ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁ ରେ ମା ଦୂର୍ଗା ପୂଜା ଆରମ୍ଭ 

ଡାବୁଗାଁ ରେ ମା ଦୂର୍ଗା ପୂଜା ଆରମ୍ଭ 

ଡାବୁଗାଁ, ୨୮/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଦୂର୍ଗା ମଣ୍ଡପ ଠାରେ ରବିବାର ମା ଦୁର୍ଗାଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଛି | ଆଜି ଅପରାହ୍ନରେ ମାଁ ଠାକୁରାଣୀ ମନ୍ଦିର ପୁଷ୍କରିଣୀରେ ଜଳାଧିବାସ ସହ ଗଙ୍ଗା ଆବାହନ କରାଯାଇ ବିଲ୍ଵବରଣ କରାଯାଇଥିଲା | ଏହି କଳସ ଯାତ୍ରାରେ ଗ୍ରାମର ବହୁ ସଂଖ୍ୟକ ବାଳିକା ଓ ମହିଳା ମାନେ କଳସ ମୁଣ୍ଡାଇ ବାଜା ବଜାଇ ବାଣ ଫୁଟାଇ ମହାଆଡମ୍ବରରେ ଶୋଭାଯାତ୍ରାରେ ମାଙ୍କ କଳସ ଅଣାଯାଇ ମଣ୍ଡପରେ ସ୍ଥାପିତ କରାଯାଇଥିଲା | ରାତିରେ ଷଷ୍ଠୀ ପୂଜା କରାଯାଇଥିଲା | ସୋମବାର ଚକ୍ଷୁ ଦାନ କରିବା ସହ ମାଁଙ୍କୁ ଆବାହନ କରାଯାଇ ମାଁଙ୍କ ସପ୍ତମୀ ପୂଜା କରାଯିବ | ଏଥିରେ ମୁଖ୍ୟ ପୂଜକ ଶିବ ପ୍ରସାଦ ପଣ୍ଡା ଙ୍କ ସହ ଅନ୍ୟ ମାନେ ପୂଜା କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ ଅନ୍ୟ ପୂଜକ ମାନେ ପୂଜାରେ ସହାୟତା କରୁଛନ୍ତି | ମହା ଆଡମ୍ବରରେ ଦୂର୍ଗା ପୂଜା ପାଳନ ହେଉଛି | ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ଡାବୁଗାଁ ସହର | ଏଥିରେ ପୂଜା କମିଟି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଉପସଭାପତି ଦିବ୍ୟରଞ୍ଜନ ରାୟପାତ୍ର, ସମ୍ପାଦକ ସନ୍ତୋଷ ରାୟପାତ୍ର, ସହ ସମ୍ପାଦକ ଶୁଭଜିତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭଗବାନ ପାତ୍ର ଓ ସୁରେଶ ଚନ୍ଦ୍ର ବେହେରା, ଭଦ୍ରବ୍ୟକ୍ତି ଜି. ସାଇ ରାଜୁ, ପ୍ରକାଶ ଚନ୍ଦ୍ର ପଣ୍ଡା, ଜି. ସତ୍ୟା ରାଓ, ଜଗନ୍ନାଥ ବିଶୋଇ, ଜି. ପ୍ରକାଶ ରାଓ, ବବଲୁ ତ୍ରିପାଠୀ, ଆର. ଶଙ୍କର ରାଓ, ସୌଭାଗ୍ୟ ବିଶ୍ଵାଳ, ଏମ୍. ବାସୀ ରାଓ, ଓ ଅନ୍ୟମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ,ହନୁମାନ ଓ ଗଣେଶ ମନ୍ଦିରର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ

masiha

ରାଇରଙ୍ଗପୁର ରେ ଦୁଇ ଦିବସୀୟ ବାହୁଡା଼ ଯାତ୍ରାରେ ବାହୁଡିଲେ ଦାରୁବ୍ରହ୍ମ 

Sunil Chandra Nayak

ରାୟଗଡ଼ା ଠାରେ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

Sunil Chandra Nayak

Leave a Comment

error: Content is protected !!