ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେଞ୍ଚୁରିଅନରେ ବି.ଫାର୍ମା ଛାତ୍ରଛାତ୍ରୀମାନଙ୍କ ବିଦାୟ କାଳୀନ ସମାରୋହ

ସେଞ୍ଚୁରିଅନରେ ବି.ଫାର୍ମା ଛାତ୍ରଛାତ୍ରୀମାନଙ୍କ ବିଦାୟ କାଳୀନ ସମାରୋହ 

ରାୟଗଡ଼ା, ୨୧/୦୩/୨୫ : ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଫାର୍ମାସୀ ବିଭାଗର ଅନ୍ତିମ ବର୍ଷର ବି.ଫାର୍ମା ଛାତ୍ରଛାତ୍ରୀମାନଙ୍କୁ ବିଦାୟ କାଳୀନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଫାର୍ମାସୀ ଅଧ୍ୟକ୍ଷ ଡ଼ଃ ଚନ୍ଦ୍ରଶେଖର ପାତ୍ର, ସହଯୋଗୀ ପ୍ରଧ୍ୟାପକ ଡ଼ଃ ଦୀପଙ୍କର ରଥ, ଡ଼ଃ ଲାଡି ଆଲିକ୍ କୁମାର, ଡ଼ଃ ହରଗୌରୀ ମିଶ୍ର, ଡ଼ଃ କାମିନୀ ସେଠୀ ପ୍ରମୁଖ ମଞ୍ଚସିନ ଥିଲେ । ଏହି ବିଦାୟ କାଳୀନ ସମାରୋହରେ ଫାର୍ମାସୀ ବିଭାଗ ତୃତୀୟ ବର୍ଷାରେ ଅଧ୍ୟୟନରତ ବି. ଫାର୍ମା ଛାତ୍ରଛାତ୍ରୀମାନେ ସହକାରୀ ପ୍ରଧ୍ୟାପକ ଭରତ ଭୂଷଣ ସାହୁଙ୍କ ପରାମର୍ଶକ୍ରମେ ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବିଦାୟ ଦେଇଥିଲେ। ଏହି ଅବସରରେ ମଞ୍ଚସିନ ଅତିଥିଗଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜୀବନରେ ଅଗୋକୁ ବାଢ଼ିବା ପାଇଁ ନିରନ୍ତର ପ୍ରୟାସ କରିବା ଆବଶ୍ୟକ। ଛାତ୍ରଛାତ୍ରୀ ମାନେ କିଭଳି ଭାବେ ଚାକିରି କରି ନିଜେ ଆତ୍ମ ନିର୍ଭରଶୀଳ ହେବେ ସେ ସମ୍ପର୍କରେ ଦିଗ୍ଦର୍ଷଣ ପ୍ରଦାନ କରିଥଲେ। ସେହିପରି ସମସ୍ତ ଛାତ୍ରଛାତ୍ରୀମାନେ ନାଚ ଗୀତର ଆସୋରରେ ସମସ୍ତଙ୍କୁ ମନୋରଞ୍ଜନ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନେ ନିଜ ସାଙ୍ଗସାଥୀ ଓ ଶ୍ରେଣୀ ଶିକ୍ଷକ ତଥା ସହକାରୀ ପ୍ରଧ୍ୟାପକ ପଲ୍ଲୀଶ୍ରୀ ଭୁକ୍ତାଙ୍କ ସହ ବିତେଇଥିବା ପ୍ରତିଟି ମୁହର୍ତ୍ତକୁ ମନେପକାଇ ଭାବପ୍ରବଣ ହୋଇଥିଲେ। ଏଥିରେ ପ୍ରାୟ ୧୨୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଜ୍ୟର ସାମ୍ବାଦିକମାନଙ୍କୁ ସୁରକ୍ଷା ଓ ଆର୍ଥିକ ସହାୟତା ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର

Sunil Chandra Nayak

ଯୁବ ସାମ୍ବାଦିକ ପାଇଲେ ଯଶଶ୍ରୀ ଭାରତ ସମ୍ମାନ 

masiha

ଯୁବ ଓଡ଼ିଶା ନବିନ ଓଡିଶା କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

masiha

Leave a Comment

error: Content is protected !!