ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର

ରାଇଘର ୧୩/୨ ନବରଂଗପୁର ଜିଲ୍ଲା ରାଇଘର ବ୍ଳକ ମିଟିଂ ହଲ୍ ଠାରେ ସୋମବାର ଦିନ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ, ବିଡ଼ିଓ ଦେବାଶିଷ କର , ରାଇଘର ତହସିଲଦାର ଅତିରିକ୍ତ ତହସିଲଦାର ଜଗୁ ପୂଜାରୀ , ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ବ୍ଲକ କୃଷି ଅଧିକାରୀ, ଜିଲ୍ଲା ପଂଚାୟତ ଅଧିକାରୀ , ଶିଶିର କୁମାର ପାଣି, ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ଚିକିତ୍ସା ଅଧିକାରୀ, ଜିଲ୍ଲା ରାସ୍ତା ଓ ଗୃହ ବିଭାଗ ଅଧିକାରୀ,, ବିଦ୍ୟୁତ ବିଭାଗ ଅଧିକାରୀ,ଗ୍ରାମ୍ୟ ଜଳଯୋଗାଣ ବିଭାଗ ଅଧିକାରୀ ଙ୍କ ସମେତ ଜିଲ୍ଲା ଓ ବ୍ଲକ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ନେଇ ଆସିଥିବା ହିତାଧିକାରୀଙ୍କ ଅଭିଯୋଗ ଶୁଣିବା ସହ ସମାଧାନ କରିବା ଦିଗରେ ପ୍ରୟାସ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ତେବେ ଅଧିକା ବିଦ୍ୟୁତ ବିଲ୍ ଏବଂ ବହୁତ ସମୟ ଲୋ ଭୋଲଟେଜ ସମସ୍ୟା ର ସମାଧାନ ହେଉନଥିବା ନେଇ ଅଭିଯୋଗ କାରି ହୋ ହାଲା କରିଥିବା ଦେଖିବାକୁ ମିଳିଥିଲା। ରାଇଘର ବ୍ଲକ୍ ର ବିଭିନ୍ନ ଗ୍ରାମରୁ ଶିବିରରେ ମୋଟ 40 ସେଥି ମଧ୍ୟରୁ ନିଜସ୍ବ ୨୫ଗୋଟି ଆପତ୍ତି ଅଭିଯୋଗ ରହିଥିବା ବେଳେ ୧୫ ଗୋଟି ଗୋଷ୍ଟି ଅଭିଯୋଗ ରେ ପାନୀୟ ଜଳ, ଶିକ୍ଷ୍ୟା ଓ ବିଦ୍ୟୁତ ସେବା ଅଚଳ ରହୁ ଥିବାରୁ ଚାଷ ରେ ଅସୁବିଧା ହେଉଥିବା ଅଭିଯୋଗ କରିଥିଲେ । ଏହି ବୈଠକ ରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଅଜିତ କୁମାର ନନ୍ଦ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସରକାରଙ୍କ  ଘରୋଇ ସଂସ୍ଥା କୁ ଗେହ୍ଲାପୁଅ କରି ରଖିଛନ୍ତି,କାମ ଦେଉନି ମୋ ସରକାର ଙ୍କ କାର୍ଯ୍ୟକାରିତା

ସ୍କାଉଟ୍ ଏବଂ ଗାଇଡ୍ ର ଜଳସେବା ଶିବିର

ବାତ୍ୟା ‘ଦାନା’ରେ ପ୍ରଭାବିତ ଅଞ୍ଚଳ ପରି ଦର୍ଶନ କରି ଲୋକଙ୍କ ଦୁଃଖରେ ଦୁଃଖ ବାଣ୍ଟିଲେ ସାଂସଦ ଵୈଜୟନ୍ତ

masiha

Leave a Comment

error: Content is protected !!