ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସକୁ ଧକ୍କା ଦେଲା ଟ୍ରକ : ୧୦ ଆହତ 

ବସକୁ ଧକ୍କା ଦେଲା ଟ୍ରକ : ୧୦ ଆହତ 

ଲାଞ୍ଜିଗଡ଼, ୧୮/୧୦(ମନିସ)-ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡା ଘାଟି ମଙ୍ଗଳା ମନ୍ଦିର ନିକଟରେ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଏକ ମାଲ ବୋଝେଇ ଟ୍ରକ ଧକ୍କାରେ ଏକ ଯାତ୍ରୀବାହି ବସ ସାମ୍ନାପଟ ଚୂରମାର ହୋଇଯାଇଛି। ଏଥିରେ ଚାଳକ ସହିତ ପ୍ରାୟ ଦଶ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆଜି ସକାଳେ ଭବାନୀପାଟଣାରୁ ବିଷମକଟକ ଯାଉଥିବା ମାଣିକେଶ୍ବରୀ ବସକୁ ଢ଼େପଗୁଡା ଘାଟି ମଙ୍ଗଳା ମନ୍ଦିର ନିକଟରେ ଏକ ଟ୍ରକ ପଛପଟୁ ଧକ୍କା ଦେବାରୁ ବସ ସାମ୍ନାପଟ ସଂପୂର୍ଣ୍ଣ ଚୂରମାର ହୋଇଯାଇଛି। ଏଥିରେ ବସର ଚାଳକ ସମେତ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଘାଟି ଚଢ଼ୁଥିବାବେଳେ ଏକ ମାଲ ବୋଝେଇ ଟ୍ରକ ବ୍ରେକ ଫେଲ ହୋଇ ହଠାତ ପଛଆଡ଼କୁ ଫେରି ଆସିବା ସହିତ ପଛରେ ଯାଉଥିବା ଯାତ୍ରୀବାହି ବସକୁ ଧକ୍କା ଦେଇଥିଲା। ଯାହାଫଳରେ ବସରେ ବସିଥିବା ଯାତ୍ରୀମାନେ ଆହତ ହୋଇଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଙ୍କ ଉଦ୍ୟମ ରେ ଜିଲ୍ଲା ଶିକ୍ଷାବ୍ୟବସ୍ଥା ସୁଧୃଢ଼ ହେବା ରେ ଲାଗିଛି

Sunil Chandra Nayak

ସମ୍ବଲପୁରରେ ସରକାର ଲୋକଙ୍କ ଦୁଃଖ ଶୁଣିଲେ ଲୋକଙ୍କ ସରକାର ମୁଖ୍ୟମନ୍ତ୍ରୀଙ୍କ ସହିତ ୧୦ ଜଣ ମନ୍ତ୍ରୀ, ବିଭାଗୀୟ ସଚିବ ଓ ପଦାଧିକାରୀ ଉପସ୍ଥିତ

masiha

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ଛାତ୍ରୀଙ୍କ କୃତିତ୍ୱ

Leave a Comment

error: Content is protected !!