ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାବୋରଟରୀ ସ୍କାମରେ ଲିଙ୍କ ଶର୍ମା-କମ୍ପାନୀ କିଏ?

 ଲାବୋରଟରୀ ସ୍କାମରେ ଲିଙ୍କ ଶର୍ମା-କମ୍ପାନୀ କିଏ?

କେନ୍ଦୁଝର:-ରାଜ୍ୟରେ ଦ୍ରୁତଗତିରେ ବଢ଼ି ଚାଲିଛି ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ ସ୍କାମ। ତେବେ ଏହି ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରିବାରେ ପ୍ରୟୋଗଶାଳାର କେଇ ଗ୍ରେଡ଼ଚୋର ଅଫିସରର ସ୍କାମ ପ୍ରମୁଖ ରହିଛି ବୋଲି ଫୋଟ ଏବଂ ଭିଡିଓରୁ ଯାହା ପ୍ରମାଣ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରେ।ତେବେ ରାଜ୍ୟର ପ୍ରମୁଖ ଏହିପରି ଗୋଟିଏ ଯୋଡ଼ା ଖଣିବିଭାଗର ପ୍ରୟୋଗଶାଳା ଯାହା ସରକାରଙ୍କ ଉଚ୍ଚମାନର ଖଣିଜ ପଦାର୍ଥକୁ ନିମ୍ନମାନର ଦର୍ଶାଇ କେଇ ଅସାଧୁ କମ୍ପାନୀ ଲିଙ୍କରେ ରହି ଲୁହାପଥର ନମୁନା ଗ୍ରେଡ଼ କେଳାଙ୍କାରୀର ମହାଦୁର୍ନୀତି ଦୀର୍ଘଦିନ ଧରି ରଚୁଥିବାର ତଥ୍ୟ(ଡକୁମେଣ୍ଟ)ଯାହା ପ୍ରମାଣ କରେ।ସେଭଳି ପ୍ରୟୋଗଶାଳାରେ ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରୁଥିବାର ମହାଦୁର୍ନୀତିର ରିପୋର୍ଟରେ ଖଣି ଅଞ୍ଚଳରେ ଚହଳ ପକାଇ ଚାଲିଥିବା ବେଳେ ଶର୍ମା ସହ ପ୍ରୟୋଗଶାଳାର କି”ସମ୍ପର୍କ? ଏପରିକି ଶର୍ମା କିଏ ଏବଂ ସେ କେଉଁ କମ୍ପାନୀର?ତେବେ ଘଟଣା ଯାହା ପ୍ରାଥମିକ ଅନୁସନ୍ଧାନରୁ ଯାହା ଜାଣିବାକୁ ମିଳେ ଯେ ସ୍ଥାନୀୟ ଏକ ଜଣାଶୁଣା କମ୍ପାନୀର ଯାବତୀୟ କେଳାଙ୍କାରୀ କାର୍ଯ୍ୟ ଉକ୍ତ ଶର୍ମା ଯୋଗେ ଚାଲି ଆସୁଥୁବା ବେଳେ ପ୍ରୟୋଗଶାଳାରେ ମଧ୍ୟ ଦୀର୍ଘ ସମୟ ଧରି,ଉକ୍ତ କମ୍ପାନୀର ଶର୍ମା ନିଜ କମ୍ପାନୀର ବହୁ ଅନୀତି କାର୍ଯ୍ୟ ପ୍ରୟୋଗଶାଳାର ଜଣିଏ ମହିଳା କର୍ମଚାରୀ ସହ ହାତ ମିଳାଇ, ଚଳାଇଥିବାର ଡିପାର୍ଟମେଣ୍ଟ ଚର୍ଚ୍ଚାରୁ ମଧ୍ୟ ଜାଣିବାକୁ ମିଳେ।ତେବେ ଏହିପରିପକ୍ଷରେ ପ୍ରୟୋଗଶାଳାର ଗ୍ରେଡ଼ଚୋର ଏବଂ ରାଜଧାନୀ ରିସର୍ଚ୍ଚ ଲାବୋରଟରୀର ବଟିଖିଆ ମୁଖ୍ୟକୁ ଆରଟିଆଇ ଅଭିଯୋଗେ ରିପୋର୍ଟ ଗତ 15.07.2024 ମାଗିଥିବା ସୁଦ୍ଧା, ଶର୍ମା,ସ୍କାମରେ ମହିଳା ମୁଖ୍ୟ,କମ୍ପାନୀର ନାମ ଏବଂ ପ୍ରୟୋଗଶାଳା ଜରିଆରେ ହୋଇ ଆସୁଥିବା ସମସ୍ତ କେଳାଙ୍କାରୀ ତଥା ହାଏଗ୍ରେଡ଼କୁ ଲୋଗ୍ରେଡ଼ର ଯେଉଁ ରଚିବା ହେଉଛି ଦୀର୍ଘ ସମୟ ଧରି, ତାହା ଲୋକଲୋଚନକୁ ଆସି ସବୁ ଭଣ୍ଡୁର ହୋଇଯିବା ଭୟରେ ଆରଟିଆଇ ତଥ୍ୟ ନଦେଇ ଫାଇଲକୁ ବନ୍ଦ କରି, ଲୁଚି ରହିଥିବା ଜଣାପଡେ।ତେବେ ରାଜ୍ୟର ଏହି ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ ଲଗାତାର ଦୀର୍ଘ ସମୟ ଧରି,ପ୍ରୟୋଗଶାଳା ସ୍କାମରେ ମହିଳା ମୁଖ୍ୟ ସହିତ ଶର୍ମା କରିଥିବାକୁ ପର୍ଦ୍ଦାଫାସ କରିବାରେ ସମଗ୍ର ଖଣିବାସୀଙ୍କ ତୀବ୍ରଦାବୀ ହେଉଥୁବାର ଶୁଣିବାକୁ ମିଳେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ନିମନ୍ତ୍ରିତ ଅଭିଭାଷଣ କାର୍ଯ୍ୟକ୍ରମ 

Sunil Chandra Nayak

ଖଳିଆ ପଡ଼ା କୁ ରାସ୍ତା ନାହିଁ ଅସୁବିଧା ଭୋଗୁଛନ୍ତି ଗ୍ରାମ ବାସି

masiha

ରାୟଗଡା ଜିଲ୍ଳାରେ ଡିସେମ୍ବର ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି

masiha

Leave a Comment

error: Content is protected !!