ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା ପ୍ରେସ କ୍ଲବର ଦିତୀୟ ବାର୍ଷିକୋତ୍ସବ ଅବସରରେ ବିଶାଳ ମାରାଥନ୍ ” ରନ୍ ଫର୍ କୋଇଡା” 

କୋଇଡା ପ୍ରେସ କ୍ଲବର ଦିତୀୟ ବାର୍ଷିକୋତ୍ସବ ଅବସରରେ ବିଶାଳ ମାରାଥନ୍ ” ରନ୍ ଫର୍ କୋଇଡା” 

କୋଇଡା- ୧୭/୦୧/ସୁନ୍ଦରଗଡ଼ ଜିଲ୍ଲାର ବଣ,ଜଙ୍ଗଲ,ନଦୀ, ନାଳଘେରା ଓ ଲୌହଖଣି , ଆଦିବାସୀ ଅଧ୍ୟୁଷିତ କୋଇଡା ଅଂଚଳର ଜନ ସାଧାରଣ,ଦୁଖୀରଙ୍କୀ,ଗରିବ ଗୁରୁଵା,ଅବହେଳିତ, ଅସହାୟ,ଖଟିଖିଆ,ଶ୍ରମିକ ମାନଙ୍କ ର ସ୍ବର଼ ହେଉଛି କୋଇଡା ପ୍ରେସ କ୍ଲବ ।ଏହି ପ୍ରେସ କ୍ଲବ୍ ଦିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସନ୍ନିକଟ ମେଲଣ ପଡ଼ିଆରେ ଜାନୁଆରୀ ୧୭ ତାରିଖରୁ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହେଉଛି ।ଏହି ପଡ଼ିଆରେ ଜନ‌ସାଧାରଣଙ୍କ ପ୍ରଥମ ସବୁଠୁ ଆକର୍ଷଣୀୟ ହେଉଛି ସ୍ବଦେଶୀ ମେଳା, ସବୁଦିନ ସାଂସ୍କୃତିକ କାର୍ଯ୍ୟକ୍ରମ,ବହୁ ବରେଣ୍ୟ ଅତିଥିଙ୍କ ଯୋଗଦାନ।ଏହି ସ୍ବଦେଶୀ ମେଳାରେ ମଣିଷର ଦୈନିକ ଜିନିଷର ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ ହେବ ।

      ଏହି ଦିତୀୟ ବାର୍ଷିକ ଉତ୍ସବ ଅବସରରେ ପ୍ରେସ କ୍ଲବ ତରଫରୁ ଏକ ବିଶାଳ‌ମାରାଥନ୍ ” ରନ୍ ଫର୍ କୋଇଡା” ଶୁଭାରମ୍ଭ ହୋଇଥିଲା ।ପ୍ରାରମ୍ଭରେ କୋଇଡା ଅଂଚଳର ବରିଷ୍ଠ ସାମ୍ବାଦିକ ରଞ୍ଜନ ମହାନ୍ତି ଙ୍କ ମୃତ୍ୟୁରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ପରେ ଜଗନ୍ନାଥ ମନ୍ଦିରରରେ ଅତିଥିବୃନ୍ଦ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା,ପ୍ରାକ୍ତନ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା କଂଗ୍ରେସ ସଭାପତି ଜନାର୍ଦ୍ଦନ ଦେହୂରୀ, ପ୍ରାକ୍ତନ ବିଜେଡି ବିଧାୟକ ଭୀମସେନ ଚୌଧୁରୀ,କୋଇଡା ପଞ୍ଚାୟତ ସରପଞ୍ଚ ହୃଷିକେଶ ଦେହୂରୀ, ବିଶିଷ୍ଟ ସମାଜସେବୀ ଦେଵନିରାୟଣ ସାହୁ, ଅଶୋକ ସାମଲ, ବିଶିଷ୍ଟ ସଚେତନ ନାଗରିକ ବୀରବର ବେହେରା, କୋଇଡା ପ୍ରେସ କ୍ଲବ ସଭାପତି ସଂଗ୍ରାମ କେଶରୀ ନାୟକ, ସଂପାଦକ ଵିଜୟାନନ୍ଦ ଜେନା ଏବଂ ବହୁ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ମନ୍ଦିର ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା କଲାପରେ ନଡ଼ିଆ ଫଟାଇ ମାରାଥନ୍ ର ଶୁଭାରମ୍ଭ କରିଥିଲେ ।ପରେ ନିକଟସ୍ଥ ସଙ୍କଟ ମୋଚନ ମନ୍ଦିରରେ ମଧ୍ୟ ନଡ଼ିଆ ଫଟାଇ ଆଶୀର୍ବାଦ ନେଇଥିଲେ ।ପରେ ଅତିଥି ବୃନ୍ଦ ସଵୁଜ ପତାକା ହଲାଇ ମାରାଥନ୍ ଯାତ୍ରା ” କୋଇଡା ଫର୍ ରନ” ୨୦୨୫ ର ଶୁଭାରମ୍ଭ କରିବା ସହ ନିଜେ ମଧ୍ୟ ମାରାଥନ୍ ଦଳ ସହିତ କିଛିବାଟ ଦୌଡ଼ରେ ଅଂଶ ଗ୍ରହଣ କରି ମାରାଥନ୍ ଦଳର ଅଂଶ ଗ୍ରଣକାରୀଙ୍କୁ ଉତ୍ସାହିତ କରିଥିଲେ।ପରେ ମାରାଥନ ଦଳ ହାତରେ ମଶାଲ ଧରି ୫୦୦ ରୁ ଉର୍ଦ୍ଧ୍ବ କୋଇଡା ଅଂଚଳବାସୀ, ଯୁବ, ଛାତ୍ର,ଶ୍ରମିକ, ମାନ୍ୟଗଣ୍ୟ ବ୍ୟକ୍ତି ସ୍ବତଃସ୍ଫୁର୍ତ ଭାବରେ ମାରାଥନ୍ ରେ ଅଂଶ ଗ୍ରହଣ କରି ମେଡିକାଲ,ଓଏମଏମ ଛକ, ବସଷ୍ଟାଣ୍ଡ, ରାମ ମନ୍ଦିର ରାସ୍ତା,ଥାନା ଛକ ଦେଇ ପରିକ୍ରମଣ କରିମେଲଣ ପଡ଼ିଆରେ ପହଞ୍ଚି ଥିଲେ । ମେଲଣ ପଡିଆ ଟି ମାରାଥନ ଅଂଶଗ୍ରହଣ କାଳୀଙ୍କ ମୁହଁରୁ କୋଇଡା ପ୍ରେସ କ୍ଲବ ଜିନ୍ଦାବାଦ,କୋଇଡା ପ୍ରେସ କ୍ଲବ ଲଙ୍ଗ ଲିଭ୍ ନାରାରେ ପ୍ରକମ୍ପିତ ହୋଇଥିଲା ।କାର୍ଯ୍ଯକ୍ରମକୁ ପରିଚାଳନାରେ କୋଇଡା ପ୍ରେସ କ୍ଲବ ସଦସ୍ୟ ସମ୍ବିତ ଜେନା,ସୁରେଶ ଚନ୍ଦ୍ର ଦାସ, ରାମଚନ୍ଦ୍ର ପଲାଇ,ଚେତନଦୀପ୍ତ ନାୟକ,ବିଜୟ ଦାସ, ସଞ୍ଜୟ ବେହେରା,ଦାମୁ ପାତ୍ର, ବନମାଳୀ ବାରିକ,ନିଖୋଜ ନାୟକ, ଜୀତେନ୍ଦ୍ର ପଲାଇ, ଜୀତେନ୍ଦ୍ର ବାରିକ,ଲମ୍ବୋଦର ବାରିକ,ଗଣେଶ ଘଣା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଶେଷରେ ସଭାପତି ସଂଗ୍ରାମ ନାୟକ, ସଂପାଦକ ବିଜୟାନନ୍ଦ(ବୁବୁ) ନବ ବର୍ଷର କୋଇଡା ବାସୀଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇବା ସହ କାର୍ଯ୍ୟକ୍ରମକୁ ପ୍ରତିଦିନ ଆସି ଉପଭୋଗ କରନ୍ତୁ ବୋଲି ଜଣାଇଥିଲେ ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କୋମଳମତି ଛାତ୍ର ଛାତ୍ରୀ ମାନଙ୍କ ସ୍କୁଲ ପୋଷାକ ଯୋଗାଣରେ ବ୍ୟାପକ ଦୁର୍ନୀତି ଗନ୍ଧ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ !!

masiha

ବନ୍ଦେ ମାତରଂ ଜାତୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ଦେଶ ଭକ୍ତି, ରାଷ୍ଟ୍ର ପ୍ରେମ, ସାହସ, ଏକତା ଓ ପ୍ରତିବାଦର ପ୍ରତୀକ ବନ୍ଦେ ମାତରଂ

Sunil Chandra Nayak

ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ 

masiha

Leave a Comment

error: Content is protected !!