କାଶୀପୁର,: ରାୟଗଡ଼ା ଜିଲ୍ଲା କାଶୀପୁରର ନୂତନ ବନାଞ୍ଚଳ ଅଧିକାରୀ ଭାବେ କାମେଶ୍ବର ଆଚାରୀ ଗତ ରବିବାର ଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏଥି ପୂର୍ବରୁ ଶ୍ରୀ ଆଚାରୀ ନବରଙ୍ଗପୁର ଜିଲ୍ଲାର କୋଡିଙ୍ଗା ବନାଞ୍ଚଳରେ କାର୍ଯ୍ୟରତ ଥିଲେ। ଦକ୍ଷ ବନ ଅଧିକାରୀ ଭାବେ ଜଣାଶୁଣା ଶ୍ରୀ ଆଚାରୀ ପୂର୍ବରୁ ଟିକିରି ବନାଞ୍ଚଳରେ କିଛି ବର୍ଷ ଧରି ବନପାଳଏବଂ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ସେହିପରି କାଶୀପୁରର ପୂର୍ବତନ ବନାଞ୍ଚଳ ଅଧିକାରୀ ସନ୍ଦୀପ ପୁଷ୍ଟି ଏସିଏଫ ଭାବେ ପଦୋନ୍ନତି ପାଇବା ପରେ .. ରାୟଗଡ଼ାକୁ ବଦଳି ହୋଇଛନ୍ତି। ନୂତନ ରେଞ୍ଜର ଶ୍ରୀ ଆଚାରୀଙ୍କୁ କାଶୀପୁର ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀଙ୍କ ସହିତ ଅନ୍ୟ କର୍ମଚାରୀଏବଂ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି।
previous post