ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଟିଏ ମଞ୍ଚରେ ମାଆ ପୁଅଙ୍କ ସ୍ମୁତିଶ୍ରଦ୍ଧାଞ୍ଜଳି ସଭା  

ତିର୍ତ୍ତୋଲ ତା 3/5/0023 ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମୂଳିସିଂ ଗ୍ରାମର ସିଂସାହି ମୁନିସ ପଡିଆରେ ଗତ ମଙ୍ଗଳବାର ଦିନ ସଂଧ୍ୟାରେ ଏକ ଶୋକାକୁଳ ପରିବେଶ ମଧ୍ୟରେ, ତିର୍ତ୍ତୋଲ ତଥା କୁଜଙ୍ଗ ତହସିଲ କାର୍ଯ୍ୟାଳୟ ରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟରତ ସ୍ୱର୍ଗତ ଲାଲା ଅମରେନ୍ଦ୍ର ରାୟ ଓ ତାଙ୍କର ମାତା ଗୀତା ରାୟ ଙ୍କର ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ପୂର୍ବତନ ସରପଞ୍ଚ ବିଜୟ ନାୟକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି !ଏହି ସ୍ମୃତିସଭାରେ ମୁଖ୍ୟଅତିଥି ମୂଳିସିଂ ସରପଞ୍ଚ ସଫି ଆଜାମ ଓ ମୁଖ୍ୟବକ୍ତା ରମାକାନ୍ତ ରାଉଳ ଙ୍କ ସମେତ ସମ୍ମାନିତ ଅତିଥିଭାବେ, ଜିଲ୍ଲା କର୍ମଚାରୀ ସଂଘର ସଭାପତି ନିହାର ରଞ୍ଜନ ଦାସ , କୁଜଙ୍ଗ ଓକିଲ ସଂଘର ସଭାପତି ସତ୍ୟାନନ୍ଦ ବିଶ୍ୱାଳ, ବରିଷ୍ଠ କିରାଣୀ ପ୍ରଦୀପ ବାରିକ,ଆଇନୀଜୀଵି ଭାରତ ଭୂଷଣ ଦାସ , ଆଡ଼ଭୋକେଟ ଏନ, ଡି, ଯାଦବ , ଆଇନୀଜୀଵି ଅମର ଜ୍ୟୋତି ସାହୁ , ଛାତ୍ରନେତା ଦେବପ୍ରସାଦ ନାୟକ, ସମିତିସଭ୍ୟ ରଞ୍ଜନ କୁମାର ସାହୁ , ଅଧ୍ୟାପକ ଦୀପକ କୁମାର ସିଂହ ଓ ଅରୁଣ କୁମାର ସ୍ବାଇଁ ପ୍ରମୁଖ ସ୍ୱର୍ଗତ ଅମରେନ୍ଦ୍ର ଜଣେ ସତ୍ୟନିଷ୍ଟ, କର୍ତ୍ତବ୍ୟ ପରାୟଣ, ମିଷ୍ଟଭାଷୀ , ପରୋପକାରୀ, ସରଳ ଓ ଅମାୟିକ ବ୍ୟକ୍ତି ଥିଲେ ବୋଲି ମତବ୍ୟକ୍ତ କରିଥିଲେ ! ସ୍ୱର୍ଗତ ରାୟଙ୍କ ସାନଭାଇ ଲାଲା ଅରୁଣକୁମାର ରାୟ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିବାପରେ, ପ୍ରଦୀପ ପ୍ରଜ୍ବଳନ, ଫଟୋଚିତ୍ରରେ ମାଲ୍ୟାର୍ପଣ, ଓ ନିରବ ପ୍ରାର୍ଥନା କରାଯିବା ପରେ , ଏକ ସ୍ମୃତିପତ୍ର କୁ ଉନ୍ମୋଚନ କରାଯାଇଥିଲା !ଏହି ଅବସରରେ ତାଙ୍କର ପରିବାର ଓ ଆତ୍ମୀୟ ସ୍ୱଜନ ମାନଙ୍କ ମଧ୍ୟରୁ ଲାଲା ଅରବିନ୍ଦ ରାୟ, ସଞ୍ଜିତ ସିଂହ , ରୂପକ ସିଂହ , ବିଶ୍ଵ ରଞ୍ଜନ ସିଂହ , ଓ ଅଶୋକ କୁମାର ସିଂହ ପ୍ରମୁଖ ଅମରବାବୁ ଓ ତାଙ୍କର ମହିୟସୀ ମା ଗୀତା ରାୟ ଙ୍କ ବିଷୟରେ ନିଜନିଜର ଅନୁଭୂତି ଓ ଅନୁଭବ ର କଥା କହିଲା ବେଳେ ଭାବବିହ୍ଵଳ ହୋଇଉଠିଥିଲେ ! ସେ ଗାଆଁ ମାଆ ମାଟି ଓ ସମସ୍ତଙ୍କୁ ଭଲପାଉ ଥିବାରୁ ତାଙ୍କର ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ଜଗତସିଂହପୁର ଜିଲ୍ଲାର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଓ ସାନ୍ତ୍ୱନା ଦେଉଥିବାର ଦେଖିବାକୁ ମିଳିଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଜଳବନ୍ଦୀ ଅଞ୍ଚଳ ଗୁରୁମାଇ ଗୁଡା ରେ ଖାତିଗୁଡା ପୋଲିସ ତରଫରୁ ଜନସମ୍ପର୍କ ଓ ସଚେତନତା ଶିବିର

masiha

ଆୟାପ୍ପା ସ୍ଵାମୀ ଭକ୍ତ ଙ୍କ ଦୀକ୍ଷା ଗ୍ରହଣ

masiha

ଇପିଏଫ ପେନସନର୍ସ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ , ୨୯ ତାରିଖରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯିବ

masiha

Leave a Comment

error: Content is protected !!