ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ବ୍ଲକ ସ୍ତରୀୟ “ସୁରଭି” କାର୍ଯ୍ୟକ୍ରମ , ଅନୁଷ୍ଠିତ

ଜୁନାଗଡ଼ ବ୍ଲକ ସ୍ତରୀୟ “ସୁରଭି” କାର୍ଯ୍ୟକ୍ରମ , ଅନୁଷ୍ଠିତ

ଜୁନାଗଡ଼୨୬/୧୦(ମନୀସ) ଜୁନାଗଡ଼ ବ୍ଲକ ସ୍ତରୀୟ “ସୁରଭି” କାର୍ଯ୍ୟକ୍ରମ ଜୁନାଗଡ଼ ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣ ରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଶିଶୁମାନଙ୍କ ସମଗ୍ର ବିକାଶ, ସୃଜନଶୀଳତା, ସାଂସ୍କୃତିକ ଜ୍ଞାନ ଓ ନୈତିକ ମୂଲ୍ୟବୋଧ ବିକାଶ ପାଇଁ ଆୟୋଜିତ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ବ୍ଲକ ଶିକ୍ଷା ଅଧିକାରୀ ତପନ ମାଝୀ ସଭାପତି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ। ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସବିତା ମେହେର , ବ୍ଲକ ଚେୟାରମେନ ଯୋଗ ଦେଇଥିଲେ ।, “ସୁରଭି” ହେଉଛି ଗୋଟିଏ ଏହିପରି ମଞ୍ଚ ଯାହା ଦ୍ୱାରା ଶିଶୁମାନେ ନିଜ ପ୍ରତିଭାକୁ ଦେଖାଇ ପାରିବେ ଓ ନିଜେ ନିଜକୁ ଉନ୍ନତ କରିପାରିବେ ବୋଲି ମୁଖ୍ୟଅତିଥି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ରେ ବ୍ଲକ ର ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଠାକୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କ୍ଷୀରୋଦ ଭୋଇ , ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସଂଗ୍ରାମ କେଶରୀ ବାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ସୂର୍ଯ୍ୟ ନାରାୟଣ ଠାକୁର – ମାଲିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ଓ ସୂର୍ଯ୍ୟ ଠାକୁର – ମହିଚଲା ଉଚ୍ଚ ବିଦ୍ୟାଳୟ , ଶିକ୍ଷକ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିଶୁମାନେ ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ, ରଚନା ଓ କବିତା ପାଠ ପରି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଲ୍ୟ ମଣ୍ଡିତ କରିବାରେ ସୁଶାନ୍ତ କୁମାର ପଣ୍ଡା ,ସିତେଶ କୁମାର ପାଢ଼ୀ , କାଳୁ ଚରଣ ମହାରଣା , ମନୋରଞ୍ଜନ ସାହୁ ,ସମସ୍ତ CRCC , ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଗଣ ସହଯୋଗ କରିଥିଲେ । ସମସ୍ତ ଶିକ୍ଷକ ଅଭିଭାବକମାନେ ଓ ସ୍ଥାନୀୟ ଅଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଲେ।

ଶେଷରେ ପ୍ରତିଯୋଗୀ ଶିଶୁମାନଙ୍କୁ ପୁରସ୍କାର ଓ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରକୁ ସୌମ୍ୟ ରଞ୍ଜନ ସାହୁ ପରିଚାଳନା କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବେଗୁନିଆପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସତସ୍ତରି ତମ ସ୍ୱାଧୀନତା ଦିବସ ପାଳିତ

masiha

ରାଇରଙ୍ଗପୁର ଗଢ, ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଣ୍ଠୁଏ ଆଣ୍ଠୁଏ ପାଣି ନେଇ ଛାତ୍ରଛାତ୍ରୀ ହନ୍ତସନ୍ତ

masiha

ଦୋକାନ ପୋଡି ଲକ୍ଷ୍ୟ ଧିକ ସମ୍ପତି ନଷ୍ଟ

Sunil Chandra Nayak

Leave a Comment

error: Content is protected !!