ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁବର୍ଣ୍ଣରେଖା ପରିସରରେ ପବିତ୍ର ଓଡ଼ିଆ ନବବର୍ଷ ଦିବସ,ପଣା ସଂକ୍ରାନ୍ତି ପାଳିତ 

ସୁବର୍ଣ୍ଣରେଖା ପରିସରରେ ପବିତ୍ର ଓଡ଼ିଆ ନବବର୍ଷ ଦିବସ,ପଣା ସଂକ୍ରାନ୍ତି ପାଳିତ 

ରାଉରକେଲା: ସୁବର୍ଣ୍ଣରେଖା ଓ ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ଯରେ ବ୍ଯାସଭବନ ପରିସରରେ ଓଡିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବକୁ କବି ଚିତ୍ତରଞ୍ଜନ ବ୍ରହ୍ମା ଉଦ୍ଘାଟନ କରି ଓଡିଆ ସଂସ୍କୃତି ଓ ପରମ୍ପରା ରକ୍ଷା କରିବା ଦାୟିତ୍ବ ଆମ୍ଭ ମାନଙ୍କର ବୋଲି ସମ୍ବୋଧିତ କରିଥିଲେ । ସଂଗଠନର ମହିଳାମାନେ ଏତେ ପରିମାଣରେ ସକ୍ରିୟ ଦେଖି ସନ୍ତୋଷ ବ୍ଯକ୍ତ କରିଥିଲେ । ମୁଖ୍ଯବକ୍ତା କବୀ ଡ଼ଲି ରାଣୀ ବ୍ରହ୍ମା ପୁରୁଷ ଏବଂ ମହିଳା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ହୋଇଥିବାରୁ ଉଭୟ ପରସ୍ପରର ପରିପୂରକ ଯାହାଫଳରେ ଅନୁଷ୍ଠାନ ପ୍ରଗତିଶୀଳ ହେବା ସମ୍ଭବ ହୋଇପାରିଛି ବୋଲି ମତ ରଖିଥିଲେ। ଅନୁଷ୍ଠାନର ସମୟାନୁବର୍ତ୍ତିତା ଏବଂ କର୍ମତତ୍ପରତା ସେ ଅଧିକ ସନ୍ତୋଷ ପ୍ରକାଶ କରିଥିଲେ । ଅନୁଷ୍ଠାନର ସଭାପତି ମନୋରଞ୍ଜନ ଦାସ ସଭାରେ ଅଧ୍ଯକ୍ଷତା କରି ସଦସ୍ଯ,କର୍ମକର୍ତ୍ତାଙ୍କ ପ୍ରଚେଷ୍ଟାରେ ଅଧିକୃତ ନିଜସ୍ବ ଜମି ଅଧିଗ୍ରହଣ ଠାରୁ ବିଭିନ୍ନ ଲୋକହିତକର କାର୍ଯ୍ଯର ବ୍ୟାଖ୍ୟା କରିଥିଲେ। ମଞ୍ଚାସୀନ ସହ ସାଧାରଣ ସମ୍ପାଦକ ମହେନ୍ଦ୍ର ମହାଳିକ ଅନୁଷ୍ଠାନର କଳାତ୍ମକ କାର୍ଯ୍ଯଶୈଳୀର ଏକ ସକ୍ଷିପ୍ତ ବିବରଣୀ ସହ ସଦସ୍ଯ, ସଦସ୍ଯାଙ୍କ ବାଲେଶ୍ବର ମାଟିର କଳାତ୍ମକ ଗୁଣକୁ ଅଭିନୟ ମାଧ୍ୟମ ରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ବୋଲି ସୂଚନା ପ୍ରଦାନ କରିଥିଲେ । ସାଂସ୍କୃତିକ ସଂପାଦକ ରାଜୀବ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । କମଳ ଲୋଚନ ଗାଁରୁ ଙ୍କ ସଂଯୋଜନାରେ କବିମାନେ ସ୍ବରଚିତ କବିତା ପାଠ କରିଥିଲେ। ଏହି ଅବସରରେ ସମସ୍ତଙ୍କ ମଧ୍ୟରେ ପଣା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେ କେ ପଣ୍ଡା,ପି ମହାରଣା,ଅନୀଲ ଦାଶ, ଶ୍ରୀକାନ୍ତ ଦାସ,ମଧୁସୂଦନ ବେଜ,କେ ଏନ ଦେଓ,ଅଜିତ ମହାପାତ୍ର, ବି ବି ରଣା,ସୁବ୍ରତ ଜେନା,ବିକାଶ ସାହାଣୀ, ଚିତ୍ତରଞ୍ଜନ ବାରିକ, ଦୀପକ ପାଳ, ନାରାୟଣ ମହାନ୍ତି,ନିରଞ୍ଜନ ଶତପଥି,ବ୍ରଜ ପରିଡା,ଦେବଜାନୀ ଘୋଷ,ଛବିରାଣୀ ପ୍ରଧାନ ,ଭକ୍ତିମୟୀ ମହାଳିକ,ବନଜା ଦାସ, ସଲୀଳ ଦାସ, ଡାକ୍ତର ସାନ୍ତ୍ବନା ପରିଡା, ଶ୍ରୀମତୀ ରଣା, ରଶ୍ମିରେଖା ବାରିକ,ଜ୍ଯୋସ୍ନାରାଣୀ ଦେଓ,ମଞ୍ଜୁଲତା ଶତପଥି, ଭାଗ୍ଯଲକ୍ଷ୍ମୀ ପାତ୍ର ଓ ଅନ୍ଯମାନେ ସହଯୋଗ କରିଥିଲେ।ଶେଷରେ ଆଇନଜୀବୀ ଗୀତାଞ୍ଜଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପଥର ଖଣି ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ : ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି

ଶାନ୍ତି ଶୃଙ୍ଖଳା ରେ ବନ୍ଦ ପାଳନ

Sunil Chandra Nayak

ରାତ୍ରରେ ଶୋଇଥିବା ବେଳେ ରନ୍ଧା ଘର ଭାଙ୍ଗି ଯିବାରୁ ପରିବାରର ତିନି ଜଣ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ

Sunil Chandra Nayak

Leave a Comment

error: Content is protected !!