ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

 ରାୟଗଡା/ଗୁଡାରି : ୧୩/୦୨/୨୦୨୩ : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଜି ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱଧା ଦେଵ ସିଂ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜି ମୋଟ ୮୩ଟି ଅଭିଯୋଗ ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲା ସେଥି ମଧ୍ୟରୁ ୬୪ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୯ଗୋଟି ଗ୍ରାମବାସୀ ମାନଙ୍କର ଅଭିଯୋଗ ଥିଲା l ଜିଲ୍ଲା ପାଳ୨ଜଣକୁ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସହାୟତା କୋଷରୁ ଟ.୨୨୦୦୦/-ଙ୍କା ପ୍ରଦାନ କରିଥିଲେ l ଜିଲ୍ଲାପାଳ ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଶ୍ରୀ ରବିନାରାୟଣ ତ୍ରିପାଠୀ,ଉପଜିଲ୍ଲାପାଳ ଗୁଣପୁର ,ଲଳିତ କୁମାର କଂହର,, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ,ପ୍ରକଳ୍ପ ପ୍ରଶାସକ, ଆଇଟିଡିଏ,ଗୁଣପୁର ଶାନ୍ତି ପ୍ରଭା ପ୍ରଧାନ, ପଂଚାୟତ ସମିତି ଅଧକ୍ଷା,ଲକ୍ଷ୍ମୀ ଶବର , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ,ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଦୟାନିଧି ବାଘ , ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ଗ୍ରାମୀୟ ଜଳଯୋଗାଣ ସଂସ୍ଥା ରାୟଗଡ ,ଜିଲ୍ଲା କ୍ରୀଡ଼ା ଅଧିକାରୀ ଜନାଵ ଶେଖ ଅlଲେନୁର, ତହସିଲଦାର ଗୁଡାରି ,ସୁଶ୍ରୀ ଭାରତୀ ଦେବୀ , ବିଡିଓ ନୃସିଂହ ଚରଣ ସେଠୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ବଣିଜର ଠାରେ ମଣ୍ଡି ର ଶୁଭାରମ୍ଭ

masiha

ଲଙ୍କେଶ୍ୱରୀ କ୍ଳବରେ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ମନରେଗା ଯୋଜନା ର ଶ୍ରମିକ ପାରିଶ୍ରମିକ ପାଇବାରେ ବିଳମ୍ବ

masiha

Leave a Comment

error: Content is protected !!