ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ୍ଏସି ପାଖ ଭୂତଳ ପୋଲ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର

ବଲାଙ୍ଗୀର / କଣ୍ଟାବାଞ୍ଜି, ୧୩/୦୭, ଭୂତଳ ପୋଲ ନିର୍ମାଣ ପାଇଁ କେନ୍ଦ୍ର ସରକାର ଟଙ୍କା ମଞ୍ଜୁର କରିବା ପରେ ଏନ୍ଏସି ଛକ ଅଞ୍ଚଲର ବ୍ୟବସାୟୀ ମାନେ କଣ୍ଟାବାଞ୍ଜି ପୁର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ସାଧାରଣ ସଂପାଦକ ଆୟୁବ ଖାନ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ସବୁବେଳେ ଏହି ଭୂତଳ ପୋଲ ନିର୍ମାଣ କରିବା ହେତୁ ଅଂଚଳ ର ସାଂସଦ ଏବଂ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ । ଏହି ଭୂତଳ ପୋଲ ନିର୍ମାଣ କରିବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନେକ ଥର ଚିଠି ମଧ୍ୟ ଲେଖିଥିଲେ । ଗତ କାଲି କେନ୍ଦ୍ର ସରକାର ଏହି ଭୂତଳ ପୋଲ ନିର୍ମାଣ କରିବା ପାଇଁ ଟଙ୍କା ମଞ୍ଜୁର କରିଛନ୍ତି । ଏହା ଜାଣିବା ପରେ ଅଞ୍ଚଳ ର ସମସ୍ତ ବ୍ୟବସାୟୀ ଆୟୁବ ଖାନ ଙ୍କ ଘରକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅତିଶୀଘ୍ର ଏହି ଭୂତଳ ପୋଲ ନିର୍ମାଣ କାର୍ଯ୍ୟ କେମିତି ଆରମ୍ଭ କରାଯିବ ସେଥି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅନୁରୋଧ କରିଥିଲେ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଗଛ ପଡି 2 ଘର ସହ ଦୋକାନ ନଷ୍ଟ, ଅଳ୍ପକେ ବର୍ତ୍ତିଲେ ଲୋକେ

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ

Sunil Chandra Nayak

ଅବଧି ସରି2ବର୍ଷ ହେଲା କିନ୍ତୁ ପ୍ରଧାନମନ୍ତ୍ରୀ ସଡ଼କ କାମ ସରିନାହିଁ ,ଲିଖିତ ପ୍ରତିଶୃତି ପାଣି ର ଗାର 

masiha

Leave a Comment

error: Content is protected !!