ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଥାବ୍ୟାସ ଆଶୀର୍ବାଦ ଜୀ ମହାରାଜଙ୍କ ଦ୍ୱାରା  ଧର୍ମଗଡ ଠାରେ ଶ୍ରୀମଦ୍ ଭାଗବତ୍ କଥାମୃତ ସପ୍ତାହ କାର୍ଯ୍ୟକ୍ରମ 

କଥାବ୍ୟାସ ଆଶୀର୍ବାଦ ଜୀ ମହାରାଜଙ୍କ ଦ୍ୱାରା 

ଧର୍ମଗଡ ଠାରେ ଶ୍ରୀମଦ୍ ଭାଗବତ୍ କଥାମୃତ ସପ୍ତାହ କାର୍ଯ୍ୟକ୍ରମ 

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଶ୍ରୀମଦ୍ ଭାଗବତ୍ କଥାମୃତ ସପ୍ତାହ ଆଜି ଠାରୁ ଆରମ୍ଭ ହୋଇଛି। କଟକର କଥାବ୍ୟାସ ଆଶୀର୍ବାଦ ଜୀ ମହାରାଜଙ୍କ ଦ୍ୱାରା ଧର୍ମଗଡ ସ୍ଥିତ ଶକ୍ତି ମଣ୍ଡପ ପରିସର ଠାରେ ଏହି କାର୍ଯ୍ୟକ୍ରମ ଆସନ୍ତା ଏପ୍ରିଲ ୨ ତାରିଖ ଯାଏଁ ଅନୁଷ୍ଠିତ ହେବ। ଆଜି ପ୍ରଥମ ଦିନରେ ଯଥାରୀତି ନୀତି ପୂଜା ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏକ ଭବ୍ୟ କଳସ ଯାତ୍ରା ଆୟୋଜିତ ହୋଇଥଲା।ଭାଗବତ୍ କଥାମୃତ ସପ୍ତାହର କର୍ତ୍ତା ଶ୍ରୀମତୀ ରଶ୍ମି ଅଗ୍ରୱାଲ ଓ ଅନୁପ କୁମାର ଅଗ୍ରୱାଲ ମହାପ୍ରଭୂ ଙ୍କ ଶାସ୍ତ୍ର ସ୍ୱରୂପ ଭାଗବତ୍ କୁ ମୁଣ୍ଡରେ ଧାରଣ କରି ପ୍ରବଚନ ସ୍ଥଳ କୁ ଆଣିବା ପରେ କଥାବ୍ୟାସ ଆଶୀର୍ବାଦ ଜୀ ମହାରାଜଙ୍କ ଦ୍ୱାରା ଦିବ୍ୟ ପ୍ରବଚନ ଆରମ୍ଭ ହୋଇଥିଲା। ସାତ ଦିନ ଧରି ହେବାକୁ ଥିବା ଶ୍ରୀମଦ୍ ଭାଗବତ୍ କଥାମୃତ ସପ୍ତାହ କାର୍ଯ୍ୟକ୍ରମରେ ଉପସ୍ଥିତ ଭକ୍ତ ଗଣ ଭଗବାନ ଶ୍ରୀକଷ୍ଣଙ୍କର ଚରିତ୍ର ଶ୍ରବଣ କରିବେ।ପ୍ରତ୍ୟହ ସକାଳୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭଗବତ୍ ପୂଜନ ସହ ପ୍ରତ୍ୟହ ସନ୍ଧ୍ୟା ୭ ଘଣ୍ଟାରୁ ୧୦ ଘଣ୍ଟା ଯାଏଁ ଭଗବତ୍ କଥା ଶ୍ରବଣ ଓ ଆସନ୍ତା ୩ ତାରିଖ ଦିନ ପୂର୍ଣ୍ଣାହୁତି ହେବ। ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ନେତୃତ୍ଵରେ ଅନୁଷ୍ଠାନର ସଦସ୍ୟ ମାନଙ୍କ ସକ୍ରିୟ ସହଯୋଗରେ ଉକ୍ତ ଭାଗବତ୍ କାର୍ଯକ୍ରମ ପରିଚାଳିତ ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଡ଼ାକଡ଼ିଭାବେ ପାଳନ ହେବ ନିର୍ବାଚନ ଆଦର୍ଶ ଆଚରଣ ବିଧି 

masiha

ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ର ପୁନର୍ଗଠନ ପ୍ରକ୍ରିୟାକୁ ବନ୍ଦ୍ କରାଯାଉ, ଦାବିରେ , ବିକ୍ଷୋଭ ପ୍ରଦର୍ଶନ

masiha

୮୬ ବର୍ଷୀୟା ବୃଦ୍ଧା ମାଆଙ୍କୁ ମାଡମାରି ଘରୁ ତଡିଲା ପୁଅ

masiha

Leave a Comment

error: Content is protected !!