ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକସ୍ତରୀୟ ଉଦ୍ୟାନ କୃଷି ପ୍ରଶିକ୍ଷଣ କର୍ମଶାଳା

ବ୍ଲକସ୍ତରୀୟ ଉଦ୍ୟାନ କୃଷି ପ୍ରଶିକ୍ଷଣ କର୍ମଶାଳା

ଲାଞ୍ଜିଗଡ଼,୧୮/୧୦(ମନିସ)- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଉଦ୍ୟାନ କୃଷି ବିଭାଗ ତରଫରୁ ଆଜି ଗୋବର୍ଦ୍ଧନପୁର ପଞ୍ଚାୟତ ଗୋପାଳପୁରଠାରେ ଆଜି ବ୍ଲକସ୍ତରୀୟ ଉଦ୍ୟାନ କୃଷି ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ସହକାରୀ କୃଷି ଉଦ୍ୟାନ ଅଧିକାରୀ ଅନନ୍ତ ନାରାୟଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ବିଶେଷଜ୍ଞ ଭାବେ କେସିଙ୍ଗା ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରଜ୍ଞାଶ୍ରୀ ସାହୁ, ଭବାନୀପାଟଣା ବ୍ଲକ ଉଦ୍ୟାନ କୃଷି ଅଧିକାରୀ ବିମଳ କୁମାର ନାଏକ, କୃଷକ ଉତ୍ପାଦନ ସଂଗଠନର ପରାମର୍ଶଦାତା ଜଗଦୀଶ ଦାଶ, ସର୍ବେସାଇ ଏଡିବଲ ଅଏଲ କମ୍ପାନୀର ବୈଷୟିକ ମୁଖ୍ୟ ରଞ୍ଜନ କୁମାର ଦାସ, କୃଷି ଉତ୍ପାଦକ କେନ୍ଦ୍ର ପ୍ରକଳ୍ପ ପରିଚାଳକ ଦେବାଶିଷ ପଣ୍ଡା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ହରିଶଙ୍କର ପାତ୍ର ଓ ଲାଞ୍ଜିଗଡ଼ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ରୂପସିଂ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। କୃଷି ଅଧିଦର୍ଶକ ବନ୍ଧୁ ମୁର୍ଜା, ଉଦ୍ୟାନ ସାଥୀ ଈଶ୍ୱର ବଗର୍ତ୍ତି, ଯଦୁମଣି ବଡ଼ନାୟକ ପ୍ରମୁଖ କର୍ମଶାଳା ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ଗୋବର୍ଦ୍ଧନପୁର, କଦମ୍ବଗୁଡା ପଞ୍ଚାୟତର ବିଭିନ୍ନ ଗାଁରୁ ଶତାଧିକ ଚାଷୀ ଓ ଜନସାଧାରଣ ସାମିଲ ହୋଇଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଉକ୍ତଳଗୌରବ ମଧୁବାବୁଙ୍କ ଜୟନ୍ତୀପାଳନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

Sunil Chandra Nayak

ଡୋକରୀଚଞ୍ଚରାରେ ଏନ୍ ସି ସି ର ସର୍ବ ଭାରତୀୟ ଓଡିଶା ଟ୍ରାଇବାଲ ଟ୍ରେକ

masiha

ସରକାରୀ (ଏସ.ଏସ.ଡ଼ି )ବାଳିକା ଉଚ୍ଚ ବିଦ୍ୟାଳୟ ଜୁନାଗଡ଼ ର କ୍ରୀଡା ଉତ୍ସବ

masiha

Leave a Comment

error: Content is protected !!