ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦା! ବାଗଡେଗା ଗ୍ରାମରେ୪୧ ତମ ମା’ ଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ପାଳିତ

ଵହଳଦା! ବାଗଡେଗା ଗ୍ରାମରେ୪୧ ତମ ମା’ ଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ପାଳିତ

 ମୟୂରଭଞ୍ଜ- ୧୬/୧୨ ( ମସିହା) ଧନଦାତ୍ରୀ ହେଉଛନ୍ତି ମା’ ଲକ୍ଷ୍ମୀ । ପବିତ୍ର ମାର୍ଗଶିର ମାସ ଶେଷ ଗୁରୁବାର ଦିନ ମା’ ଲକ୍ଷ୍ମୀଙ୍କୁ ଗାଁ ଗଣ୍ଡାରେ ପୂଜାର୍ଚ୍ଚନା କରାଯାଇଥାଏ । ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ରାଜସ୍ବ ବାଗଡେଗା ଗ୍ରାମର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ ପ୍ରଗତି କ୍ଲବ’ ତଥା ପୂଜା କମିଟି ଆନୁକୁଲ୍ୟରେ ସେବା ନିବୃତ ଶିକ୍ଷକ ଭଗବାନ ମହାନ୍ତିଙ୍କ କହିବା ଅନୁସାରେ ୧୯୮୨ ମସିହାରୁ ଆରମ୍ଭ ହୋଇ ୪୧ ତମ ମା’ ଲକ୍ଷ୍ମୀ ଙ୍କ ପୂଜା ଧୂମଧାମରେ ତିନିଦିନ ଧରି ପାଳନ କରାଯାଇଛି ।ଵହଳଦଆ- ତିରିଂ ରାସ୍ତା ଜାତୀୟ ରାଜପଥ ୨୨୦ ନମ୍ବର ପାର୍ଶ୍ଵରେ ଆକର୍ଷଣୀୟ ତୋରଣ ଓ ମନଓଲଓଭଆ ମା’ଙ୍କ ମୃଣ୍ମୟ ମୂର୍ତ୍ତି ଦେଖିବାକୁ ବହୁତ ସଂଖ୍ୟାରେ ଶ୍ରଦ୍ଧାଳୁ ଛୁଟି ଆସିଥିଲେ । ସମସ୍ତେ ମା’ ଙ୍କ ପୂଜାର୍ଚ୍ଚନା ସହ ସମାଜର ମଙ୍ଗଳ କାମନା ଏବଂ ସମସ୍ତଙ୍କ ଘର ଧନଧାନ୍ୟରେ ପୂର୍ଣ୍ଣ ହେଉ ବୋଲି ପ୍ରାର୍ଥନା କରିଥିଲେ । ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ କିଛି କିଛି ପ୍ରତି ଯୋଗୀତା ଅନୁଷ୍ଠିତ ହୋଇଥିଲା ।ପ୍ରବଳ ଶୀତର ପ୍ରକୋପ କୁ ଖାତିର ନ କରି ଜନ ଗହଳି ହୋଇ ଉଠିଥିଲା । ସବୁଦିନ ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ପ୍ରସାଦ ,ଖେଚୁଡ଼ି ବଣ୍ଟନ କରାଯାଇଥିଲା । ସଂପୂର୍ଣ୍ଣ ବାଗଡେଗା ଗ୍ରାମରେ ଏକ ଭକ୍ତିମୟ ପରିବେଶ ହୋଇ ଉଠିଥିଲା ।କାର୍ଯ୍ୟକ୍ରମକୁ ପ୍ରଗତି କ୍ଲବ ଏବଂ ଗ୍ରାମବାସୀର ପୂଜା କମିଟି ସଦସ୍ୟ ଅଶୋକ ମହାନ୍ତ,ଶିବ ମହାନ୍ତ,ମାନସ ମହାନ୍ତ,ବଵ୍ରୁବାହନ ମହାନ୍ତ,ଶୁସେନ ମହାନ୍ତ, ଏବଂ ଅନ୍ୟ ସଦସ୍ଯବୃନ୍ଦ ଶୃଙ୍ଖଳାର ସହ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସମିତି ପରିସରରେ “ସୁଭଦ୍ରା ମିଶନ ଶକ୍ତି କାଫେ” ଉଦଘାଟିତ 

Sunil Chandra Nayak

ଦ୍ଵିତୀୟ ସର୍ବ ଭାରତୀୟ ଓଡ଼ିଶା ପର୍ଵତାରୋହଣ ଶିବିର ଉଦ୍ ଘାଟିତ

masiha

ଭେଳା ଗ୍ରାମର ଷୋହଳ ପ୍ରହରୀ ନାମ ଯଜ୍ଞ ବାତିଲ

Sunil Chandra Nayak

Leave a Comment

error: Content is protected !!