ପ୍ରଶାସନର ଚରମ ଅବହେଳାରୁ ପୋଲ ନିର୍ମାଣର ୫ ବର୍ଷ ହେଲା ଅଧପନ୍ତରିଆ ଭାବରେ ପଡିରହିଛି
ଅଞ୍ଚଳବାସୀ ଯାତାୟାତ ଅସୁବିଧା ଭୋଗିବାରୁ ଗ୍ରାମବାସୀମାନେ ନିଜ ଉଦ୍ୟମରେ ନଦୀରେ ଅସ୍ଥାୟୀ ରାସ୍ତା ନିର୍ମାଣ କଲେ
ଥୁଆମୂଳ ରାମପୁର:୨୯/୧୦ – (ମନିସ) :- ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ପ୍ରଶାସନିକ ଅବହେଳା ଯୋଗୁଁ ବର୍ଷ ବର୍ଷ ଧରି ଅଧପନ୍ତରିଆ ପୋଲ ପଡିରହିଛି ଏବଂ ଯାତାୟାତରେ ଚରମ ଅସୁବିଧା ଭୋଗିବା ପରେ ଗ୍ରାମବାସୀମାନେ ନିଜ ଉଦ୍ୟମରେ ନଦୀରେ ଅସ୍ଥାୟୀ ନିର୍ମାଣ କରିବା ଜଣାପଡିଛି। ଏହା ସରକାରୀ ବ୍ଯବସ୍ଥାର ବିଫଳତାକୁ ଦର୍ଶାଉଥିବା ବେଳେ ଗ୍ରାମବାସୀଙ୍କ ଏକତା ଓ ଆତ୍ମନିର୍ଭରଶୀଳର ଏକ ବଡ ଉଦାହରଣ ଅଟେ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ବିଭିନ୍ନ ଗ୍ରାମପଞ୍ଚାୟତ ଦୁର୍ଗମ ଅଞ୍ଚଳର ଗମନାଗମନ କ୍ଷେତ୍ରରେ ଉନ୍ନତି ହୋଇନଥିବା ଦେଖାଦେଇଛି। ନାଗାବଳି ନଦୀ ଉପରେ ନିର୍ମାଣଧିନ ପୋଲ ଦୀର୍ଘ ୫ ବର୍ଷ ହେଲା ଅଧପନ୍ତରି ଭାବରେ ପଡିରହିଛି ଯାହାଫଳରେ ଅଞ୍ଚଳର ଲୋକଙ୍କ ପାଇଁ ଯାତାୟାତା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାହାକି ସଲେଟ ଗ୍ରାମପଞ୍ଚାୟତର ମାଳତୀପଦର, ମାରଗୁମା, ଦୁର୍ବେଲଗୁଡା,ଝାଞ୍ଜି, କୁଟଖାଲ, ସମେତ୍ ନାକରୁଣ୍ତି ଗ୍ରାମପଞ୍ଚାୟତ କେଲୁଆ, ଗ୍ରାମବାସୀ। ନାଗାବଳୀ ଅଞ୍ଚଳ ପାଇଁ ବାଧକ ସାଜିଛି ବୋଲି ଲୋକମାନେ ହନ୍ତସନ୍ତ ହେଉଛନ୍ତି। ତଥାପି ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେଲାନାହିଁ। ଏହିପରିପ୍ରେକ୍ଷୀରେ ସରକାରୀ ବ୍ଯବସ୍ଥା ଉପରେ ଆଉ ଅପେକ୍ଷା କେତେ ଦିନ କରିବାକୁ ପଡିବ ବୋଲି ନିଜ ଉଦ୍ୟମରେ ଯାତାୟାତ କରିବା ପାଇଁ ବିକଳ୍ପ ପଥ ବାଛିବାକୁ ପଡିଛି ଗ୍ରାମବାସୀଙ୍କୁ। ତେବେ ମାଳତୀପଦର ଗ୍ରାମର ରାଇଦାସ ନାଏକଙ୍କ ନେତୃତ୍ୱରେ ରବି ନାଏକ ପରଦେଶୀ ନାଏକ, ରୂପେଶ ନାଏକ ସମେତ୍ ଦୁର୍ବେଲଗୁଡା ଗ୍ରାମର କରୁଣା ନାଏକଙ୍କ କ୍ରମେ ଗ୍ରାମବାସୀଙ୍କ ଉଦ୍ୟମରେ କାନ୍ଦୁଲଗୁଡା ନିକଟସ୍ଥ ନାଗାବଳୀ ନଦୀ ଅଧପନ୍ତରି ପୋଲ ନିକଟରେ ଜେସିପି ଓ ଟ୍ରକ୍ଟର ସାହାଯ୍ୟରେ ନଦୀ ଭିତରେ ଥିବା ପଥର ଗୁଡିକକୁ ସଜାଡି ବିକଳ୍ପ ରାସ୍ତା ପାଇଁ ରାସ୍ତା ଟିଏ ପ୍ରସ୍ତୁତ କରିଛନ୍ତି। ଏବାବଦରେ ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଥିବା ଜଣାପଡ଼ିଛି। ଏହାଦ୍ବାରା ନଦୀରେ ଯାତାୟାତ କରିବା ଏକ ବାଟର ସୁବିଧା ମିଳିଥିବା ସୁଯୋଗ ପାଇଛନ୍ତି ଅଞ୍ଚଳବାସୀ, ଏଥିରେ ଗାଡିମଟର ଯାତାୟାତ ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ଆଶା କରୁଥିବା ଜଣାପଡିଛି। ତେବେ ଆଗକୁ ଏହି ନଦୀ ଉପରେ ପୋଲ ନିର୍ମାଣ ଯଥାଶୀଘ୍ର କରାଯାଉ ବୋଲି ଅଞ୍ଚଳରେ ଦାବି ହେଉଛି।
ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

