ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀ ଆତଙ୍କ, ଜଗି ରହିଛି ବନ ବିଭାଗ 

ନବରଙ୍ଗପୁର,12/7:-(ମସିହା)ଗତ ଦୁଇ ଦିନ ହେଲା କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟ ରୁ ଏକ ହାତୀ ନବରଙ୍ଗପୁର ଓ କଳାହାଣ୍ଡି ସୀମାନ୍ତ ଜଙ୍ଗଲ ରେ ଆତଙ୍କ ସୃଷ୍ଟି କରି ଜଣକୁ ମାରି ଥିବା ବେଳେ ଆଜି ସକାଳ ମେରେଇ ଜଙ୍ଗଲ ଦେଇ ଖୁଡିଗୁଡା ଜଙ୍ଗଲ ରେ ବହୁତ ସମୟ ଧରି ରହିଥିଲା l ଫଳରେ ମେରେଇ, ଗାଦବାକତରା, ଖୁଡିଗୁଡା, ଦହଡା କୋଟ, ବାଣୁଆ ଗୁଡା, ଚଚରାଗୁଡା ଇତ୍ୟାଦି ଗାଁ ଲୋକ ଆତଙ୍କିତ ଅବସ୍ଥା ରେ ରହିଥିଲେ l ପ୍ରଥମେ ହାତୀ ର ପାଦ ଚି଼ହ୍ନ କୁ ବିଭାଗ ଚି଼ହ୍ନଟ କରିଥିବା ବେଳେ ପରେ ଖୁଡି ଗୁଡା ଜଙ୍ଗଲ ରେ ହାତୀ ଥିବା ଜଣାପଡିଥିଲା l ଗ୍ରାମବାସୀ ଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଜଙ୍ଗଲ ର ଚାରି ପାଖେ ଜଗି ରହିଥିଲେ l ଉକ୍ତ ସ୍ଥାନ ନିକଟ କୁ ଯିବା ପାଇଁ ବାରଣ କରିଥିଲେ l ସନ୍ଧ୍ୟା ବେଳକୁ ଆଉଁଳି ଓ ଢ଼େପଗୁଡା ମଝିରେ ଥିବା ଜଙ୍ଗଲ ରେ ଥିବା ବେଳେ ଘଉଡେଇବା ପାଇଁ ବନ ବିଭାଗ କୁ ନାକେଦମ ହେବା କୁ ପଡିଥିଲା l ମୈଦଲପୁର ବନପାଳ ମଧୁସୂଦନ ପାତ୍ର ଙ୍କ କହିବା ଅନୁସାରେ, ଦେବଗଡ଼ ଅଂଚଳ ରୁ ଏକ ହାତୀ ପଲ କର୍ଲାପାଟ ଅଂଚଳ କୁ ଆସିଥିଲେ l ସେଥି ମଧ୍ୟରୁ ଏକ ହାତୀ ବିଛିଡି ଏହି ଅଂଚଳ କୁ ଚାଲି ଆସିଥିଲା l ଉକ୍ତ ହାତୀ କୁ କଳାହାଣ୍ଡି ଅଭିମୁଖେ ଘଉଡେଇ ଦେଲେ ତାଙ୍କ ପଲ ରେ ମିଶିଯିବ ବୋଲି କହିଛନ୍ତି l ହାତୀ କୁ ଘଉଡେଇବା ପାଇଁ ଡାବୁଗାଁ ବନାଞ୍ଚଳ ଅଧୀକାରିଣୀ ସେତୁ ରଞ୍ଜନୀ ଗମାଙ୍ଗ ସହ ପୁରା ଟିମ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ 

ଲକ୍ଷ୍ମୀପୁର ଠାରେ କୋରାପୁଟ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ଡାବୁଗାଁ ରେ ବିଜୟା ଦଶମୀରେ ରାବଣ ପୋଡି 

masiha

Leave a Comment

error: Content is protected !!