ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାପାନ ର ଟୋକିଓରେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସାଂସ୍କୃତିକ କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନର ଏକ ୧୧ ଜଣିଆ ସାଂସ୍କୃତିକ ଦଳ ଜାପାନ ଗସ୍ତରେ ଯାଇଛନ୍ତି।ବୁଧବାର ଟୋକିଓରେ ଥିବା ଭାରତୀୟ ଦୂତାବାସରେ ଭାରତର ଜି- ୨୦ କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତୀୟ ଲୋକନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

ଏଥିରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ କଳାକାରଙ୍କ ଦ୍ବାରା ବଜାଶାଳ, ଘୁଡ଼କା,ଢାପ, ଘୁମୁରା, ଚୁଟକୁଚୁଟ୍ଟା ଓ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା।ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସି.ବି. ଜର୍ଜ ଓ ଭାରତୀୟ ସାଂସ୍କୃତିକ ପରିଷଦର ନିର୍ଦ୍ଦେଶକ କନୀକା ଅଗ୍ରୱାଲ ଓ ଅନ୍ୟ ଗଣ୍ୟମାନ୍ୟ ଅତିଥି ଯୋଗ ଦେଇଥିଲେ।

ସେହିଭଳି ଜାପାନର କ୍ୟୁଟୋରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ସୁଜିତ କୁମାର,ମନ୍ତ୍ରୀ ଅଶୋକ ପଣ୍ଡା,ବିଧାୟକ ଦେବୀ ପ୍ରସାଦ ମିଶ୍ର,କନସୁଲେଟ ଜେନେରାଲ ଅଫ ଇଣ୍ଡିଆ ନିଖିଲେଶ ଜୀ. ଯୋଗଦେଇଥିଲେ। ଏଠାରେ ମଧ୍ୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥଲା।

ଏହି କାର୍ଯ୍ୟକ୍ରମରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସୁଶାନ୍ତ ସିଂ, ପ୍ରଦୀପ ସିଂ, ବିଷ୍ଣୁ ପ୍ରଧାନ,କ୍ଷୀରସିନ୍ଧୁ ନାଏକ, ଧୀରେନ୍ଦ୍ର ପୋଢ଼, ଟିଙ୍କୁ ମାଝୀ,ଆଶ୍ବାସନା ପଟ୍ଟନାୟକ, ନିହାରିକା ନାଏକ, ସତାବ୍ଦୀ ନାଏକ, ପାୟଲ ବେହେରା ପ୍ରମୁଖ ସାମିଲ ଥିଲେ। ଦଳର ଲିଆସିନ ଅଫିସରଭାବରେ ସଞ୍ଜୟ କୁମାର ଏହି ଟିମରେ ଅଛନ୍ତି।

ସୂଚନାଯୋଗ୍ୟ ଯେ,ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କ ପ୍ରଚେଷ୍ଟା ରୁ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନେ ଜାପାନ ଯାଇ ନିଜର କଳା ପ୍ରଦର୍ଶିତ କରିପାରିଛନ୍ତି ଏବଂ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବୋଲି ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି।ପୂର୍ବରୁ ମଧ୍ୟ ମହାବୀର ସାଂସ୍କୃତିକ ଅନୁଷ୍ଠାନର କଳାକାର ମନେ ବିଭିନ ଦେଶ ବିଦେଶକୁ ଯାଇ ନିଜର ଚମତ୍କାର ଘୁମୁରା ଓ ବଜାସାଲ, ନୃତ୍ୟପ୍ରଦର୍ଶନ କରି କଳାହାଣ୍ଡି ଜିଲ୍ଲା ଏବଂ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି 

 ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସି ବି ଏସ୍ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

ପ୍ରଯୋଜନା ଭିତ୍ତିକ ନାଟ୍ୟ କର୍ମଶାଳା ଉଦଯାପିତ ଏବଂ ନାଟକ ଅମରଗାଥା ମଂଚସ୍ଥ

Sunil Chandra Nayak

ବିବେକାନନ୍ଦ ଯୁବ ସଂସଦର ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!