ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଡ଼ିକାଲ କର୍ମଚାରୀଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

କୋକସରା,୩୧/୫- କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟରେ କାର୍ଯ୍ୟରତ ପରିସଂଖ୍ୟନ ସହାୟକ ଶ୍ୟାମ ସୁନ୍ଦର ସାହୁଙ୍କୁ ବୁଧବାର କୋକସରା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ଡାକ୍ତର ମାନବେଶ ମହାପାତ୍ର, ଡ଼.ଅଭିଷେକ ବେହେରା, ଜନସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ବିପିଏମ ସୁରଜିତ ସିଂ କୁମାର, ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, ଫାର୍ମାସିଷ୍ଟ ସୁଧୀର କୁମାର ଧ. ମାଝୀ ଡାକ୍ତରଖାନାରେ କାର୍ଯ୍ୟରତ ମହିଳା ନର୍ସିଂ , ଏଏନଏମ କର୍ମଚାରୀ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଦୀର୍ଘ ବର୍ଷ ଧରି ନିଷ୍ଠାପର ଭାବେ ଶ୍ରୀ ସାହୁ ନିଜର କାର୍ଯ୍ୟ ଭାର ସୁଚାରୁ ରୂପେ ତୁଲାଇ ଥିବା ବେଳେ ଜଣେ କର୍ମଠ କର୍ମଚାରୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ତାଙ୍କର କର୍ମମୟ ଜୀବନ ଅବସରରେ ସୁସ୍ଥ ଓ ନିରାମୟ ଜୀବନର କାମନା ସହ ସହକର୍ମୀ ମାନେ ସମ୍ବର୍ଦ୍ଧନା ଜଣାଇଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଓସା ର ୧୫ତମ ରାଜ୍ୟସମ୍ମିଳନୀ ରେ ପୁଣି ଚମକିଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ

masiha

ତାଳଚେର ପଶୁ ଚିକିତ୍ସାଳୟରେ ଦୋଳା ମେସିନ୍ ନଥିବା ଯୋଗୁଁ ଉପଚାର ହେଇ ପାରୁନାହିଁ 

masiha

ଗାଈ ବେକରେ ରେଡିୟମ ବେଲ୍ଟ ବାନ୍ଧିଲେ ବିଜେପି ଯୁବ ସଂଗଠକ

Sunil Chandra Nayak

Leave a Comment

error: Content is protected !!