ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦା! ବାଗଡେଗା ଗ୍ରାମରେ୪୧ ତମ ମା’ ଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ପାଳିତ

ଵହଳଦା! ବାଗଡେଗା ଗ୍ରାମରେ୪୧ ତମ ମା’ ଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ପାଳିତ

 ମୟୂରଭଞ୍ଜ- ୧୬/୧୨ ( ମସିହା) ଧନଦାତ୍ରୀ ହେଉଛନ୍ତି ମା’ ଲକ୍ଷ୍ମୀ । ପବିତ୍ର ମାର୍ଗଶିର ମାସ ଶେଷ ଗୁରୁବାର ଦିନ ମା’ ଲକ୍ଷ୍ମୀଙ୍କୁ ଗାଁ ଗଣ୍ଡାରେ ପୂଜାର୍ଚ୍ଚନା କରାଯାଇଥାଏ । ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ରାଜସ୍ବ ବାଗଡେଗା ଗ୍ରାମର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ ପ୍ରଗତି କ୍ଲବ’ ତଥା ପୂଜା କମିଟି ଆନୁକୁଲ୍ୟରେ ସେବା ନିବୃତ ଶିକ୍ଷକ ଭଗବାନ ମହାନ୍ତିଙ୍କ କହିବା ଅନୁସାରେ ୧୯୮୨ ମସିହାରୁ ଆରମ୍ଭ ହୋଇ ୪୧ ତମ ମା’ ଲକ୍ଷ୍ମୀ ଙ୍କ ପୂଜା ଧୂମଧାମରେ ତିନିଦିନ ଧରି ପାଳନ କରାଯାଇଛି ।ଵହଳଦଆ- ତିରିଂ ରାସ୍ତା ଜାତୀୟ ରାଜପଥ ୨୨୦ ନମ୍ବର ପାର୍ଶ୍ଵରେ ଆକର୍ଷଣୀୟ ତୋରଣ ଓ ମନଓଲଓଭଆ ମା’ଙ୍କ ମୃଣ୍ମୟ ମୂର୍ତ୍ତି ଦେଖିବାକୁ ବହୁତ ସଂଖ୍ୟାରେ ଶ୍ରଦ୍ଧାଳୁ ଛୁଟି ଆସିଥିଲେ । ସମସ୍ତେ ମା’ ଙ୍କ ପୂଜାର୍ଚ୍ଚନା ସହ ସମାଜର ମଙ୍ଗଳ କାମନା ଏବଂ ସମସ୍ତଙ୍କ ଘର ଧନଧାନ୍ୟରେ ପୂର୍ଣ୍ଣ ହେଉ ବୋଲି ପ୍ରାର୍ଥନା କରିଥିଲେ । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ କିଛି କିଛି ପ୍ରତି ଯୋଗୀତା ଅନୁଷ୍ଠିତ ହୋଇଥିଲା ।ପ୍ରବଳ ଶୀତର ପ୍ରକୋପ କୁ ଖାତିର ନ କରି ଜନ ଗହଳି ହୋଇ ଉଠିଥିଲା । ସବୁଦିନ ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ପ୍ରସାଦ ,ଖେଚୁଡ଼ି ବଣ୍ଟନ କରାଯାଇଥିଲା । ସଂପୂର୍ଣ୍ଣ ବାଗଡେଗା ଗ୍ରାମରେ ଏକ ଭକ୍ତିମୟ ପରିବେଶ ହୋଇ ଉଠିଥିଲା ।କାର୍ଯ୍ୟକ୍ରମକୁ ପ୍ରଗତି କ୍ଲବ ଏବଂ ଗ୍ରାମବାସୀର ପୂଜା କମିଟି ସଦସ୍ୟ ଅଶୋକ ମହାନ୍ତ,ଶିବ ମହାନ୍ତ,ମାନସ ମହାନ୍ତ,ବଵ୍ରୁବାହନ ମହାନ୍ତ,ଶୁସେନ ମହାନ୍ତ, ଏବଂ ଅନ୍ୟ ସଦସ୍ଯବୃନ୍ଦ ଶୃଙ୍ଖଳାର ସହ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମୟୂରଭଞ୍ଜ ଜିଲ୍ଲାର ୧୦୦ ଟି ରୂପାନ୍ତରିତ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ

୧- ୭୦ ବର୍ଷର ବସ୍ତିକୁ ଉଚ୍ଛେଦ ନୋଟିସ,କାନ୍ଦୁଛନ୍ତି ୧୫ ପରିବାର, ୨- ଭୁବନ ମଝିସାହିରେ ଗ୍ୟାସ୍ ଟାଙ୍କିରୁ ନିଆଁ,ମହିଳାଙ୍କ ଉପସ୍ଥିତ ବୁଦ୍ଧିରେ ଟଳିଲା ବଡ଼ ଅଘଟଣ, ୩- ହୋଟେଲ ସମ୍ମୁଖ ଜଙ୍ଗଲ ଜମି ଟ୍ରେଞ୍ଚ ଖୋଲିଲା ବନ ବିଭାଗ , ୪- ରାଷ୍ଟ୍ରୀୟ ଲୋକ ଅଦାଲତ , ୫- ୪୦ ଫୁଟ ଗଭୀର କୂଅରେ ପଡ଼ିଥିବା ବୃଦ୍ଧା ଉଦ୍ଧାର,ଅଗ୍ନିଶମ ବାହିନୀକୁ ପ୍ରଶଂସା, ୬- ବର୍ଷା ଦିନରେ କାମକୁ ଆସୁନି ସାଢେ 8 ଲକ୍ଷର ରାସ୍ତା ଜେଇ ଏବଂ ବିଡିଓ ଦେଖି ଯାଅନ୍ତୁ ଚାଷୀଙ୍କ ଯନ୍ତ୍ରଣା, ୭- ଗଣେଶ ପୂଜା ଶାନ୍ତି କମିଟି ବୈଠକ 15 ଟି ମଣ୍ଡପରେ ପୂଜା ପାଇବେ ଗଜାନନ 18ରେ ମିଳିତ ଭସାଣି, ୮- କରନ୍ଦା ଗୋଚର ଜମି ଉଛେଦ ପାଈଁ ଗୁହାରି ଶୁଣିଲେନି ପ୍ରଶାସନ  ତାତିଲେ ଜନତା  ଭାଙ୍ଗିଲେ ବାଡ଼  ପୋଲିସ କହିଲା ଜାଗା ଛାଡ଼ , ୯- ଢେଙ୍କାନାଳରେ ଖାଦ୍ୟ ସୁରକ୍ଷା ବିଭାଗର ଜୋରଦାର ଚଢ଼ାଉ, ୧୦- ଢେଙ୍କାନାଳ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର-ତଥା-ସଚିବ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ସହ ସଂକ୍ରମଣ ନିରୋଧ ଓ ନିୟନ୍ତ୍ରଣ ବ୍ୟବସ୍ଥାର ସମୀକ୍ଷା, ୧୧- ମରଣଯନ୍ତା ପାଲଟିଛି କୋରିଆପାଳ ମୁଖ୍ୟ ରାସ୍ତା,

Sunil Chandra Nayak

ମହିଳା ଜନ ସୁରକ୍ଷା ମଞ୍ଚ ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ଦାବିପତ୍ର ପ୍ରଦାନ

Leave a Comment

error: Content is protected !!