ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦର ପ୍ରତିଷ୍ଠାତା ବଳରାମ ତରାଇ ପ୍ରକୃତି ମିତ୍ର ସମ୍ମାନ ପାଇବେ

ବ୍ୟୁରୋ ନିୟୁଜ୍:- ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ, ନିଶିଗନ୍ଧା ନାରୀ ସଶକ୍ତିକରଣ,ନିଶିଗନ୍ଧା ଖବର , ଖୋର୍ଦ୍ଧା, ଭୁବନେଶ୍ୱର ନିଶିଗନ୍ଧା ପରିବାର କୁ ଆସନ୍ତା ଜୁନ ୧ ତାରିଖ ଦିନ ଆଠ ବର୍ଷରେ ପଦାର୍ପଣ କରିବ l ଏହି ଜନ୍ମଦିନ ଅବସରରେ ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ଗୋଟିଏ ଗଛ କୋଟିଏ ଜୀବନ ଓ ଜଗା ପାଇଁ ଗଛ ଟିଏ ପରିବେଶ ସୁରକ୍ଷା ଅଭିଯାନକୁ ସମସ୍ତ ଜିଲ୍ଲାରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଅଯୋଜନ କରିଥିଲା ,ତା ସହିତ ଓଡ଼ିଆ ଭାଷା ସାହିତ୍ୟର ବିକାଶ ପାଇଁ ଉପାନ୍ତ ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଶୁଦ୍ଧ ଓଡ଼ିଆ ଭାଷା ଉପରେ ଆଲୋଚନା ,ବାର ମାସରେ ୧୨ଟି ସାହିତ୍ୟ ଆସର ସମସ୍ତ ଜିଲ୍ଲାରେ ରାଜ୍ୟରେ, କବିତା,ଗଳ୍ପ ପ୍ରବନ୍ଧ, ଆସର ଆଲୋଚନା କରି ଆସୁ ଅଛି, ବିଭିନ୍ନ ପ୍ରକାର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀଙ୍କ, ପୁସ୍ତକ ଉନ୍ମୋଚନ କରାଯାଇଛି, ବର୍ଷ କୁ ତିନିଟି ସାହିତ୍ୟ ପତ୍ରିକା ଉନ୍ମୋଚନ , ୱେବସାଇଟ ମାଧ୍ୟମରେ ସମସ୍ତ କବି ମାନଙ୍କ କବିତା, ଗଳ୍ପ ପ୍ରବନ୍ଧ ପ୍ରକାଶ ପାଇଛି, ଅଙ୍ଗଦାନ, ରକ୍ତଦାନ ଶିବିର, ରୋଡ ସୁରକ୍ଷା ସହ ସଚତନେତା, ମହିଳା ମାନଙ୍କ ମହିଳା ଦିବସ ପାଳନ, ଓଡ଼ିଆ ନବ ବର୍ଷ ପାଳନ, ଗାନ୍ଧୀ ଜୟନ୍ତି ପାଳନ, ରଜ ପର୍ବ ପାଳନ, ରାଜ୍ୟସ୍ତରୀୟ କରି ସାରା ଓଡ଼ିଶାରେ ଉତ୍ସାହ ପରିଲକ୍ଷିତ ହେଉଛି ସାହିତ୍ୟ ପ୍ରେମୀ ମାନଙ୍କ ମଧରେ ,ଏ ବର୍ଷ ଓଡ଼ିଶା ସରକାରଙ୍କ ପ୍ରକୃତି ମିତ୍ର ପୁରସ୍କାର ପାଇଁ ମିନୋନୀତ କରାଯାଇଛି, ଏହି ପୁରସ୍କାର ପାଇବାପରେ ବିଭିନ୍ନ ରାଜ ନେତା, ସାମ୍ୱାଦିକ, କବି, ସମାଜ ସେବୀ, ଗ୍ରାମ ବାସୀ, ଗ୍ରାମ ପଞ୍ଚାୟତ ପରିବାର ସମସ୍ତ ସଦସ୍ୟ ମାନଙ୍କ ମହଲ ରୁ ଅନୁଷ୍ଠାନ କୁ ପ୍ରସଂଶା ମିଳିଛି ତେଣୁ ଏହାର ସମସ୍ତ ଶ୍ରେୟ ନିଶିଗନ୍ଧା ପରିବାରର ସମସ୍ତ କର୍ମ କର୍ତ୍ତା ଏବଂ ସଦସ୍ୟ /ସଦସ୍ୟା ଏବଂ ପରିବେଶ ପ୍ରେମୀ ମାନଙ୍କୁ ପ୍ରଦାନ କରାଯାଉଛି। ତା ସହିତ ବଳରାମ ତରାଇ ଘୋଷଣା କରିଛନ୍ତି ଏହାର ସମସ୍ତ ଅନୁଦାନ କୁ ଏ ବର୍ଷ ଗୋଟିଏ ଗଛ କୋଟିଏ ଜୀବନ ଜାଗା ପାଇଁ ଗଛ ଟିଏ ଅଭିଜାନ ରେ ସାମିଲି କରାଯିବା ସହିତ ବ୍ୟାପକ ବୃକ୍ଷ ରୋପଣ କରାଯିବ,ନିଶିଗନ୍ଧା ଜନ୍ମ ଦିବସରେ ସମସ୍ତ ଅତିଥି ମାନଙ୍କ କର କମଳରେ ଉନ୍ମୋଚିତ କରାଯିବ, ସମସ୍ତ ଙ୍କୁ ଏକ ଗଛ ପ୍ରଦାନ କରାଯିବ, ପରିବାରକୁ ଏକ ନବକଳେବର କରାଯିବା ପାଇଁ ଚୂଡାନ୍ତ ନିଷ୍ପତି ନିଆଯାଇଛି l

ନିଶିଗନ୍ଧାର ଏହି ଶୁଭ ଜନ୍ମ ଦିନ ୧୪-୬ _୨୩ ମାସ ସାର ପରିବେଶ ସୁରକ୍ଷା ସହ, ବୃକ୍ଷ ରୋପଣ କରାଯିବ , ସମସ୍ତ ପ୍ରକାରର କବି ସମାଜ ସେବୀ ମାନଙ୍କୁ ବିଶ୍ଵ ଦରବାରରେ ବଣ ମଲ୍ଲିମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଅହରହ ପ୍ରୟାସ ଜାରି ରଖିଛି। ନିଷିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକଙ୍କୁ ସମ୍ବୋର୍ଦ୍ଧନା, ଗଛରେ ରାଖି ବାନ୍ଧିବା,ଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଷିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟର ୬ଷ୍ଠ ସ୍ବନକ୍ଷତ୍ର ଦିବସ ଓ ୭୨ ତମ ବନ ମହୋତ୍ସବ ଭଳି ବିଭିନ୍ନ କାର୍ଯ୍ଯକ୍ରମ ଆୟୋଜିତ କରୁଥିବା ବେଳେ ଜନ୍ମଦିନରେ ଶରୀର ଦାନ କରିବେ ବଳରାମ। ନିଷିଗନ୍ଧା ଭାଷା ପ୍ରତିଷ୍ଠାନ, ନିଷିଗନ୍ଧା ମାସିକ ଖବରକାଗଜ ଓ ଶ୍ରୀଜଗନ୍ନାଥ ସେବା ସଦନର ପ୍ରତିଷ୍ଠାତା ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ବଳରାମ ତରାଇ ନଭେମ୍ବର ୨୧ ଜନ୍ମଦିନ ଅବସରରେ ଶରୀର ଦାନ କରିବେ ବୋଲି କହିଛନ୍ତି। ପିଲାଟି ବେଳୁ ବାପାଙ୍କୁ ହରାଇ ନିଜର କଠିନ ପରିଶ୍ରମ ଅର୍ଥରେ ଲୋକମାନଙ୍କ ସେବା ଜାରିରଖିଛନ୍ତି। ବାତ୍ଯା,ମହାବାତ୍ୟା ଓ ମହାମାରୀ ସମୟରେ ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗାଇ ଦେଇଛନ୍ତି। ସାହିତ୍ୟ ପ୍ରତି ରୁଚି ରଖି ନିଶିଗନ୍ଧା ଅନୁଷ୍ଠାନ ସାମ୍ମାରେ ବହୁ ଲୁକ୍କାୟିତ ପ୍ରତିଭାଧାରୀ କବି, କବ୍ଯୟତ୍ରୀ ମାନଙ୍କୁ ଲୋକଲୋଚନକୁ ଆଣିଛନ୍ତି। ସେ ଏକାଧାରରେ ଜଣେ ଦକ୍ଷ ସଂଗଠକ,କବି ଓ ସମାଜସେବୀ ଭାବରେ ପରିଚିତ। ତାଙ୍କ ଜନ୍ମ ଦିନରେ ଶରୀରର ବିଭିନ୍ନ ଅଙ୍ଗ ତାଙ୍କ ମୃତ୍ୟୁ ପରେ ଅସହାୟ ମାନଙ୍କୁ ଦାନ କରିବେ ବୋଲି କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଟେକ୍ନୋୱାର୍ଲ୍ଡ ଠାରେ ଟ୍ରେନ୍ ଦୁର୍ଘଟଣା ରେ ମୃତକ ଙ୍କ ପାଇଁ ଶୋକସଭା

ସୁନ୍ଦରଗଡ଼ ଜିଲ୍ଲା ପତଂଜଳି ଯୋଗ ପରିବାର ଆନୁକୁଲ୍ୟରେ ପବିତ୍ର ରାମନବମୀ ଓ ସ୍ବାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷା ଦିବସ ପାଳନ 

masiha

ରିଲାଇବ୍ଲେ ଇନ୍ଫ୍ରାଟେକ୍ ପକ୍ଷରୁ ଟାଟା ଷ୍ଟିଲ କମ୍ପାନୀରେ ସଡ଼କ ସୁରକ୍ଷା ପାଳିତ 

Sunil Chandra Nayak

Leave a Comment

error: Content is protected !!