫେରିବା ବେଳେ ଭାଲୁ ତାଙ୍କୁ ଅତର୍କିତ ଭାବେ ଆକ୍ରର୍ମଣ କରିଥିଲା | ସେ ନିଜ ବୁଦ୍ଧିବଳ ଓ କୌଶଳ ରେ ଭାଲୁ ଠୁ ରକ୍ଷା ପାଇଁ ଗାଁ ଭିତରେ ଦୌଡ଼ି ଦୌଡ଼ି ଆସିଥିଲେ | ସ୍ଥାନୀୟ ଲୋକ ଉଦ୍ଧାର କରି ଗଂଗେଇ କୁ ତାଙ୍କ ଘର କୁ ପହଞ୍ଚାଇଥିଲେ | ସ୍ଥାନୀୟ ସରପଞ୍ଚ ଜଗତ ଜୀବନ ନାୟକ ଓ ପୂର୍ବତନ ସମିତି ସଭ୍ୟ ଯୁଗଳ ବିଶୋଇ ଖବର ପାଇଁ ଗଂଗେଇଙ୍କ ଘରେ ପହଞ୍ଚି ଅମ୍ବୁଲାଂସ ଯୋଗେ ତାଙ୍କୁ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ ଗଂଗେଇ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି |