ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ବିଭଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ଭବାନୀପାଟଣା ରୁ ଜୁନାଗଡ଼ ସ୍ଥାନାନ୍ତର ପାଇଁ ହାଇକୋର୍ଟ ରେ ପିଆଇଏଲ ଦାଖଲ

ବିଦ୍ୟୁତ ବିଭଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ଭବାନୀପାଟଣା ରୁ ଜୁନାଗଡ଼ ସ୍ଥାନାନ୍ତର ପାଇଁ ହାଇକୋର୍ଟ ରେ ପିଆଇଏଲ ଦାଖଲ

ଜୁନାଗଡ଼ ୧୮/୧୦(ମନୀସ)- ଜୁନାଗଡ଼ ଠାରେ ଟି ପି ଡବ୍ଲୁ ଓ ଡି ଏଲ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସ୍ଥାପନ ପାଇଁ ମାନ୍ୟବର ହାଇକୋର୍ଟ ରେ ପି ଆଇ ଏଲ ଦାଖଲ କଲେ ସମାଜସେବି ତଥା ବଣିକ ସଙ୍ଘ ସମ୍ପାଦକ ପ୍ରଭାତ ଦାସ l ବିବରଣୀ ରୁ ପ୍ରକାଶ ଯେ ବାରମ୍ବାର ପୂର୍ଵ ସରକାର ଓ ବର୍ତମାନ ର ସରକାର ଙ୍କୁ ଦାବୀ ପତ୍ର ଦେଲେ ସୁଦ୍ଧା କୌଣସି ଫଳ ମିଳିଲା ନାହିଁ l ଜୁନାଗଡ଼ ଠାରେ ସମସ୍ତ ଅନୁସଙ୍ଗିକ ସୁବିଧା ଥିଲେ ମଧ୍ୟ ରାଜନୈତିକ ପଶାପାଲି ରେ ଜୁନାଗଡ଼ ବଦଳ ରେ ଧର୍ମଗଡ଼ ଠାରେ ଅଫିସ କୁ ସ୍ଥାନାନ୍ତର ପାଇଁ ସରକାରୀ ଆଦେଶ ହୋଇଥିବାରୁ ବାଧ୍ୟ୍ୟ ହୋଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ତ ହେଲି ବୋଲି ସମାଜସେବୀ ପ୍ରଭାତ ଦାସ ପ୍ରକାଶ କରିଛନ୍ତି l ପ୍ରକାଶ ଥାଉ କି ଗତ ୨୦୧୩ ରେ ମଧ୍ୟ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଜୁନାଗଡ଼ କଳମପୁର ଓ ଥୁଆମୂଳ ରାମପୁର ବାସି ଓ ଓଡିଶା, କଳାହାଣ୍ଡି ବିଦ୍ୟୁତ କର୍ମଚାରୀ ସଙ୍ଘ ପି ଆଇ ଏଲ ଦାଖଲ କରିଥିଲେ ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିଜ ସୁବିଧା ମତେ କାର୍ଯ୍ୟାଳୟ ସ୍ଥାପନ ଦେଇଥିଲେ l ଜୁନାଗଡ଼ ଠାରେ ଗ୍ରୀଡ଼ କୋ ଓ ସର୍ବାଧିକ ଉପଭୋକ୍ତା ଓ ଅଫିସ ସ୍ଥାପନ ପାଇଁ ସମସ୍ତ ସୁବିଧା ଥିବାରୁ ଜୁନାଗଡ଼ ଠାରେ ହିଁ ଅଫିସ କଲେ ସମସ୍ତ ଙ୍କୁ ସୁବିଧା ହୁଅନ୍ତା ବୋଲି ଜନସାଧାରଣ ରେ ପ୍ରକାଶ କରିଛନ୍ତି। ପି ଆଇ ଏଲ ଦାଖଲ ପରେ ନିଶ୍ଚୟ ଜୁନାଗଡ଼ ଠାରେ ଅଫିସ ହେବା ପାଇଁ ସମସ୍ତେ ଆଶାବାଦୀ l ପ୍ରଭାତ ଦାସ ଙ୍କ ତରଫରୁ ଉଚ୍ଚ ନ୍ୟାୟାଳୟ ରେ ଓକିଲ ଅମିତାଭ ଦାସ, କିରଣ କୁମାର ପଟେଲ, ଅସୀମ କିଶୋର ପାଳ, ସୁଦର୍ଶନ ବାରିକ କେଶ ପରିଚାଳନା କରୁଛନ୍ତି l 

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ତାଲିମପ୍ରାପ୍ତ କଳା କ୍ରୀଡା ଶିକ୍ଷକ ମହାସଂଘର ସମ୍ମିଳନୀ 

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ରଞ୍ଜୁଲତା

Sunil Chandra Nayak

ମା ତାରାତାରିଣୀ ଟେମ୍ପଲ ଟ୍ରଷ୍ଟ ର ପରିଚାଳନା କମିଟି ଗଠନ

masiha

Leave a Comment

error: Content is protected !!