ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋରାପୁଟ ଜିଲ୍ଲା ସାମ୍ବାଦିକ ସଙ୍ଘ ର ବାର୍ଷିକ ଅଧିବେଶନ, ନିର୍ବାଚନ ପୂର୍ବରୁ ପେନସନ ଦିଅ

କୋରାପୁଟ ଜିଲ୍ଲା ସାମ୍ବାଦିକ ସଙ୍ଘ ର ବାର୍ଷିକ ଅଧିବେଶନ, ନିର୍ବାଚନ ପୂର୍ବରୁ ପେନସନ ଦିଅ

କୋରାପୁଟ,୨୧/୨ // ଆଜି ଓ ୟୁ ଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଙ୍ଘ କେ ଜେ ଏସ ଏସ ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି।ପ୍ରଥମେ ଅତିଥି ମାନେ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ବଳନ କରି ଥିଲେ। ଏହି ଅବସରରେ ସଂଘ ର ସଭାପତି ଦିଲୀପ ମହାନ୍ତି ଅଧକ୍ଷତା କରି ଜିଲ୍ଲା ସଂଘ ର କାର୍ଯ୍ୟକ୍ରମ ଓ ରାଜ୍ୟ ସ୍ତର ର ଦାବୀ ବିଷୟ ରେ କହିଥିଲେ,ସାଧାରଣ ସମ୍ପାଦକ ରାଜେନ୍ଦ୍ର ଗଉଡ଼ ବିବରଣୀ ପାଠ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ମନୋଜ ପଟ୍ଟନାୟକ, ଏହି ଅଧିବେଶନରେ ଅତିଥି ରୂପେ ସ୍ଥାନୀୟ ପୌର ପରିଷଦ ଅଧକ୍ଷ ଲଲାଟ ରଞ୍ଜନ ସେଠି ଯୋଗ ଦେଇ ସଂଘ ର ସଦସ୍ୟ ମାନଙ୍କୁ ଶୁବେଛାଜଣାଇବା ସହ ସାମ୍ବାଦିକ ମାନେ ସର୍ବଦା ଜନ ସେବାରେ ରୁହନ୍ତି ଓ ସେମାନଙ୍କ ର ସେବା ଅତୁଳନୀୟ କହିଥିଲେ ଓ ରାଜ୍ୟ ପ୍ରମୁଖ ପ୍ରଥମ ହଜାର ଦିନ କାର୍ଯ୍ୟକ୍ରମ ନୀତି ଆୟୋଗ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ର ରାଜ୍ୟ ମୁଖ୍ୟ ବାସୁଦେବ ମାଲବିଷୋୟୀ କହିଥିଲେ ସବୁ ସାମ୍ବାଦିକ ଦର୍ପଣ ଓ ସି ସି ଟି ଭି ଭଳି ସ୍ଵଛ ହୋଇ ସମାଜ କୁ ଦିଗଦର୍ଶନ ଦେବା ସହ ବିକାଶ ମୁଖି ସାମ୍ବାଦିକତା ପ୍ରତି ଧ୍ୟାନ ଦେବା ଉଚିତ। ସେହିପରି ଅନ୍ୟତମ ଅତିଥି ବିଶିଷ୍ଟ ସମାଜ ସେବି ତଥା ଆଇ ଓ ଭା ସଂସ୍ଥା ର ଅଧକ୍ଷା ରଶ୍ମିତା ଟେଟେ ସାମ୍ବାଦିକ ସଂଘଟନ ମାନେ ଏକ ସ୍ୱର ରେ ଦାବୀ ଗୁଡିକ ଉପସ୍ଥାପନା କରିବା ଉଚିତ ଓ ନିରନ୍ତର ଉଦ୍ୟମ କରାଯିବା ଦରକାର ବୋଲି କହିଥିଲେ। ଏହି ଅଧିବେଶନ ରେ ସଙ୍ଘ କୁ ପ୍ରତ୍ୟାବର୍ତ୍ତନ କରିଥିବା ରାଜ୍ୟ ସ୍ତରୀୟ ସଂଗଠକ ନେତା ଅଜୟ ସାହୁ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ସଂଘ ପକ୍ଷରୁ। ଶ୍ରୀ ସାହୁ ସଂଘ ର ଏକତା କୁ ବଜାୟ ରଖିବା ସହ ଏହାର କାର୍ଯ୍ୟକୁ ଦ୍ବିଗୁଣିତ କରିବାକୁ ଆହାନ ଦେଇଥିଲେ ଏହାପରେ କୋରାପୁଟ ର ଗର୍ବ ଓଡିଶା ର ଜଣେ ମାତ୍ର ଭାରତୀୟ ସେନା ରେଏନ ସି ସି ପ୍ରବେଶ ପରୀକ୍ଷା ରେ ୪୦ ଜଣ ଙ୍କ କୃତକାର୍ଯ୍ୟ ମଧ୍ୟରେ ୧୯ ରାଙ୍କ ରେ ରହି ଲେଫ୍ଟନାଣ୍ଟ ପଦବୀ ପାଇଥିବା ସୁଭାଶିଷ ରଥ ଙ୍କୁ ସମ୍ନାନୀତ କରାଯାଇଥିଲା। ଅନ୍ୟାନ୍ୟ ମଂଚାସୀନ ଅତିଥି ଙ୍କ ମଧ୍ୟରେ ଉପଦେଷ୍ଟା ପରୀକ୍ଷିତ ବିଶ୍ୱାଳ,ଆଇନ ଉପଦେଷ୍ଟା ଵାଲା ରାୟ, ମୁଖ୍ୟ ପୁରୋଧା ଭବାନୀ ଶଙ୍କର ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଶଧର ରାଉତ, ଜାତୀୟ କାର୍ଯ୍ୟାକାରିଣୀ ସଦସ୍ୟ ଘନଶ୍ୟାମ ରଥ, ପ୍ରମୁଖ ସଂଘର କାର୍ଯ୍ୟ ବିଷୟ ରେ ଆଲୋକ ପାତ କରିଥିଲେ। ଯୁବ ସମାଜ ସେବି ଆଦିତ୍ୟ ହନ୍ତାଳ ଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା।ଆଜି ଓ ୟୁ ଜେ ଜିଲ୍ଲା ସଙ୍ଘ ତଥା ରାଜ୍ୟ ସଙ୍ଘ ରେ ଜୟପୁର ର ବରିଷ୍ଠ ସାମ୍ବାଦିକ ପରେଶ ରଥ, ମୁରଲୀଧର ବରାଡ଼, ଗୋପାଳ ପାଢ଼ୀ, ସେକ ଇବ୍ରାହିମ, ବିଷ୍ନୁପ୍ରିୟା ସାହୁ, ଅରୁଣ କୁମାର, ଦୀପକ ମିଶ୍ର, ସତ୍ୟନାରାୟଣ ପ୍ରମୁଖ ଯୋଗ ଦେଇ ଥିଲେ ସଙ୍ଘ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ସଭା ଶେଷ ରେ ଶେଖ ଇବ୍ରାହମ ଧନ୍ୟବାଦ ପ୍ରଦାନ କରିଥିଲେ।ଶହେରୁ ଉର୍ଦ୍ଧ ସଦସ୍ୟ ଜିଲ୍ଲାରୁ ଯୋଗ ଦେଇ ଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ଆମ ଓଡ଼ିଶା ନବୀନ ଓଡ଼ିଶା ର ଶୁଭାରମ୍ଭ

masiha

ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଓ ସ୍ବତନ୍ତ୍ର ପ୍ରକଳ୍ପର ନି‌ର୍ଦ୍ଦେଶକ ଙ୍କ କୋରାପୁଟ ଗସ୍ତ

Sunil Chandra Nayak

କଳାହାଣ୍ଡି ଲେଖକ କଳା ପରିଷଦର ବାର୍ଷିକ ସାଧାରଣ ସଭା

masiha

Leave a Comment

error: Content is protected !!