ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ରୁପ୍ରା, ୨୭/୫ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ କର୍ମେଗାଁ ପଞ୍ଚାୟତ ଅଧିନ ଗୁଡିପଟା ଗ୍ରାମର ମନୋହର ମାଝୀ (ମୀନକେତନ) ୩୨ ବର୍ଷ ବୟସ ଅଂଶୁଘାତରେ ଶନିବାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଶନିବାର ଦିନ ମନୋହର ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏବାବଦରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀଙ୍କ ମତାମତ ଜାଣିବା ପାଇଁ ଫୋନ୍ କରିଥିଲେ ମଧ୍ୟ ସେ କଲ୍ ଗ୍ରହଣ କରିନଥିଲେ। ତେବେ ମନୋହରଙ୍କ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ମ. ରାମପୁରକୁ ନେଇଥିଲେ। ଶବ ବ୍ୟବଚ୍ଛେଦ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ସୂଚନା ମୁତାବକ ମନୋହର ପରିବାରର ଜଣେ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିବା ବେଳେ ବର୍ତ୍ତମାନ ତାଙ୍କ ପଛରେ ବିଧବା ପତ୍ନୀ ପଦ୍ମିନୀ, ଗୋଟିଏ ଚାରିବର୍ଷ ର ପୁଅ ଓ ଦୁଇଟି ଛୋଟ ଛୋଟ ଝିଅ ଅଛନ୍ତି। ତାଙ୍କ ପରଲୋକରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ ନିରିହ ଗରୀବ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଧାନଫସଲରେ ରୋଗ ପୋକ (ବିପିଏଚ) ଆତଙ୍କ, ଚିନ୍ତା ରେ ଚାଷୀକୂଳ

masiha

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ କଲମପୁର ବେଲପଡ଼ା ଠାରେ କମ୍ବଳ ବଣ୍ଟନ

masiha

କଳାହାଣ୍ଡି : ଇନ୍ଦ୍ରାବତୀ ପ୍ରକଳ୍ପରୁ ଜଳସେଚନ :ଏବେ ୪୫ ପ୍ରତିଶତରେ ଜଳ ଭଣ୍ଡାରର ଜଳସ୍ତର

masiha

Leave a Comment

error: Content is protected !!