ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ

ବାଲେଶ୍ଵର,୨୭/୩/୨୪- ପ୍ରତ୍ୟେକ ରବିବାର ସାହିତ୍ୟର ଉନ୍ନତି ନିମନ୍ତେ ମୋ ଅନୁଷ୍ଠାନ ସର୍ବଦା ଉଦ୍ୟମ ଜାରି ରଖିଛି ପ୍ରତିଯୋଗିତା ମାଧରେ । ପ୍ରତ୍ୟେକ ରବିବାର ଗଦ୍ଯ କିମ୍ବା ପଦ୍ଯକୁ ନେଇ ଅନଲାଇନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ହ୍ଵାଟ୍ସଆପ୍ ଗୃପରେ । ବିଭିନ୍ନ ସ୍ଥାନରୁ ଇଚ୍ଛୁକ ସାହିତ୍ୟ ବନ୍ଧୁମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥାନ୍ତି । ସେହି ପରିପ୍ରେକ୍ଷୀରେ ଗତ ତା ୨୪/୩/୨୪ ରିଖରେ ଶୀର୍ଷକ ” ପ୍ରେମ ଓ ଫଗୁଣ ” କୁ ନେଇ ପ୍ରତିଯୋଗିତା ହୋଇଥିଲା । ଯାହାର ଫଳାଫଳ ପ୍ରକାଶ ପାଇଛି । ଏଥିରେ (୧) ଚଞ୍ଚଳା ଜେନା, ତରାଣ୍ଡୋ, କେନ୍ଦ୍ରାପଡା (୨) ଉପେନ୍ଦ୍ର କୁମାର ବସ୍ତିଆ, ରାଉରକେଲା (୩) ଡ. ଚପଳା ପଣ୍ଡା, ଖୋର୍ଦ୍ଧା (୪) ଅନ୍ନପୂର୍ଣ୍ଣା ସାହୁ, ବାଲିଅନ୍ତା, ଖୋର୍ଦ୍ଧା (୫) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା (୬) ସୁଚିତ୍ରା ବେହେରା, ବ୍ରହ୍ମେଶ୍ବର ପାଟଣା, ଖୋର୍ଦ୍ଧା (୭) ଅରୁଣ କୁମାର ମହାପାତ୍ର, ଅଶ୍ବପୁରମ୍, ତେଲେଙ୍ଗାନା (୮) ଡ. ସଙ୍ଗୀତା ନାଏକ ପୁରୋହିତ, ମୋଦିପଡା, ସମ୍ବଲପୁର (୯) ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର (୧୦) ସ୍ବର୍ଣ୍ଣଲତା ଦାଶ, ଗଣିଆ, ନୟାଗଡ (୧୧) ନରେଶ ଚନ୍ଦ୍ର ବିର୍ତିଆ, ଅମ୍ବାପାଳି, ବରଗଡ଼ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ କବିତା ଗୁଡିକୁ ସମୀକ୍ଷା କରିଥିଲେ ଶିକ୍ଷୟିତ୍ରୀ ଓ ସୁ ସାହିତ୍ୟିକା ଡକ୍ଟର ତାନଶ୍ରୀ ପାଣିଗ୍ରାହୀ । ତାଙ୍କ ସମୀକ୍ଷାରୁ ଡଃ ଚପଳା ପଣ୍ଡା ପ୍ରଥମ, ସ୍ବର୍ଣ୍ଣଲତା ଦାଶ ଦ୍ବିତୀୟ ଓ ବୀଣାପାଣି ଦେବୀଙ୍କୁ ତୃତୀୟ ସ୍ଥାନ ମିଳିଛି । ୩ ଜଣଙ୍କୁ ଡିଜିଟାଲ ପ୍ରମାଣ ପତ୍ର ମିଳିବ । ସ୍ଥାନ ମିଳିବା ନ ମିଳିବା ବଡ଼ କଥା ନୁହେଁ ସାହିତ୍ୟର ଉନ୍ନତି ପାଇଁ ସମସ୍ତ ପ୍ରତିଯୋଗୀଙ୍କୁ ନିବେଦନ ଲେଖା ଜାରି ରଖନ୍ତୁ, ନିଶ୍ଚୟ ଦିନେ ନା ଦିନେ ସ୍ଥାନ ମିଳିବ ବୋଲି ସମ୍ପାଦକ କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପାଖରେ ନଥିଲା ସମ୍ୱଳ…୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ

Sunil Chandra Nayak

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ସମାରୋହ 

masiha

ଅନ୍ତଦୋୟ ଗୃହ ବଣ୍ଟନ ଅନିୟମିତତାକୁ ନେଇ ବିଡ଼ିଓଙ୍କୁ ଦାବିପତ୍ର 

Sunil Chandra Nayak

Leave a Comment

error: Content is protected !!