ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ୍ଏସି ପାଖ ଭୂତଳ ପୋଲ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର

ବଲାଙ୍ଗୀର / କଣ୍ଟାବାଞ୍ଜି, ୧୩/୦୭, ଭୂତଳ ପୋଲ ନିର୍ମାଣ ପାଇଁ କେନ୍ଦ୍ର ସରକାର ଟଙ୍କା ମଞ୍ଜୁର କରିବା ପରେ ଏନ୍ଏସି ଛକ ଅଞ୍ଚଲର ବ୍ୟବସାୟୀ ମାନେ କଣ୍ଟାବାଞ୍ଜି ପୁର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ସାଧାରଣ ସଂପାଦକ ଆୟୁବ ଖାନ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ସବୁବେଳେ ଏହି ଭୂତଳ ପୋଲ ନିର୍ମାଣ କରିବା ହେତୁ ଅଂଚଳ ର ସାଂସଦ ଏବଂ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ । ଏହି ଭୂତଳ ପୋଲ ନିର୍ମାଣ କରିବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଅନେକ ଥର ଚିଠି ମଧ୍ୟ ଲେଖିଥିଲେ । ଗତ କାଲି କେନ୍ଦ୍ର ସରକାର ଏହି ଭୂତଳ ପୋଲ ନିର୍ମାଣ କରିବା ପାଇଁ ଟଙ୍କା ମଞ୍ଜୁର କରିଛନ୍ତି । ଏହା ଜାଣିବା ପରେ ଅଞ୍ଚଳ ର ସମସ୍ତ ବ୍ୟବସାୟୀ ଆୟୁବ ଖାନ ଙ୍କ ଘରକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅତିଶୀଘ୍ର ଏହି ଭୂତଳ ପୋଲ ନିର୍ମାଣ କାର୍ଯ୍ୟ କେମିତି ଆରମ୍ଭ କରାଯିବ ସେଥି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅନୁରୋଧ କରିଥିଲେ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଆକାଂକ୍ଷା ବ୍ଲକକୁ ନେଇ ପ୍ରଶିକ୍ଷଣ ଶିବିର ,ଯୋଗଦେଲେ ନବରଙ୍ଗପୁରରୁ ୨ସରପଞ୍ଚ

masiha

ବିଭିନ୍ନ ଦାବିକୁ ନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କର କଳା ଵ୍ୟାଚ ପରିଧାନ

masiha

ଏକ ମାସ ରୋଜା ପାଳିଲେ ଶିଶୁ ଆସନ୍ତାକାଲି ଇଦ୍

Sunil Chandra Nayak

Leave a Comment

error: Content is protected !!