ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଦ୍ବାରା ଆମ୍ବାବାଡି ଆଦିବାସୀ ଝିଅ ସମ୍ମାନିତ

ଗୁଣପୁରର ଅମୂଲ୍ୟ ଭାରତ ସଙ୍ଗୀତ କଳା ପରିଷଦ ମହାବିଦ୍ୟାଳୟର ୩ୟ ବର୍ଷର ଆଦିବାସୀ ଛାତ୍ରୀ ବିରାଜିନୀ ଶବର କଲିକତାରେ ସଙ୍ଗୀତ ପରିବେଷଣ କରି ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି ।ଶୁକ୍ରବାର ସନ୍ଧ୍ୟାରେ କଲିକତା ରେ ଗଣେଶ ବନ୍ଦନା ଓ ବଙ୍ଗାଳୀ ଗୀତ ଗାଇ IPAF କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l

ସେଠାରେ ପଶ୍ଚିମବଙ୍ଗ ର ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ, ପଦ୍ମଶ୍ରୀ ବାଉଲ ସମ୍ରାଟ,ସଞ୍ଜୟ ଝୁନ୍‌ଝୁନ ୱାଲା(Owner of Mani Group), IPAF ର CEO ଏବଂ ପ୍ରତିଷ୍ଠାତା ଶ୍ୟାମ ପାଣ୍ଡେ ଉପସ୍ଥିତ ଥିଲେ l

ବିରାଜିନୀ କହିଛନ୍ତି କି ରାଜ୍ୟସଭା MP ଡ. ଅମର ପଟ୍ଟନାୟକ(IAS) ତାଙ୍କୁ IPAF କାର୍ଯ୍ୟକ୍ରମ ରେ ସାମିଲ କରିଛନ୍ତି l ତାଙ୍କ ଏହି ସ୍ଥାନରେ ପହଞ୍ଚିବା ପଛରେ ଅମୂଲ୍ୟ ଭାରତ ସଂଗୀତ କଳା ପରିଷଦ ମହାବିଦ୍ୟାଳୟ, ଗୁଣୁପୁର ର Chairman ଶ୍ରୀଯୁକ୍ତ ପଞ୍ଚାନନ ଚୌଧୁରୀ ଓ ତାଙ୍କ ପତ୍ନୀ ଶ୍ରୀମତୀ ଅନିତା ସାହୁ ଙ୍କ ହାତ ରହିଛି l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧିର ସିଧା ପ୍ରସାରଣ  ପିଏମ୍ କିସାନର 21ତମ କିସ୍ତିର ରାଶି ଚାଷୀଙ୍କୁ ହସ୍ତାନ୍ତର

Sunil Chandra Nayak

ରଙ୍ଗାରଙ୍ଗ ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ  ଶେଷ ହେଲା ଗୋବର୍ଦ୍ଧନପୁର ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ 

masiha

ବାସନ୍ତୀ ପାଠାଗାରର ସ୍ବତନ୍ତ୍ର ସାହିତ୍ୟ ଆସର, କବିତା ପାଠ ଓ ସିଧା କଥା 

Sunil Chandra Nayak

Leave a Comment

error: Content is protected !!