ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ପାଇଁ ବିଲ୍ୱ ବରଣ ଓ ଅଧିବାସ ଅନୁଷ୍ଠିତ 

ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ପାଇଁ ବିଲ୍ୱ ବରଣ ଓ ଅଧିବାସ ଅନୁଷ୍ଠିତ 

ରୁପ୍ରା, ୨୮/୯ (ଅଜୟ ସେନାପତି ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ଠାରେ ଶାରଦୀୟ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ହେବାକୁ ଥିବା ୪୭ତମ ଦୁର୍ଗାପୂଜା ଉପଲକ୍ଷେ ରବିବାର ସଂଧ୍ୟାରେ ବିଲ୍ୱ ବରଣ ଓ ମଣ୍ଡଳାଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ଭାବରେ ବ୍ରହ୍ମପୁରର ବିଶିଷ୍ଟ ପୂଜକ ମହେଶ୍ୱର ଶତପଥି ତଥା ସହଯୋଗୀ ପୂଜକ ସିଦ୍ଧାନ୍ତ ମହାପାତ୍ର, ରୁଦ୍ରନାରାୟଣ ଶତପଥି, କୃଷ୍ଣଚନ୍ଦ୍ର ହୋତା ଓ ବିନୋଦ ବିହାରୀ ମିଶ୍ର ଦାୟିତ୍ବ ନିର୍ବାହ କରୁଥିବା ବେଳେ ପୂଜାକର୍ତ୍ତା ଭାବରେ ହେମକାନ୍ତ ମିଶ୍ର ଓ ତାଙ୍କ ପତ୍ନୀ ରହିଛନ୍ତି। ସୋମବାର ସକାଳୁ ମହାସପ୍ତମୀ ପୂଜା ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ପୂଜା କମିଟିର ସଭ୍ୟ ତେଜରାଜ ସାହୁ (ଏ), ମୃତ୍ୟୁଞ୍ଜୟ ବେହେରା, ବିକ୍ରମ ଗୌଡ, ରବୀନ୍ଦ୍ର ସାହୁ, ମୋହନଚାନ୍ଦ ସାହୁ, ହେମନ୍ତ ସାହୁ, ଡାକରୁଷି ସାହୁ, କିଶୋର ମହାଲିଙ୍ଗ, ଅକ୍ରୁର ସାହୁ, ବିଶ୍ୱମ୍ବର୍ ସାହୁ, ଉଛବ ସାହୁ, ହରପ୍ରସାଦ ସାହୁ, କୃଷ୍ଣଚନ୍ଦ୍ର ସାହୁ ଓ ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପୂଜା କମିଟିର ସଭାପତି ପ୍ରମୋଦ ମିଶ୍ର, ଉପସଭାପତି ବନମାଳୀ ସାହୁ, ସମ୍ପାଦକ ଜୟଚନ୍ଦ୍ର ଭୋଇ ଓ ସହ ସମ୍ପାଦକ ତେଜରାଜ ସାହୁ (ବି) ଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହେଉଛି। ଆସନ୍ତା ୨ ତାରିଖ ଗୁରୁବାର ଦିନ ଦଶହରା ଉତ୍ସବ, ପୁର୍ଣ୍ଣାହୁତି ଓ ଭଷାଣି ଯାତ୍ରା ଅନୁଷ୍ଠିତ ହେବବୋଲି କମିଟି ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି।

Related posts

ସ୍ୱତନ୍ତ୍ର ସଘନ ସଂଶୋଧନ ତାଲିମ ଶିବିର 

ବରିଷ୍ଠ ନାଗରିକ ସଂଗଠନ ଜୁନାଗଡର ଦ୍ବିତୀୟ ସାଧାରଣ ବୈଠକ

ଭୁବନେଶ୍ୱରରେ ସମ୍ମାନିତ ହେଲେ ଖଇରା ବ୍ଲକ୍ ସମାଜସେବୀ

masiha

Leave a Comment

error: Content is protected !!