ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଦରା ଜିପ ରେ ସ୍ବାଧିନତା ଦିବସ ପାଳନ କଲା ପ୍ରଶାସନ, ନାହିଁ ଫିଟନେସ 

ଦଦରା ଜିପ ରେ ସ୍ବାଧିନତା ଦିବସ ପାଳନ କଲା ପ୍ରଶାସନ, ନାହିଁ ଫିଟନେସ 

 ପାଟଣାଗଡ଼  – 15 /08/2024 // ଆଜି ପାଟଣାଗଡ ଉପଖଣ୍ଡ ପ୍ରଶାସନ ତରଫରୁ 78 ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି । ପାଟଣାଗଡ ଉପଜିଲ୍ଲାପାଳ ଅମିତ କୁମାର ନାଏକ ମୂଖ୍ଯ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ସମୟ ରେ ଉପଜିଲ୍ଲାପାଳ ଙ୍କ ପାଇଁ ଉଦ୍ଦିଷ୍ଟ ଏକ ଦଦରା ଜିପ କୁ ନେଇ ପ୍ୟାରେଡ ପଡିଆ ରେ ଚର୍ଚ୍ଚା ଲାଗି ରହିଥିଲା । ଅଭିବାଦନ ଗ୍ରହଣ ସମୟ ରେ ଗାଡି ବିକଟାଳ ଗର୍ଜନ କରୁଥିବା ବେଳେ ଗାଡି ର ଫିଟନେସ ବି 2012 ରୁ ସରି ଯାଇଥିବା ଜଣାପଡିଥିଲା । ପୂର୍ବ ରୁ ମୂଖ୍ଯ ଅତିଥି ଚାଲିଚାଲି ଅଭିବାଦନ ଗ୍ରହଣ କରୁଥିବା ବେଳେ ଦୁଇ ବର୍ଷ ହେଲା ଭିଆଇପି ବ୍ୟବସ୍ଥା ଏଭଳି ବିନା ଫିଟନେସ ର ଦଦରା ଜିପ ରେ ଉଭୟ ସାଧାରଣତନ୍ତ୍ର ଦିବସ ଏବଂ ସ୍ବାଧୀନତା ଦିବସ ପାଳନ କରୁଛି ଉପଖଣ୍ଡ ପ୍ରଶାସନ । ଏଭଳି ଘଟଣା ପରେ ବହୁ ଆଡମ୍ବରେ ଲଘୁ କ୍ରିୟା ବୋଲି ସାଧାରଣ ରେ ଚର୍ଚା ଚାଲିଛି ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଟେକ୍ନୋୱାର୍ଲ୍ଡ ଠାରେ ଟ୍ରେନ୍ ଦୁର୍ଘଟଣା ରେ ମୃତକ ଙ୍କ ପାଇଁ ଶୋକସଭା

ଡାବୁଗାଁ ରେ ବିଶ୍ଵ ଯୋଗ ଦିବସ ପାଳିତ 

masiha

ଜୁନାଗଡ଼ ଫୁଲବାରି ପଡ଼ାକୁ ରାସ୍ତା ନାହିଁ ଲତା ବୁଦା ହୁଡା ଦେଇ ଯିବା ଆସିବା କରନ୍ତି ପଡ଼ାବାସୀ

masiha

Leave a Comment

error: Content is protected !!