ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେମରି କେନ୍ଦ୍ର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ତଥା ୬୮ତମ ବାର୍ଷିକ ଉତ୍ସବ ପାଳିତ

ଟେମରି କେନ୍ଦ୍ର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ତଥା ୬୮ତମ ବାର୍ଷିକ ଉତ୍ସବ ପାଳିତ

ଜୁନାଗଡ଼(ମ ନି ସ):-୦୨/୦୪ ବୁଧବାର ଦିନ ଟେମରୀ କେନ୍ଦ୍ର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଏବଂ ୬୮ତମ ବାର୍ଷିକଉତ୍ସବ ପାଳନ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାଜନୀକାନ୍ତ ପୁଟେଲ ସଭାପତିତ୍ଵ କରିଥିଲେ। ମୁଖ୍ୟ ଅତିଥି ଭାବରେ ଲୀନାଦାଶ ଏବିଇଓ ଗୋଲାମୁଣ୍ଡା ଉପସ୍ଥିତ ଥିଲେ। ସିଆରସିସି ର ଶ୍ରୀଯୁକ୍ତ ବିନୋଦ ପ୍ରାଣିଗ୍ରାହୀ ମୁଖ୍ୟ ବକ୍ତା ।ସମ୍ମାନୀତ ଅତିଥି କୁମୁଦ ଚନ୍ଦ୍ର ସା ଟେମରୀ ସରପଞ୍ଚ ପ୍ରତିନିଧି, ଖଗେଶ୍ଵର ନାଏକ ସମିତି ପ୍ରତିନିଧି ଟେମରୀ, ଭବାନୀ ଶଙ୍କର ବାଗ ଟେମରୀ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ,ବିଶିଷ୍ଟଅତିଥି , ମନୋଜ କୁମାର ଅଗ୍ରୱାଲ କଲୋନିପଡ଼ା ପ୍ରଧାନ ଶିକ୍ଷକ, ସୁଧିର କୁମାର ପଣ୍ଡା ସାରସ ଗୁଡା ବରିଷ୍ଠ ଶିକ୍ଷକ, ନିର୍ମଳ ଚନ୍ଦ୍ର ଭୋଇ ଫରଙ୍ଗ ନୋଡାଲ ଏଚଏସ ବରିଷ୍ଠ ଶିକ୍ଷକ, ମଙ୍ଗଳମୟ ପଧାନ ଫରଙ୍ଗ, ଗୁପ୍ତେଶର ବାଗ ଫରଙ୍ଗ, ବିରଞ୍ଚି ପଟେଲ ଓଡ଼ିଆ ଅଧ୍ୟାପକ ଫରଙ୍ଗ, ଅମିତଜାଳ ବଡ଼ଚେରଗାଁ ସିଆରସିସି।ମଞ୍ଚ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ତରୁଣ କୁମାର ସୁନାରୀ ଚେମରୀ ବରିଷ୍ଠ ଶିକ୍ଷକ। କାର୍ଯ୍ୟକର୍ମରେ ପୂର୍ଣ୍ଣାଙ୍ଗ ସହଯୋଗ କରିଥିଲେ ଶ୍ରୀଯୁକ୍ତ ଖୁସିରାମ ନାଏକ ସହଶିକ୍ଷକ ଟେମରୀ, ସୁନାଧର ନାଏକ ସହ ଶିକ୍ଷକଟେମରୀ, ନବିନ କୁମାର ସରାପ ସହଶିକ୍ଷକଟେମରୀ, ଆରତୀ ଧଙ୍ଗଡା ମାଝୀ ସହଶିକ୍ଷକ ଟେମରୀ । ବରେଣ୍ୟଅତିଥି ଅଧିକାରୀ ବୃନ୍ଦ ବାର୍ଷିକ ପରୀକ୍ଷା ୨୦୨୪-୨୫ରେ ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରି ଉତ୍ସାହ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତି ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଛାତ୍ରଛାତ୍ରୀମାନଙ୍କର ସାଂସ୍କୃତିକ କାର୍ଯ୍ୟକର୍ମକୁ ସମସ୍ତେ ଆନନ୍ଦର ସହିତ ଉପଭୋଗ କରିଥିଲେ ।ଟେମରୀ ଗ୍ରାମର ହଜାର ହଜାର ଜନ ସାଧାରଣ ତଥା ପୂର୍ବତନ ଛାତ୍ରଛାତ୍ରୀମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରି ବାର୍ଷିକ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ରଜନୀକାନ୍ତ ପୁଟେଲ ସମସ୍ତ ବରେଣ୍ୟ ଅତିଥି ଅଧିକାରୀମାନଙ୍କୁ ତଥା ଟେମରୀ ବୁଡ଼ାରଜା ମାଟି ଗ୍ରାମବାସୀ ଓ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଦେଇ ଛାତ୍ର ଛାତ୍ରୀମାନଙ୍କର ଭବିଷ୍ୟତ କାମନା କରି ବାର୍ଷିକ ଉତ୍ସବକୁ ସମାପନ କରିଥିଲେ ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଚାରି ଦଫା ଦାବି ନେଇ ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘର ଜିଲ୍ଲାପାଳଙ୍କୁ ଦାବୀ ପତ୍ର

Sunil Chandra Nayak

ବର୍ଷା ବିତ୍ପାତ ଯୋଗୁଁ ଫିକା ପଡ଼ିଲା ଯାମଦା- କଇଁପୁର ପାକଣାପାଟ ଯାନ୍ତାଳ ପର୍ବ; କମିଟି ନିଷ୍ପତ୍ତି କ୍ରମେ ଆସନ୍ତା ସେପ୍ଟେମ୍ବର ୨୨ ଓ ୨୩ ରେ ପୁନଃ ହେବ ଯାନ୍ତାଳ ମେଳା

masiha

ଭାରତ ର ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ଙ୍କ ମୃତ୍ୟୁ ଦେଶ ପାଇଁ ଅପୂରଣୀୟ କ୍ଷତି 

masiha

Leave a Comment

error: Content is protected !!