ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଙ୍ଗସାପଲି ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ 

ଗୋଳାମୁଣ୍ଡା/୨୭/୧୨/୨୦୨୨/ ମସିହା/ ସାଧାରଣ ଲୋକ ମାନଙ୍କ ସୁବିଧା ସୁଯୋଗ ନେଇ ପଞ୍ଚାୟତ ସ୍ତରରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ କଳାହାଣ୍ଡି ଜିଲ୍ଲା ପକ୍ଷରୁ ଆଦେଶ ଥିବାବେଳେ ଗତ କାଲି ୨୬/୧୨/୨୦୨୨,ସୋମବାର ଦିନ ଗୋଳାମୁଣ୍ଡା ବ୍ଲକ ସ୍ଥିତ ରଙ୍ଗସାପଲି ଗ୍ରାମପଞ୍ଚାୟତରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,ଏହି କାର୍ଯ୍ୟକ୍ରମରେ ଗୋଳାମୁଣ୍ଡା ବ୍ଲକ ତହସିଲଦାର ଅଶୋକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ବେଳେ ଅଧିକାଂଶ ତଥା ସର୍ଵ ମୋଟ୫୩୪ଜଣ ନିମ୍ନ ପ୍ରକାର ଜନ ସାଧାରଣ ଅଭିଯୋଗ କରିଥିଲେ, ସେଥି ମଧ୍ୟରୁ ୩୯୪ଜଣ ଇନ୍ଦିରା ଆବାସ ଯୋଜନାରେ ଥିବା ବେଳେ RWSSରେ ୦୬ଜଣ, ଧାନ ମଣ୍ଡିରେ ଦୁଇ ଜଣ ଅଭିଯୋଗ କରିଥିଲା ବେଳେ ରେସନ କାର୍ଡ ପାଇଁ୦୯ଜଣ ଏବଂ ଭତ୍ତା ପାଇଁ ୧୨୩ଜଣ,ଲୋକେ ଆପତ୍ତି କରିଥିବା ତଥ୍ୟ ରଙ୍ଗସାପାଳି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଲେଖ ସା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ,। ଏହି କାର୍ଯ୍ୟକ୍ରମରେ ଏମ ଆଇ ଏସ୍ଡ଼ିଓ ବିଘ୍ନସ୍ୱର ଦାସ, ଗୋଳାମୁଣ୍ଡା ବରିଷ୍ଠ କନିଷ୍ଠ ଯନ୍ତ୍ରୀ ପ୍ରୁଭା ପୂର୍ତ୍ତି,ମିତାଞ୍ଜଳି ଦାସ, ଜଳପରିମଲ ର ଜେଇ ରିତାରଣୀ କିଷାନ,ଡକ୍ଟର ବିଜୟ ପଣ୍ଡା,ଏବିଓ ରାମକର ନାଇକ, ଜଙ୍ଗଲ ବିଭାଗ ଅଧିକାରୀ ଆଲୋକ କର,ଦଶରଥ ସାହୁ,ରାଜସ୍ୟ ନିରୀକ୍ଷକ ତାପସ ମଙ୍ଗରାଜ, ଏବଂ ଅନେକ  ବିଭାଗୀୟ କିରାଣୀଥିବା ବେଳେ ସରପଞ୍ଚ ରଜନୀ ବୁଦ୍ଧିଆ, ସମିତି ସଭ୍ୟା ସଂଗୀତା ମାଝୀ, ବରିଷ୍ଠ ୱାର୍ଡମେମ୍ବର ଶ୍ୟାମ ବିହାରୀ,ଶିଖ ମାଝୀ, ସନୀ ମାଝୀ, ରମାକାନ୍ତ ମାଝୀ ତଥା ସମସ୍ତ ମେମ୍ବର,ଏବଂ ନାଇକ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରି ଥିବା ବେଳେ ପିଇଓ ଅଲେଖ ସା କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପାଳନ କରିଥିଲେ,।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା,

Related posts

ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

masiha

ପରିତ୍ୟକ୍ତ ସ୍ଥାନରେ ପଡିଛି ରକ୍ତ ନମୁନା, ତଦନ୍ତ ଦାବି 

masiha

ଖଡିଆଳ ଅଞ୍ଚଳ କୁ ପଶିଲା ଜଙ୍ଗଲି ହାତୀ। ସୁରକ୍ଷା ପାଇଁ ନିୟୋଜିତ ଖଡ଼ିଆଳ ବନ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!