ରାଇରଙ୍ଗପୁର ଷ୍ଟାଡିୟମରେ ୭୮ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ,
ସମ୍ମିଳିତ ସଂକଳ୍ପବଦ୍ଧ “ବିକଶିତ ଭାରତ” ପରିକଳ୍ପନା କୁ ବାସ୍ତବତା ରେ ପରିଣତ କରିବ – ମୁଖ୍ୟଅତିଥି
ମୟୂରଭଞ୍ଜ -ତା ୧୫/୦୮ ( ମସିହା)ଆଜି ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବ ବୃହତ୍ତମ ଵାମନଘାଟୀ ଉପଖଣ୍ଡର ସଦରମହକୁମା ରାଇରଙ୍ଗପୁର ଷ୍ଟାଡିୟମ ପରିସରରେ ରେ ୭୮ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହ ରେ ଆନନ୍ଦ ଓ ଉଲ୍ଲାସର ପାଳିତ ହୋଇଯାଇଛି ।ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରତ୍ଯୁଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଡ଼ାକବାଜି ଯନ୍ତ୍ର ଜରିଆରେ ସହରରେ ରାମଧୂନ ପରିବେଷଣ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ପୂର୍ବାହ୍ନ ଘ.୦୯-୧୫ ମିନିଟ ସମୟ ରେ ଷ୍ଟାଡିୟମ ପରିସରରେ ଆୟୋଜିତ ଉପଖଣ୍ଡ ସ୍ତରୀୟ ଆନୁଷ୍ଠାନିକ ଉତ୍ସବରେ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।ଏହି ଅବସରରେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ କି ଦେଶ ମାତୃକାର ସ୍ବାଧୀନତା ପାଇଁ ୩୦୦ ବର୍ଷର ଫିରିଙ୍ଗି ବିଦେଶୀକୁ ଭାରତ ମାଟିରୁ ବିତାଡିତ କରି ଆମ୍ଭର ପୂର୍ବ ସୂରୀ,ଦିବଂଗତ ନେତା, ସ୍ବାଧୀନତା ସଂଗ୍ରାମୀ ଆମ୍ଭମାନଙ୍କୁ ସ୍ବାଧୀନତା ଦେଇଛନ୍ତି । ସେମାନଙ୍କ ବଳିଦାନ, ତ୍ୟାଗ ,ଦେଶଭକ୍ତି,ଜେଲ ଵରଣ ଯୋଗୁଁ ଆଜି ଆମ୍ଭେ ସ୍ବାଧୀନତାର ସ୍ବାଦଚାଖିଛୁ । ସେମାନଙ୍କୁ କୋଟି କୋଟି ନମନ ଓ ଗଭୀର ଶ୍ରଦ୍ଧାଂଜଳି । ଆମ୍ଭେ ସ୍ବାଧୀନତା ପାଇଛୁ ହେଲେ ଆମକୁ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ ଓ ଅର୍ଥନୈତିକ ସ୍ବାଧୀନତା ହାସଲ ପାଇଁ ସମସ୍ତଙ୍କୁ ଜାତି,ଧର୍ମ ନିର୍ବିଶେଷରେ ମିଳିମିଶି ଅଧିକ କଠିନ ପରିଶ୍ରମ କରିବାକୁ ପଡିବ । ସେଥିପାଇଁ ‘ ଦେଶ ପ୍ରୀତି ଭାବ ସମସ୍ତଙ୍କ ମନରେ ଜାଗ୍ରତ ହେଉ’ ବୋଲି କହିଥିଲେ ।
ଆଜିର ଅନୁଷ୍ଠିତ ପ୍ୟାରେଡ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଏନସିସି, ସ୍କାଉଟ -ଗାଇଡ଼, ରେଡ଼କ୍ରସ ଓ ସିଭିଲିଆନ ଦଳ କୁ ମିଶାଇ ମୋଟ ୨୬ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ. ପ୍ୟାରେଡ଼ ପ୍ରତିଯୋଗିତା ରେ ଏନସିସି ଦଳ , ସ୍କାଉଟ ଗାଇଡ଼ ଓ ରେଡ କ୍ରସ ଦଳ ଏବଂ ସିଭିଲିଆନ ଦଳ ର ଶ୍ରେଷ୍ଠ ପ୍ରଥମ ଓ ଦ୍ଵିତୀୟ ବିବେଚିତ ଦଳଙ୍କୁ ଙ୍କୁ ମୁଖ୍ୟ ଅତିଥି ସିଲଡ଼ ପ୍ରଦାନ କରି ପୁରସ୍କୃତ କରିଥିଲେ.ପ୍ୟାରେଡ ଦଳର ପ୍ରଥମ ପୁରସ୍କାର ଗୁଡିକ ରାଇରଙ୍ଗପୁର ଡାକ ମଣ୍ଡଳଙ୍କ ସୌଜନ୍ୟ ରୁ ପ୍ରଦାନ କରାଯାଇଥିଲା.।
ସେହିପରି ୨୦୨୩-୨୪ ଶିକ୍ଷା ବର୍ଷ ରେ ବି.ଏସ. ଇ. ଓ., ସି. ବି. ଏସ. ଇ ଓ ଆଇ. ସି. ଏସ. ଇ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ରେ ବାମନଘାଟି ଉପଖଣ୍ଡ ରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୩ ଜଣ ବିଦ୍ୟାର୍ଥୀ ଯଥାକ୍ରମେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବୁଦ୍ଧେଶ୍ୱର ମୁର୍ମୁ,କେନ୍ଦ୍ରୀୟ ବିଦ୍ୟାଳୟ ର ଜାସ୍ମିନ ସାହୁ ଓ କେରଲା ପବ୍ଲିକ ସ୍କୁଲ ର ଈଶାନ୍ତ ଢଣଢଣିଆ ଙ୍କୁ ପୁଷ୍ପଗୁଛ,ମାନପତ୍ର ଓ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ଓ ପ୍ରସଂଶା ପତ୍ର ପ୍ରଦାନ କରିବା ସହ ବାମନଘାଟି ସଦର ମହକୁମା ରାଇରଙ୍ଗପୁର ଠାରେ ସରକାରୀ କାର୍ଯ୍ୟାଳୟ ଗୃହ ଆଲୋକୀକରଣ ପାଇଁ ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟ ଶ୍ରେଷ୍ଠ ବିବେଚିତ ହୋଇଥିବାରୁ ତହସିଲଦାର ଶ୍ରୀ ବିଶ୍ଵନାଥ ବିଶ୍ୱାଳ ଙ୍କୁ ମୁଖ୍ୟ ଅତିଥି ପୁଷ୍ପ ଗୁଚ୍ଛ ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ.।
ପରେ ପରେ ମୁଖ୍ୟ ଅତିଥି ଙ୍କ ସହ ରାଇରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ ଓ ଅଧ୍ୟକ୍ଷା ଶ୍ରୀମତୀ ମମିତା ଚୌଧୁରୀ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ର ରୋଗୀ ମାନଙ୍କୁ ଏବଂ ରାଇରଙ୍ଗପୁର ଉପକାରାଗାର ର ଅନ୍ତେବାସୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ.। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟlନ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା.।
ଆଜିର ଅନୁଷ୍ଠିତ କାଯ୍ୟକ୍ରମ ରେ ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳା ନନ୍ଦ ସାହୁ, ରାଇରଙ୍ଗପୁର ଟାଉନ ଥାନା ଆଇ ଆଇ ସି, ଶ୍ରୀ ସୁଚନ୍ଦ୍ର ମହାଳିକ, ,ସହକାରୀ ଅଗ୍ନିଶମ ଅଧିକାରୀ, ରାଇରଙ୍ଗପୁର ପୌର ପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପିତାମ୍ବର ନାୟକ ବିଭିନ୍ନ ବିଭାଗୀୟ ପଦାଧିକାରୀ, ସହର ର ମାନ୍ୟ ଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ବିଭିନ୍ନ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ.।ସହକାରୀ ଶିକ୍ଷକ ଶ୍ରୀ ରଞ୍ଜନ କୁମାର ନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ କୁ ଉପଜିଲ୍ଲାପାଳ ଙ୍କ ତତ୍ୱାବଧାନ ରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଗ୍ରନ୍ଥାଗାରିକ ଶ୍ରୀ ହରିଶ ଚନ୍ଦ୍ର ମହାପାତ୍ର ଓ ସଂଗ୍ରାମ ବିଶ୍ୱାଳ ପରିଚାଳନାରେ ସହଯୋଗ କରିଥିଲେ.।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍


