ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆରା ଢଙ୍ଗରେ ସାଂସଦଙ୍କ ଜନ୍ମଦିନ ପାଳନ କଲା ସୁଜିତ କୁମାର ଫ୍ୟାନ କ୍ଳବ

ନିଆରା ଢଙ୍ଗରେ ସାଂସଦଙ୍କ ଜନ୍ମଦିନ ପାଳନ କଲା ସୁଜିତ କୁମାର ଫ୍ୟାନ କ୍ଳବ

ଭବାନୀପାଟଣା, ୧୭/୧୧- ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଆଜି ଜନ୍ମଦିନ ଥିବାବେଳେ ଏହାକୁ ନିଆରା ଢଙ୍ଗରେ ପାଳନ କରିଛି ସୁଜିତ କୁମାର ଫ୍ୟାନ କ୍ଳବ। କିଛିଦିନ ହେଲା କଳାହାଣ୍ଡି ଜିଲ୍ଲାରେ ପ୍ରବଳ ଶୀତ ଲହରି ଅନୁଭୂତ ହେଉଥିବାବେଳେ ଏହି ସମୟରେ ପାହାଡିଆ ତଥା ଗ୍ରାମାଞ୍ଚଳରେ ଗରିବ, ଅସହାୟ, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ଅସୁସ୍ଥ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୁଜିତ କୁମାର ଫ୍ୟାନ କ୍ଳବର ସଦସ୍ୟମାନେ ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ପଞ୍ଚାୟତର ଦୁର୍ଗମ ନକଟି ବିଜେପୁର ଗାଁକୁ ଯିବା ସହିତ ସେଠାକାର ଅସହାୟ ବୃଦ୍ଧବୃଦ୍ଧା, ଗର୍ଭବତୀ, ପ୍ରସୂତି ମହିଳା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପ୍ରବଳ ଶୀତ ଦାଉରୁ ରକ୍ଷା କରିବାକୁ କମ୍ବଳ ବଣ୍ଟନ କରିଛନ୍ତି। ଫ୍ୟାନ କ୍ଳବର ପ୍ରମୁଖ କର୍ମକର୍ତ୍ତା ଚିନ୍ମୟ ମିଶ୍ର, ମିତ୍ରଜିତ ସିଂହ, ମନୋଜ ନାଏକ, ସୁଶୀଲ ସାହୁ, ନରେଶ ସୁନାନୀଙ୍କ ସହିତ ଲାଞ୍ଜିଗଡ଼ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗ ଓ ଭଟାଙ୍ଗପଦର ସମିତିସଦସ୍ୟ ରୂପେନ୍ଦ୍ର ଛତ୍ରିଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ରାୟ ଦଶ କିମି ଦୁର୍ଗମ ପାହାଡ଼ିଆ ରାସ୍ତା ଅତିକ୍ରମ କରି ସେମାନେ ନକଟି ବିଜେପୁର ଗାଁରେ ଥିବା ୧୭ଗୋଟି ପରିବାରର ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ଗର୍ଭବତୀ, ପ୍ରସୂତି ମହିଳାଙ୍କୁ ସେମାନେ କମ୍ବଳ ବଣ୍ଟନ କରିଥିଲେ। ସାଂସଦଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ କ୍ଳବର ସଦସ୍ୟମାନଙ୍କ ଦ୍ୱାରା ନିଆଯାଇଥିବା ଏହି ନିଆରା ପଦକ୍ଷେପକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଉଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ରାୟଗଡାରେ ରାଷ୍ଟ୍ରୀୟ ଲୋକଅଦାଲତ ରେ ୨,୩୪୮ ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୫୯,୧୧,୦୭୪ ଟଙ୍କା ଆଦାୟ ହୋଇଅଛି

masiha

ଲାୟନ୍ସ କ୍ଲବର ଦ୍ଵିତୀୟ ଜିଲ୍ଲା କ୍ୟାବିନେଟ୍ ବୈଠକ ଓ ଶୀତ ବସ୍ତ୍ର ବଣ୍ଟନ

masiha

ନବରଙ୍ଗପୁର ଜିଲ୍ଲାରେ ଦାୟିତ୍ଵ ନେଲେ ନୁତନ ଆରକ୍ଷୀ ଅଧିକ୍ଷକ 

masiha

Leave a Comment

error: Content is protected !!