ତିର୍ତ୍ତୋଲ :- 13/02/23:- ଐତିହାସିକ ଯୁଗରେ ରାଧାକୃଷ୍ଣଙ୍କର ପ୍ରେମ ଗାଥାକୁ ଆଧାର କରି ଚୈତନ୍ୟ ଦେବ ଯାହା ପ୍ରଚାର କରିଥିଲେ, ତାହା ଅଷ୍ଟମପ୍ରହରୀ ବା ଚତୁର୍ଥ ପ୍ରହରୀ ନାମ ସଂକୀର୍ତ୍ତନ ଭାବେ ଓଡ଼ିଶାର ପୁରପଲ୍ଲୀରେ ପରିଚିତ ! ସମୟ ଥିଲା ଏହି ନାମ ସଂକୀର୍ତ୍ତନ ପୁରୁଷ ମାନଙ୍କୁ ନେଇ କରାଯାଉଥିଲା ! ଏବେ ସମୟ ବଦଳିବା ସଙ୍ଗେ ସଙ୍ଗେ ବଦଳି ଯାଇଛି ସଂକୀର୍ତନର ରୂପରେଖ ! କେବଳ ପୁରୁଷ କାହିଁକି, ମହିଳା ମାନେ ବି ସଂକୀର୍ତନ କରିବାରେ କମ୍ ରେ ନାହାନ୍ତି ! ଦିନକୁ ଦିନ ମହିଳା ସଂକୀର୍ତ୍ତନର ଲୋକପ୍ରିୟତା ବଢ଼ିବାରେ ଲାଗିଛି ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ କନିମୂଳ ପଞ୍ଚାୟତ ଅନ୍ତର୍ଗତ ମତ୍ତଗଜପୁର ଗ୍ରାମ ମଲ୍ଲିକ ସାହିରେ ଅନୁଷ୍ଠିତ ହୋଇଯାଇଛି 60 ତମ ଅଷ୍ଟମ ପ୍ରହରୀ ନାମଯଜ୍ଞ ! ଏହି ସ୍ଥାନରେ ଦେଖିବାକୁ ମିଳିଥିଲା ମହିଳା ମାନଙ୍କ ଦ୍ୱାରା ପ୍ରାୟୋଜିତ ସଂକୀର୍ତ୍ତନ ! ଏହି ଅନୁଷ୍ଠାନର ସମସ୍ତ ଦାୟିତ୍ୱ ବହନ କରିଥିଲେ ଦୁର୍ଯ୍ୟୋଧନ ମଲ୍ଲିକ, ବିଧାନ ଚନ୍ଦ୍ର ମଲ୍ଲିକ, ଶରତ ଚନ୍ଦ୍ର ମଲ୍ଲିକ, ମହେଶ୍ୱର ଦାସ, ପ୍ରଫୁଲ୍ଲ ଦାସ, ଗୁରୁଚରଣ ଦାସ ଓ ମଲ୍ଲିକ ସାହିର ସମସ୍ତ ଗୁରୁଜନ ବୃନ୍ଦ ! ମହିଳା ସଂକୀର୍ତ୍ତନକୁ ଦେଖିବାକୁ ଗ୍ରାମର ଶତାଧିକ ଲୋକ ଉପସ୍ଥିତ ହୋଇଥିଲେ !